Jump to content

ଶଶ ବିଷାଣ

ଉଇକିଅଭିଧାନ‌ରୁ

ଶଶ ବିଷାଣ

ଉଚ୍ଚାରଣ

[ସମ୍ପାଦନା]

(ଶଶ ଶୃଙ୍ଖ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଠେକୁଆର ଶଙ୍ଗ ବା ଶିଙ୍ଘ, ଅସମ୍ଭବ ବା ଅଲୀକ କଥା —The hares, horn; impossibility.

[ ଦ୍ର—ଠେକୁଆର ଶିଙ୍ଘ ନାହିଁ, ଅତଏବ ଠେକୁଆର ଶିଙ୍ଘ ବୋଲି ସଂସାରରେ କିଛି ବସ୍ତୁ ନାହିଁ ଅସମ୍ଭବ ବା ଅଲୀକ ବିଷୟର ଦୃଷ୍ଟାନ୍ତ ସ୍ଥଳରେ ଏ ଶବ୍ଦ ପ୍ରୟୋଗ କରାଯାଏ ଏହିପରି ଅସମ୍ଭବ ବିଷୟବାଚକ ଅନ୍ୟ ଶବ୍ଦମାନ ଯଥା— ଆକାଶକୁସୁମ, ବନ୍ଧ୍ୟାପୁତ୍ର, କୂର୍ମଲୋମ ଏ ସବୁ ସଂସ୍କୃତ ଶବ୍ଦ ଓଡ଼ିଆରେ ମଧ୍ୟ ଏହିପରି କେତେକ ଶବ୍ଦ ଅଛି ଯଥା—ଆକାଶ କଇଁଆ, ଲେଡ଼ିରେ ବାଳ, ଜିଭର ହାଡ଼, ଘୋଡ଼ାଡିମ୍ୱ, ବଙ୍ଗଳାରେ 'ସୋନାର ପାଥରବାଟି' 'କାଁଠାଲେର ଆମସତ୍ତ୍ୱ' ଘୋଡ଼ାର ଡିମ' ଇତ୍ୟାଦି ଇଂରାଜୀରେ castles in the air 'horse' egg]

(ଉ—ମୋହିର ଭାଗ୍ୟେ କି ଲେଖାଥିଲା ଆହା ଲୋଡ଼ିବା ଶଶବିଷାଣ—ରାଧାନାଥ. ଯଯାତି)