Jump to content

ଶର୍ମିଷ୍ଠା

ଉଇକିଅଭିଧାନ‌ରୁ

ଶର୍ମିଷ୍ଠା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ରାଜା ଯଯାତିଙ୍କର ସାନ ରାଣୀ —The younger wife of king J̄ajāti.

(ଦ୍ର—ଏ ଦୈତ୍ୟପତି ବୃଷପର୍ବାଙ୍କ କନ୍ୟା ଓ ରାଜା ଯଯାତିଙ୍କ କନିଷ୍ଠା ପତ୍ନୀ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟହ୍କ କନ୍ୟା ଦେବଯାନୀଙ୍କର ଏ

ସଖୀ ଥିଲେ ଏକଦା ଉଭୟେ ସ୍ନାନାର୍ଥ ଯାଇଥିଲେ ଏବଂ ସ୍ନାନାନ୍ତେ ଭ୍ରମବଶତଃ ଦେବଯାନୀ ଶର୍ମିଷ୍ଠାଙ୍କ ଲୁଗାକୁ ପିନ୍ଧି— ପକାଇବାରୁ ଶର୍ମିଷ୍ଠା ଏହାଙ୍କ ଉପରେ କ୍ରୁଦ୍ଧା ହୋଇ ଏହାଙ୍କୁ ପ୍ରହାରକଲେ ଓ ଏବଂ ଗୋଟିଏ କୂପରେ ନିକ୍ଷେପକଲେ ରାଜା ଯଯାତି ଦୈବକ୍ରମେ ସେ କୂପବାଟେ ଯାଉ ଯାଉ ଦେବଯାନୀଙ୍କୁ ଉଦ୍ଧାର କଲେ ଦେବଯାନୀ ଏ ବିଷୟ ପିତା ଶୁକ୍ରାଚାର୍ଯ୍ୟଙ୍କୁ କହିବାରୁ ସେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଦୈତ୍ୟ— ପତିଙ୍କ ରାଜ୍ୟ ପରିତ୍ୟାଗ କରିବାକୁ ଉଦ୍ୟତ ହେଲେ ତହୁଁ ତାଙ୍କ କ୍ରୋଧକୁ ଶାନ୍ତ କରାଇବା ପାଇଁ ବୃଷପର୍ବା କନ୍ୟା ଶର୍ମିଷ୍ଠାକୁ ଦେବଯାନୀଙ୍କ ପରିଚାଳନାରୂପେ ଖଟିବାକୁ ନିଯୁକ୍ତ କଲେ ଦେବଯାନୀ ଯଯାତିଙ୍କୁ ବିବାହ କରି ଯଯାତିଙ୍କ ନଗରକୁ ଯିବା ସମୟରେ ଶର୍ମିଷ୍ଠା ତାଙ୍କ ସଙ୍ଗେ ଦାସୀରୂପେ ଗଲେ ଓ ଯଯାତି ତାଙ୍କ ରୂପରେ ମୁଗ୍ଧ ହୋଇ ତାଙ୍କୁ ଗୋପନରେ ବିବାହ କଲେ ଏହି ବିବାହରେ ଶର୍ମିଷ୍ଠାଙ୍କ ଗର୍ଭରୁ ଯଯାତିଙ୍କ ଔରସରେ ଦହ୍ୟୁ, ଅନୁ ଓ ପୁରୁ ନାମକ ତିନି ପୁତ୍ର ଜାତ ହେଲେ ଓ ସେମାନଙ୍କ ମଧ୍ୟରୁ ପୁରୁ ଯଯତାଙ୍କ ସିଂହାସନରେ ବସିଲେ] 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଧୁନିକ ଯୁଗର ଓଡ଼ିଆ କବି ରାୟସାହେବ ନନ୍ଦକିଶୋର ବଳଙ୍କ ବିରଚିତ ପଦ୍ୟ କାବ୍ୟ (ଏଥିରେ ଶର୍ମିଷ୍ଠା ଓ ଯଯାତିଙ୍କ ବିଷୟ ବର୍ଣ୍ଣିତ ହୋଇଅଛି) —Name of a poem by the modern poet late Rāi Sāhib Nandakishore Baḻa.