Jump to content

ଶରଦୋଳି

ଉଇକିଅଭିଧାନ‌ରୁ

ଶରଦୋଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାର୍ଦ୍ଦୁଳ; ଏଥିରେ ଶାର୍ଦ୍ଦୁଳାଦିଙ୍କ ଚିତ୍ର ଖୋଦିତ ହେଉଥିବାରୁ)

[ସମ୍ପାଦନା]
୧. କୋଠାର କଡ଼ିର ବରଗାର ଏବଂ ଧୂଳିଆ ଚାଳ ଘରର କାଠ ରୁଆର ମୁହଁରେ ଆଡ଼ବାଗରେ ଯେଉଁ ଲମ୍ୱ ପଟା ମରାଯାଏ; ବାରତିଆ(ଦ୍ର—ବରଗାର ଓ ରୁଆର ଅଗକୁ ଏହା ଖରାବର୍ଷାରୁ ରକ୍ଷା କରେ) —୧. A plank attached to ends of the rafters to protect the ends from the wearing effect of a sum and rain.
୨. କବାଟର ଚଉକାଠର ଦୁଇ ପାଖର ଡ଼େଙ୍ଗ କାଠକୁ ଲାଗି ଚଉକାଠ ଉପରେ ପଡ଼ିଥିବା ଚିତ୍ରିତ ପଟା; ଶାର୍ଦ୍ଦଳି ପଟା —୨. A plank laid ever the thresh old of a door.

[ଦ୍ରଷ୍ଟବ୍ୟ —ଏଥିରେ ଉପରେ ପୁଣି କାନ୍ଥଦିଆ ଯାଏ ପୂର୍ବେ ଖିଲାଣର ସୂତ୍ରଜଣା ନ ଥିବାରୁ ଚଉକାଠ ଉପରେ ଦୁଇ କନ୍ଥକୁ ଲଗାଇ ପଟା ଖଣ୍ଡେ ପକା ଯାଇ ସେ ପଟା ଉପରେ ପୁଣି କାନ୍ଥ ଦିଆଯାଉଥିଲା]