ଶସ୍ତ
ଦେଖଣା
ଶସ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଶନ୍ସ୍ ଧାତୁ=ସୁଖୀ କରିବା; ଆଶୀର୍ବାଦ କରିବା+ କର୍ମ ତ)
[ସମ୍ପାଦନା]- ୧. ସୁଖୀ —୧. Happy.
- ୨. ଆନନ୍ଦିତ — ୨. Glad.
- ୩. କଲ୍ୟାଣ ଯୁକ୍ତ —୩. Auspicious; blessed.
- ୪. ପ୍ରଶସ୍ତ —୪. Broad.
- ୫. ସ୍ତୁତ; ପ୍ରଶଂସିତ —୫. Praised.
- ୬. ଉତ୍କୃଷ୍ଟ —୬. Excellen.
- ୭. (ଶସ୍ ଧାତୁ=ବଧ କରିବା+କର୍ମ ତ)—ହତ. ୭. Killed.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କଲ୍ୟାଣ —୧. Blessing.
- ୨. ସୁଖ —୨. Happiness.
- ୩. ଶରୀର; ଦେହ — ୩. Body.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନିଶ୍ଚିତ —୧. Certain.
- ୨. ସ୍ଥିରୀକୃତ —୨. Decided.
(ଯଥା—ଏକଥା ଆମେ ଶସ୍ତ କରିଛୁଁ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଶସ୍ତ୍ର) ଶସ୍ତ୍ର; ଯନ୍ତ୍ର — ୧. Instrument; tool; weapon.
- ୨. ପ୍ରତିକାର — ୨. Remedy.
- ୩. ଉପାୟ ଅବଲମ୍ୱନ —୩. Resource; means.