ଶଶା
ଶଶା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଶଶକ) ଶଶକ; ଠେକୁଆ — ୧. The hare; rabbit.
- ୨. (ସଂସ୍କୃତ - ତ୍ରପୁଷୀ; ସଂସ୍କୃତ - ଶଷ୍ୟ; ବଙ୍ଗଳାରୁ ଅନୁକୃତ) କାକୁଡ଼ି; କଣ୍ଟିଆଳି କାକୁଡ଼ି — ୨. Cucumber; Cucumis Hardwickii.
[ଦ୍ରଷ୍ଟବ୍ୟ —ଏହା କୁଷ୍ମାଣ୍ଡାଦି ବର୍ଗର କୃଷି— ଜାତ ଲତା ଓ ତହିଁର ଞ୍ଚାଖାଇ ଫଳ ପତ୍ର ପଞ୍ଚଶାଖା ବା ଆଙ୍ଗୁଳ ଯୁକ୍ତ ଓ ରୋମଶ, ଫୁଲ ଈଷତ୍ ହଳଦିଆ ଫଳ ଲମ୍ୱ ଓ ଗୋଲ ଓ ଅର୍ବୁଦମୟ ବସନ୍ତ କାଳରେ କ୍ଷେତରେ ଋଷ କରି ଯେଉଁ ଫସଲ କରା ଯାଏ, ସେ ଫଳ ୪୫: ଇଞ୍ଚ ଲମ୍ୱ ଏହାକୁ କିଲ ଶଶା ବା ମୁଣ୍ଡି କାକୁଡ଼ି ବୋଲାଯାଏ ବର୍ଷା ଦିନେ ଘର ବାଡ଼ିରେ ଯେଉଁ ଫସଲ ରଞ୍ଜା ଉପରେ ମାଡ଼େ, ସେ ଫଲର ସ୍ଥୂଳତା ପ୍ରାୟ ୩ ଇଞ୍ଚ, ବ୍ୟାସ ଓ ଲମ୍ୱ ପ୍ରାୟ ୧ ଫୁଟ ପର୍ଯ୍ୟନ୍ତ ହୁଏ ବୈଦ୍ୟଶାସ୍କ ମତରେ ଏହା ମଧୁର ରସ, ଶୀତଳ, ଗୁରୁପାକ, ରୁଚିକର, ବଳନାଶକ, ମୂତ୍ରକାରକ, ଓ ଭ୍ରମ, ପିତ, ଦାହ, ପିପାସା, କ୍ଳାନ୍ତି, ରକ୍ତପିତ୍ତ ତଥା ବମନ ରୋଗରେ ଉପକାରକ ଶ୍ୱେତ ଓ ନୀଳବର୍ଣ୍ଣ ଭେଦରେ ଶଶା ଦୁଇ ପ୍ରକାର ନୀଳ ଅପେକ୍ଷା ଶ୍ୱେତ ଅଧିକ କଫକାରକ; ପକ୍ୱଶସା, ଅମ୍ଳ ରସ, ଉଷ୍ଣବୀର୍ଯ୍ୟ, ପିତ୍ତବର୍ଦ୍ଧକ ଓ ବାତ ନାଶକ କାକୁଡ଼ି ମଞ୍ଜି ଶୀତଳ, ରୂକ୍ଷ, ମୂତ୍ରବର୍ଦ୍ଧକ ଏବଂ ପିତ୍ତ, ରକ୍ତ ଓ ମୂତ୍ରକୃଚ୍ଛ୍ର ରୋଗର ଉପଶମକାରକ କାକୁଡ଼ି କଅଁଳ ଥିବା ଅବସ୍ଥାରେ ଖାଇବାକୁ ରୁଚିକର ଲାଗେ ଫଳ ବୁଢ଼ା ହୋଇଗଲେ ତା ଚୋ ଟାଣ ଓ
ନାଲିଆ ହୁଏ ଏବଂ ଏହାକୁ କାଟି ତରକାରୀ ଓ ଆମ୍ୱିଳ କରାଯାଏ ଫୁଟି କାକୁଡ଼ି ମଧ୍ୟ ଏହି ଜାତୀୟ ]