ଶରଭ
ଦେଖଣା
ଶରଭ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶରଭ
|
ସଂସ୍କୃତ - ବି—(ଶୃ ଧାତୁ=ହିଂସା କରିବା+କର୍ମ. ଅଭ)
[ସମ୍ପାଦନା]- ୧. ଅଷ୍ଟ ପାଦ ମୃଗବିଶେଷ (କାଳ୍ପନିକ) —୧. A fabulous deer with ୮ legs.
[ଦ୍ରଷ୍ଟବ୍ୟ — ପୁରାଣ ଆଦିରେ ଲେଖା ଅଛି ଯେ, ଶରଭ ଅଷ୍ଟପାଦ, ଊର୍ଦ୍ଧ୍ୱନୟନ ଓ ଊର୍ଦ୍ଧ୍ୱପାଦଚତୁଷ୍ଟୟଯୁକ୍ତ ଓ ଏ ଜୀବ ସିଂହକୁ ମରିବାକୁ ସମର୍ଥ]
[ଉ—ବଳବନ୍ତ ହେଲେ ଯଥା କେଶରୀ, ବଧେ ଗଜାଦି ଶରଭକୁ ଡ଼ରି ଭଞ୍ଜ. ବୈଦେହୀଶବିଳାସ]
- ୨. ଉଷ୍ଟ୍ର; ଓଟ —୨. Camel.
- ୩. କରିଶାବକ, ହାତୀ ଛୁଆ —୩. The young of an elephant.
- ୪. ରାମଙ୍କ ସେନାର ଯୂଥପତି ବାନର ବିଶେଷ (ହିନ୍ଦୀ - ଶ) —୪. Name of a monkey-leader of Rāma's army
- ୫. ଶଲଭ; ପତଙ୍ଗ— ବିଶେଷ; ଝିଣ୍ଟିକା —୫. The grasshopper; locust.
[ଦ୍ରଷ୍ଟବ୍ୟ —ଏମାନେ ଶସ୍ୟବୃକ୍ଷ ଲତାଦିକୁ ଚରି ନଷ୍ଟ କରନ୍ତି]
- ୬. ଶିଶୁପାଳର ପୁତ୍ର ବିଶେଷ —୬. Name of a son of the demon Ṡiṡupāḻa.
- ୭. ଦାନବ ବିଶେଷ — ୭. Name of demon.
- ୮. ନାଗ ବିଶେଷ (ବିଶ୍ୱକୋଷ) — ୮. Name of a mythological serpent.
- ୯. ବିଷ୍ଠୁ (ହିନ୍ଦୀ - ଶ) —୯. Name of Bishṇu.
- ୧. ପକ୍ଷିବିଶେଷ (ହିନ୍ଦୀ - ଶ) —୧୦. A species of bird.
- ୧୧. ବର୍ଣ୍ଣବୃତ୍ତ ବିଶେଷ (ହିନ୍ଦୀ - ଶ) — ୧୧. Name of a Sanscrit metre.
[ଦ୍ରଷ୍ଟବ୍ୟ —ଏଥିରେ ପ୍ରତ୍ୟେକ ଚରଣରେ ୪ ନଗଣ ଓ ୧ ସଗଣ ଥାଏ ଏଥିର ଅନ୍ୟ ନାମ ଶଶିକଳା, ମଣିଗୁଣ— (ହିନ୍ଦୀ - ଶ)] ===
- ୧୨. ସିଂହ (ହିନ୍ଦୀ - ଶ) —୧୨. Lion.