ଶରଭଙ୍ଗ
ଶରଭଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରାମାୟଣ ବର୍ଣ୍ଣିତ ବିଶେଷ —Name of a sage (described in the Rāmāyaṇa).
[ଦ୍ରଷ୍ଟବ୍ୟ —ଏହି ମୁନି ଦଣ୍ଡକାରଣ୍ୟରେ ତପସ୍ୟା କରୁଥିଲେ ବନବାସ କାଳରେ ରମଚନ୍ଦ୍ର ଏହାଙ୍କ ଆଶ୍ରମରେ ଉପସ୍ଥିତ ହୋଇ ଦେଖିଲେ ଯେ, ଏହାଙ୍କୁ ଏହାଙ୍କର କଠୋର ତପସ୍ୟା— ଲବ୍ଧ ବ୍ରହ୍ମଲୋକକୁ ନେବା ପାଇଁ ସ୍ୱୟଂ ଇନ୍ଦ୍ରଦେବ ଆସି ଉପସ୍ଥିତ ହୋଇଅଛନ୍ତି କିନ୍ତୁ ଏହାଙ୍କ ନିକଟରେ ଉପସ୍ଥିତ ହୋଇଥିବା ଅତିଥି ରମଚନ୍ଦ୍ରଙ୍କୁ ସତ୍କାରକରିବା ପାଇଁ ଋଷି ଇନ୍ଦ୍ରଙ୍କ ସଙ୍ଗେ ବ୍ରହ୍ମଲୋକକୁ ଯିବା କାର୍ଯ୍ୟ ସ୍ଥଗିତ ରଖିଲେ ଓ ରାମଚନ୍ଦ୍ରଙ୍କୁ କହିଲେ ଯେ ମୁଁ ମୋ ତପସ୍ୟା ବଳରେ ଯେଉଁ ପୁଣ୍ୟଲୋକମାନ ଅର୍ଜନ କରିଅଛି, ସେ ସମସ୍ତଙ୍କୁ ଆପଣ ଗ୍ରହଣ କରନ୍ତୁ ରାମଚନ୍ଦ୍ର ଏଥିରେ ଅସମ୍ମତ ହେଲେ ପରେ ରାମଚନ୍ଦ୍ରଙ୍କୁ ତାଙ୍କର ଆଶ୍ରୟ ସ୍ଥାନ ସେ ନିର୍ଦ୍ଦେଶ କରିଦେଲେ ଓ ତାଙ୍କ ସମ୍ମୁଖରେ ଅଗ୍ନି ସ୍ଥାପନ ପୂର୍ବକ ମନ୍ତ୍ରୋଚ୍ଚାରଣ କରି ସେଥିରେ ଆହୁତି ଦେଇ ଶେଷରେ ଆପଣା ଶରୀରକୁ ମଧ୍ୟ ସେଥିରେ ଝାସ ଦେଲେ ତାଙ୍କ ଦେହ ଉକ୍ତ ଅଗ୍ନିରେ ଭସ୍ମୀକୃତ ହେବାରୁ ଅଗ୍ନିରୁ ଗୋଟିଏ ବର୍ଣ୍ଣବିଶିଷ୍ଟ କୁମାର ଉତ୍ପନ୍ନ
ହେଲେ ଉକ୍ତ କୁମାର ମଧ୍ୟରୁ ଉଠି ଶଶୀରର ବ୍ରହ୍ମଲୋକକୁ ଗମନ କଲେ