ଶାକମ୍ଭରୀ
ଦେଖଣା
ଶାକମ୍ଭରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶାକଂ=ଶାଗକୁ+ଭୃ ଧାତୁ=ପୋଷଣ କରିବା+ କର୍ତ୍ତୃ ଅ+ସ୍ତ୍ରୀ ଈ; ଅଲୁକ୍ ସମାସ; ଯେ ଶାକଦ୍ୱାରା ଜୀବମାନଙ୍କୁ ଭରଣ କରିଥିଲେ)
[ସମ୍ପାଦନା]- ୧. ଶିବା; ଦୁର୍ଗା — ୧. Goddess Durgā.
[ଦ୍ରଷ୍ଟବ୍ୟ —ମାର୍କଣ୍ଡେୟ ପୁରାଣାନ୍ତଗତ ଦେବୀମାହାତ୍ମ୍ୟ ବା ଚଣ୍ଡୀ— ଗ୍ରନ୍ଥର ୧୧: ଶ ଅଧ୍ୟାୟରେ ଦୁର୍ଗା ଦେତାମାନଙ୍କୁ କହି ଅଛନ୍ତି ଯେ, ଯେତେବେଳେ ପୃଥିବାରେ ୧ ବର୍ଷକାଳ ଅନାବୃଷ୍ଟି ହେବ, ସେହି ସମୟରେ ଅଯୋନିଜାରୂପେ (ସତୀରୂପେ) ପୃଥିବୀରେ ଆବିର୍ଭୂତା ହୋଇ ମୁ ମୋ ନିଜ ଦେହସଂଭୂତ ପ୍ରାଣଧାରକ ଶାକଦ୍ୱାର ଦୁର୍ଭିକ୍ଷପ୍ରପୀଡ଼ିତ ଲୋକମାନଙ୍କୁ ଭରଣପୋଷଣ କରି ବଞ୍ଚାଇବି, ଏଥିପାଇଁ ମୋ ନାମ ଶାକମ୍ଭରୀ ହେବ ଓ ସେହି କାଳରେ ମୁଁ ଦୁର୍ଗ— ମାଖ୍ୟ ଅସୁରକୁ ବିନାଶ କରିବି ଏବଂ ସେହିହେତୁରୁ ମୋ ନାମ ଦୁର୍ଗା ହେବ ]
- ୨. ସ୍ୱନାମଖ୍ୟାଥ ତୀର୍ଥ; ଅଜମିର ଅନ୍ତର୍ଗତ ନିଗରୀ ବିଶେଷ —୨. Name of a sacred city in Ajmeer.
[ଦ୍ରଷ୍ଟବ୍ୟ —ଏଠାରେ ସୁବ୍ରତା ଦେବୀ ମାସକୁ ମାସ ଥରେ ମାତ୍ର ଶାକାହାର କରି ସହସ୍ରବର୍ଷ ଅତି— ବାହିତ କରିଥିଲେ ଓ ସେଠାକୁ ଆରତ ମହର୍ଷିମାନଙ୍କୁ ଶାକଦ୍ୱାରା ସତ୍କାର କରିଥିବାରୁ ନଗରଟିର ଏପରି ନାମକରଣ ହୋଇଅଛି ]
- ୩. ଶମ୍ୱର ହ୍ରଦଜାତ ଲବଣ — ୩. Salt produced from the salt-lake of Rājputānā.