ଶର
ଦେଖଣା
ଶର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୃ ଧାତୁ=ଭେଦ କରିବା; ହିଂସା କରିବା+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ବାଣ; ଶର; ଇଷୁ —୧. Arrow; shaft.
[ଉ—ବିକଶିତ କୁମୁଦେ ନଳିନୀ ପ୍ରଭା......ମୋଦେ ଦୁହେଁ ରୁଚିର ଶର ଭେଦେ ଭଞ୍ଜ. ବୈଦେହୀଶବିଳାସ]
[ଦ୍ରଷ୍ଟବ୍ୟ —ପୁରାଣମାନଙ୍କର ନାନା କ୍ଷମତାଯୁକ୍ତ ଓ ନାନା ଅସାଧାରଣ ଗୁଣବିଶିଷ୍ଟ ଶରମାନଙ୍କ ନାମ ଲେଖାଅଛି ଯଥା—ବାବଲ ଶର, କତୁରୀ— ଶର, ରୁଦ୍ର ଶର, ବ୍ରହ୍ମଶର, ବଜ୍ର ଶର, ପଶୁପତି ବା ପାଶୁ— ପତ ଶର, ଜ୍ୱାଳାବଳି ଶର, ହାବୁଡ଼ା ବା ହବୋଡ଼ା ଶର, ପବନା ଶର, ଗରୁଡ଼ ବା ଗାରୁଡ଼ ଶର, ଭୁଜ ଶର, ନୀଳ ଶର, ଅଗ୍ନି ଶର, ମୁଷଳ ଶର, ମନଭେଦୀ ଶର, ପର୍ବତା ଶର, ତୀକ୍ଷମୁନା ଶର, ନାଗପାଶ ଶର, ଯମଦାଢ଼ ଶର, ବରୁଣା ଶର, ଚକ୍ର ଶର, ଛେଲ ଶର, କଙ୍କ ପକ୍ଷ ଶର, ଇତ୍ୟାଦି ନୃସିଂହପୁରାଣଅ, ଶାରଳା ମହାଭାରତ ଓ ବିଲଙ୍କା ରାମାୟଣ ଦ୍ରଷ୍ଟବ୍ୟ]
- ୨. ବାଣ ତୃଣ; ଏକ ପ୍ରକାର କାଠିଯୁକ୍ତ ଗାସ; ମୁ଼ଞ୍ଜ ତ଼ୃଣ; ଶର ତୃଣ [ଦେଖ] ୨. A sort of reed; Saccharum Sara.
- ୩. ଦଧି ଦୁଗ୍ଧର ଉପରେ ପଡ଼ିଥିବା ଘନ ଆବରଣ — ୩. Cream (of milk or curds), a thick layer formed on the surface of milk or curds.
- ୪. ଜଳ —୪. Water.
- ୫. (ସାମୁଦ୍ରିକ ଶାସ୍ତ୍ର) ମନୁଷ୍ୟର ଦେହରେ ଥିବା ଶରାକୃତି ରେଖା ଚିହ୍ନ — ୫. (Palmistry) Linear mark resembling the arrow on a person's body.
- ୬. ଉଶୀର; ବେଣା ଚେର [ହିନ୍ଦୀ - ଶ] —୬. The root of beṇā grass.
- ୭. ଭଲ୍ଲସ୍ତ୍ରର ଫଳକ [ହିନ୍ଦୀ - ଶ] —୭. The blade of a spear.
- ୮. ଆଘାତ —୮. Wound (Apte).
- ୯. ପାଞ୍ଚ ସଂଖ୍ୟା —୯. The number five.
- ୧. ହିଂସା —୧୦. Injury; harm (Apte).
- ୧୧. ପୁରାଣୋକ୍ତ ଅସୁରବିଶେଷ —୧୧. Name of a mythological demon.
ଦେଶଜ - ବି, ସ୍ତ୍ରୀ
[ସମ୍ପାଦନା]ଶ୍ରଦ୍ଧା ନାମ୍ନୀ ସ୍ତ୍ରୀର ଡ଼ାକ ନାମ —Name for calling Ṡraddhā.
ଶର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶୂର ଧାତୁ+କର୍ତ୍ତୃ ଅ)
[ସମ୍ପାଦନା]- ୧. ସୂର୍ଯ୍ୟ —୧. The sun
- ୨. ଶ୍ରୀକୃଷ୍ଣଙ୍କ ପିତାମହ ଓ ବସୁଦେବଙ୍କ ପିତା; ଶୂରସେନ —୨. The paternal grandfather of Ṡrīkṛushṇa.
- ୩. ସାହାସିକ ବ୍ୟକ୍ତି; ବୀର — ୩. Hero; a brave person.
- ୪. ସିଂହ —୪. Lion.
- ୫. ଶୂକର —୫. Hog pig.
୬: ଚିତ୍ରକ; ଧଳାଚିତା ଗଳ୍ମ —୬. Plumbago Zeylanica.
- ୭. ଶାଳ ବୃକ୍ଷ —୭. Shorea Robusta tree.
- ୮. କେଉଟ; ଲକୁଚ —୮. A fruit tree; Autocarpus Locoocha.
- ୯. ମସୁର —୯. A leguminous creeper; Ervum Horsutum
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ବୀର —Heroic.
- ୨. ସାହାସିକ ୨. Bold; brave courageous
- ୩. ବଳବାନ୍ ୩ mighty; powerful
(ଶୂରା—ସ୍ତ୍ରୀ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗୀୟ ବଂଶୋପାଧି ବିଶେଷ —A family title in Bengal.