ଶରୀର
ଶରୀର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଶରୀର
[ଅନ୍ୟ ସଂସ୍କୃତ - ନାମ—କଳେବର, ଗାତ୍ର, ବିଗ୍ରହ, କାୟ, ମୂର୍ତ୍ତି, ତନୁ, କ୍ଷେତ୍ର, ପିଣ୍ଡ, ସ୍କନ୍ଧ, ପଞ୍ଜର, କରଣ, ବନ୍ଧ, ମୃଦ୍ଗଳ, ବୟଃ, ସଂହନନ, ବର୍ଷ, ପୁର, ଧନ, ଅଙ୍ଗ, ଭୁତାତ୍ମା, ବଳ, ବେର, ଯୁଦ୍ଗଳ] |
ସଂସ୍କୃତ - ବିଶେଷ୍ୟ - (ଶୃ ଧାତୁ=ବିନଷ୍ଟ ହେବା, ଶୀର୍ଣ୍ଣ ହେବା+କର୍ତ୍ତୃ ଈର; ଯାହା ରୋଗ ବା ଜରାଦ୍ୱାରା କିମ୍ୱା ବିନଷ୍ଟ ହୁଏ)[ସମ୍ପାଦନା]
- ୧. ଜୀବାଦିଙ୍କ କଳେବର; ଦେହ; କାୟା; ବିଗ୍ରହ; ସବୁ ଅଙ୍ଗର ସମାହାର — Body; the corporeal frame.
[ଦ୍ରଷ୍ଟବ୍ୟ —ଶରୀର ଶବ୍ଦ ଆତ୍ମାଠାରୁ ସମସ୍ତ ଅଙ୍ଗକୁ ବୁଝାଏ ପରନ୍ତୁ ହିନ୍ଦୁଶାସ୍ତ୍ରରେ ଶରୀରକୁ ୨ ପ୍ରକାର କରା ଯାଇଅଛି ସୂକ୍ଷ୍ମ ଶରୀର ଓ ସ୍ଥୂଳ ଶରୀର ବୁଦ୍ଧି, ଅହଙ୍କାର, ମନ, ୫ ଜ୍ଞାନେନ୍ଦ୍ରିୟ, ୫ କର୍ମେନ୍ଦ୍ରିୟ ଓ ପଞ୍ଚତନ୍ତ୍ରାତ୍ରର ସମୂହକୁ ସୂକ୍ଷ୍ମ ବା ଲିଙ୍ଗ ଶରୀର ବୋଲା ଯାଇ ଅଛି ଓ ହସ୍ତ, ପଦ, ମୁଖ, ମୁଣ୍ଡ, ପେଟ, ପିଠି ଆଦି ଅଙ୍ଗର ସମୂହକୁ ସ୍ଥୂଳ ଶରୀର ବୋଲା ଯାଇଅଛି ସ୍ଥୂଳ ଶରୀରରେ ସୂକ୍ଷ୍ମ ଶରୀର ଅବସ୍ଥାନ କରେ ଜୀବ ମୃତ ହେଲେ ସୂକ୍ଷ୍ମ ଶରୀର ସ୍ଥୂଳ ଶରୀରରୁ ବାହାରି ପରଲୋକକୁ ଯାଏ ଓ ସ୍ଥୂଳ ଶରୀର ପଞ୍ଚଭୂତରେ ମିଶିଯାଏ—ହିନ୍ଦୀ - ଶ]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ସ୍ୱାସ୍ଥ୍ୟ —୧. Health.
(ଉ— ଶରୀର ଦେଖି ଧର୍ମ କର—ପ୍ରବଚନ)
- ୨. ଶାରିରୀକ ଅବସ୍ଥା —୨. Bodily condition.
- ୩. ମନ — ୩. Mind.
(ଯଥା—ଏଡ଼େ ନିର୍ଦ୍ଦୟ ତୋ ଶରୀର, ବିଶ୍ୱାସ ନାଶିଲୁ ଆମ୍ଭର—ଜଗନ୍ନାଥ ଭାଗବତ)