Jump to content

ଶଶ

ଉଇକିଅଭିଧାନ‌ରୁ

ଶଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଶ୍ ଧାତୁ+କର୍ତ୍ତୃ. ଆ; ଯେ ଲମ୍ଫଦେଇ ଚାଲେ)

[ସମ୍ପାଦନା]
୧. ଶଶକ; ଛେକୁଆ; ବିଳେଶୟଜାତୀୟ କ୍ଷୁଦ୍ରପଶୁ — ୧. Hare; rabbit.
୨. କାମଶାସ୍ତ୍ରବର୍ଣ୍ଣିତ 'ଶଶ— ଜାତୀୟ ପୁରୁଷ' —୨. One of the four classes into which the Hindu amatory science has classified males.

[ଦ୍ରଷ୍ଟବ୍ୟ —ଏକଜାତୀୟ ପୁରୁଷ ମୃଦୁଭାଷୀ. ସୁଶୀଳ, କୋମଳାଙ୍ଗ, ସତ୍ୟବାଦୀ ଓ ଗୁଣବାନ୍ ଅଟନ୍ତି]

୩. ଝୁଣା —୩. Resin.
୪. ଲୋଧ; ଲୋଧୁଗଛ —୪. A tree; Symplocus Racemosus.
୫. ଚନ୍ଦ୍ରଙ୍କ ଦେହରେ ଲକ୍ଷିତ କୃଷ୍ଣବର୍ଣ୍ଣ ଦାଗ — ୫. Dark spots seen on the surface of the moon.

[ଦ୍ରଷ୍ଟବ୍ୟ —ପୁରାଣରେ ଅଛି ଯେ, ଗୋଟିଏ ଶଶକ (ଗଳ୍ପାନ୍ତରରେ ମୃଗ) ତୃଷ୍ଣାର୍ତ୍ତ ହୋଇ ମରୀଚିକା ଭ୍ରମରେ ଚନ୍ଦ୍ରଙ୍କୁ କିମ୍ୱା ଚନ୍ଦ୍ରକିରସୋଭାସିତ ମରୁ— ପ୍ରାନ୍ତରକୁ) ଗୋଟିଏ କଳାଦାର ବୋଲି ମନେକରି ଜଳ ପାନ କରିବାପାଇଁ ଦଉଡ଼ି ଦଉଡ଼ି ଯାଇ ଦେଖିଲା ଯେ, ସେଠାରେ ପାଣି ନାହିଁ ଏହା ଦେଖି ଶଶକର ହିଂସା ଉଡ଼ିଗଲା ଓ ସେ ମରିଗଲା ତାଙ୍କଠାରେ ଆଶା ରଖି ଶଶକ ପ୍ରାଣ ହରାଇଥିବାରୁ ସେହି ଶଶକଟି ଛନ୍ଦ୍ରଙ୍କ ଦେହରେ କଳଙ୍କରୂପ ଲାଗିରହିଲା ଏବଂ ସେହିଦିନଠାରୁ ଚନ୍ଦ୍ର ଶଶାଙ୍କ ହେଲେ]



ଶଶ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶସ୍ୟ)

[ସମ୍ପାଦନା]
୧. ନଡ଼ିଆ; ତାଳ; କଖାରୁଆଦି ଫଳରେ କଠିନ ଆବରଣ ମଧ୍ୟରେ ଥିବା କୋମଳ ଅଂଶ —୧. The soft kernel inside the hard rind of certain fruits.
୨. ଗଛର ମଞ୍ଜ —୨. The pith of trees.