Jump to content

ଶଲ୍ୟ

ଉଇକିଅଭିଧାନ‌ରୁ

ଶଲ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ଶଳ୍ ଧାତୁ=ଗମନ କରିବା+କର୍ମ. ଯ)

[ସମ୍ପାଦନା]
୧. ଶଙ୍କୁ; କୀଳକ —୧. A peg; a pin.
୨. ଖୁଣ୍ଟା; ଖିଲ; ଶୂଳୀ —୨. Stake.
୩. ଶଳାକା —୩. A pin or shender rod.
୪. ଦେହ ମଧ୍ୟରେ ପ୍ରବେଶ କରି— ଥିବା ଅସ୍ଥି, କଣ୍ଟା ତୀର ଆଦି ପୀଡ଼ାଦାୟକ ତୀକ୍ଷ୍ଣ ପଦାର୍ଥ — ୪. Any extraneous substance which enters the body and causes pain.

[ଦ୍ରଷ୍ଟବ୍ୟ —ସୁଶ୍ରୁତ ମତରେ ଶରୀର ମଧ୍ୟସ୍ଥ ଶଲ୍ୟ ଦୁଇ ପ୍ରକାର ଶାରୀର ଓ ଆଗନ୍ତୁ ବାତ ପିତ୍ତ ଆଦି ଦୋଷରୁ ରୋମ, ନଖ, ଶରୀରସ୍ଥ ଧାତୁ, ଅନ୍ନ, ମଳ ଆଦି କୁପିତ ହୋଇ ପୣଡ଼ା ବା ରୋଗ ଉତ୍ପାଦନ କଲେ ତାକୁ ଶାରୀର ଶଲ୍ୟ ବୋଲା— ଯାଏ ବାହାରର କୌଣସି ବସ୍ତୁ (ଲୁହା; କାଠ) ଶରୀରରେ ପ୍ରବେଶ କରି ପୀଡ଼ା ଉତ୍ପନ୍ନ କଲେ ତାକୁ ଆଗନ୍ତୁ ଶଲ୍ୟ ବୋଲାଯାଏ—ହିନ୍ଦୀ - ଶ.]

୫. ଶର; ଛେଲ; ବାଣ, ତୀର —୫. Arrow; dart.

[ଉ—ବାଣ ସେବନ ଈଷ ଈଷଦ୍ଧାସ ପ୍ରକାଶ ଶଲ୍ୟ କି ଶଲ୍ୟ ଭାବ ବହି ସେ ଭଞ୍ଜ. ବୈଦେହୀଶବିଳାସ]

୬. ଶଲେଇ; ସନ୍ଥା —୬. A probe put into a wound.
୭. ତୋମର; ଶାବଳ —୭. A crow bar.
୮. ଲେମ୍ୱୁ ଆଦି ଗଛର ବଡ଼ ବଡ଼ କଣ୍ଟା —୮. Big thorns of trees, such as orange.
୯. କଣ୍ଟକ; କଣ୍ଟା — ୯. Nail; thorn.
୧. ମାଛ କଣ୍ଟା —୧୦. Fish- bone.
୧୧. ମଦନ ବୃକ୍ଷ; ମଅଣ ଗଛ —୧୧. A tree; Randia Dumetorum.
୧୨. ଅସ୍ଥି; ହାଡ଼ —୧୨. Bone.
୧୩. ମୁନିଆ ଅସ୍ତ୍ର ବିଶେଷ; ବର୍ଚ୍ଛା; ଭାଲ —୧୩. A pointed weapon; javelin.
୧୪. ବିଷ; ଗରଳ —୧୪. Poison; venom.
୧୫. ଚିକିତ୍ସାର୍ଥ ଦେହରେ ବ୍ୟବହୃତ ଅସ୍ତ୍ର —୧୫. Surgical instrument.
୧୬. ଗାଳି; ଦୁର୍ବାକ୍ୟ —୧୬. Evil words; reproach.
୧୭. ସୀମା; ବାଉଣ୍ଡେରି —୧୭. Boundary.
୧୮. ଗୋରୁଙ୍କର ମଶାଣି ଦଣ୍ଡା —୧୮. A place where the carcase of cattle are thrown.
୧୯. ଝିଙ୍କ —୧୯. Porcupine.

[ଉ—ବଳି ମୁଖ ବଳୀ ଶଲ୍ୟ ଝିଳିକି କହିଲା ଭଞ୍ଜ. ବୈଦେହୀଶବିଳାସ]

୨. ମୁଦ୍ର ଦେଶର ରାଜା; ନକୁଳ ଓ ସହଦେବଙ୍କ ମାମୁଁ; ମାଦ୍ରୀଙ୍କ ଭାଇ —୨୦. The name of the maternal uncle of Nakuḻa and Sahadeba (Pāṇḍabas.)

[ଦ୍ରଷ୍ଟବ୍ୟ —ଏ ପଣ୍ଡୁଙ୍କର କନିଷ୍ଠା ଭାର୍ଯ୍ୟା ମାଦ୍ରାଙ୍କର ଭାଇ ଦ୍ରୋପଦୀଙ୍କ ସ୍ୱୟଂବର ସଭାରେ ଏ ଉପସ୍ଥିତ ହୋଇ ଲକ୍ଷ୍ୟ ଭେଦ କରି ନ ପାରି ଅର୍ଜୁନଙ୍କର ଦ୍ରୌପଦୀଲାଭରେ ଭୀମଙ୍କ ସହିତ ମଲ୍ଲଯୁଦ୍ଧରେ ପ୍ରବୃତ୍ତ ହୋଇ ହାରିଥିଲେ କୁରୁ— କ୍ଷେତ୍ର ଯୁଦ୍ଧରେ ଏ ପାଣ୍ଡବମାନଙ୍କ ପକ୍ଷରେ ଯୋଗ ଦେବା ପାଇଁ ସସୈନ୍ୟ ଆସୁଥିଲେ; କିନ୍ତୁ ଦୂର୍ଯ୍ୟୋଧନ କୌଶଳ— କ୍ରମେ ଏହାଙ୍କୁ ନିଜ ପକ୍ଷରେ ବରଣ କଲେ ଯୁଦ୍ଧର ପ୍ରାକ୍— କାଳରେ ଯୁଧିଷ୍ଠିର ଏହାଙ୍କୁ ନମସ୍କାର କରିବାରୁ, 'ବିଜୟୀ ହୁଅ' ବୋଲି ସେ ତାଙ୍କୁ ଆଶୀର୍ବାଦ କଲେ କୁରୁକ୍ଷେତ୍ର ଯୁଦ୍ଧରେ ୧୬ଶ ଓ ୧୭ଶ ଦିବସରେ ଏ ମହାବୀର କର୍ଣ୍ଣଙ୍କର ସାଥେ ହୋଇଥିଲେ ଓ କର୍ଣ୍ଣଙ୍କ ମୃତ୍ୟୁପରେ କୌରବମାନଙ୍କର ସେନାପତି ହେଲେ; କିନ୍ତୁ ଅଷ୍ଟାଦଶ ଦିବସରେ ଯୁଧିଷ୍ଠିରଙ୍କ ହସ୍ତରେ ଏ ନିହତ ହେଲେ]

୨୧. ପାକଡ଼ା ଖଇର (ହିନ୍ଦୀ - ଶ) —୨୧. Grey catechu.
୨୨. ଶିଳିନ୍ଦ ମାଛ (ହିନ୍ଦୀ - ଶ) ଜଳଙ୍ଗମାଛ —୨୨. Silunda Gangetica fish.
୨୩. ଲୋଧ୍ର ବୃକ୍ଷ (ହିନ୍ଦୀ - ଶ) — ୨୩. Simplocos Racemosus (tree).
୨୪. ବିଳ୍ୱ ବୃକ୍ଷ (ହିନ୍ଦୀ - ଶ) —୨୪. Bilwa tree.
୨୫. ପାପ (ହିନ୍ଦୀ - ଶ) —୨୫. Sin.
୨୬. ଭୂମିଗର୍ଭରେ ଥିବା ଅସ୍ଥି (ହିନ୍ଦୀ - ଶ) (ଯାହା ମୂଳଦୁଆ ପକାଇବା ପୂର୍ବରୁ ଖୋଳି କରି କାଢ଼ିବା ଉଚିତ) —୨୬. Bones under the ground of sites for houses.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଝିଙ୍କ କାଠି —Spines of a porcupine.

[ଉ— ବିଶଲ୍ୟ ଖୋଜ ସେ ଶଲ୍ୟ ଭଞ୍ଜ. ବୈଦେହୀଶବିଳାସ]