ଶାଖା

ଉଇକିଅଭିଧାନ‌ରୁ

ଶାଖା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ଶାଖ ଧାତୁ+କର୍ତ୍ତୃ ଅ+ସ୍ତ୍ରୀ ଆ)[ସମ୍ପାଦନା]

୧. ବୃକ୍ଷର ଅଙ୍ଗ— ବିଶେଷ; ବିଟପ; ଗଛର ଡାଳ —୧. Branch; bough of a tree; offshoot.
୨. ଅଂଶ; ଭାଗ —୨. Part; section.
୩. ବେଦର ଅଂଶ ବିଶେଷ —୩. Name of section of the Bedas.
୪. ବାହୁ — ୪. The arm.
୫. କର —୫. The hand.
୬. ଗ୍ରନ୍ଥର ପରିଚ୍ଛେଦ; ଅଧ୍ୟାୟ —୬. Chapter of a book.
୭. ଦେଶାଂଶ; ପ୍ରଦେଶ —୭. Province.
୮. ସମୀପତା; ସାମୀପ୍ୟ —୮. Nearness; vicinity.
୯. ପକ୍ଷାନ୍ତର — ୯. Another side.
୧. ବଂଶର ଆଦିପୁରୁଷଙ୍କଠାରୁ ଉତ୍ପନ୍ନ ବିଭିନ୍ନ ବଂଶଧରମାନଙ୍କ ବଂଶ —୧୦. Branch of a family; families of different descendants of a particular ancestor.
୧୧. ନଦୀରୁ ନିର୍ଗତ ହୋଇଥିବା ଶାଖା —୧୧. Branch of a river.
୧୨. ସମୁଦ୍ରକୁ ବାହାରିଥିବା ଲମ୍ୱ ଉପସାଗର —୧୨. A long arm of the sea.
୧୩. ଏକ ଜାତିର ବା ଧର୍ମର ବିଭିନ୍ନ ସଂପ୍ରଦାୟ —୧୩. A religious sect or branch of nation.

[ଉ—ସାନ ଶାଖା ମୁକୁନ୍ଦ ବଡ଼ ଶାଖା ଯେ ରାମବତ୍ସ—ପ୍ରାଚୀ. ଗୁରୁଭକ୍ତି ଗୀତା

୧୪. ଶରୀରର ଅବୟବ (ହାତ, ଗୋଡ଼) (ହିନ୍ଦୀ - ଶ) —୧୪. A limb of the body.
୧୫. ଅଙ୍ଗୁଳି (ହିନ୍ଦୀ - ଶ) —୧୫. Finger.
୧୬. ଚଉକଠ (ହିନ୍ଦୀ - ଶ) —୧୬. Door- frame.
୧୭. ଗୃହର ଏକପାଖ (ହିନ୍ଦୀ - ଶ) —୧୭. A side of a house.
୧୮. ମୂଳ ବସ୍ତୁରୁ ନିର୍ଗତ ଅଂଶ (ହିନ୍ଦୀ - ଶ) ୧୮. A part which is an offshoot from an original thing.
୧୯. ବିଭାଗ; ହିଂସା (ହିନ୍ଦୀ - ଶ) — ୧୯. Division; share.
୨. କୌଣସି ଶାସ୍ତ୍ରର ବା ବିଦ୍ୟାରୁ ଅନ୍ତର୍ଗତ ଅଂଶ ବା ବିଭାଗ (ହିନ୍ଦୀ - ଶ) —୨୦. Part or subdivision of a work or science.
୨୧. ବେଦର ସଂହିତାମାନଙ୍କର ପାଠ ବା କ୍ରମଭେଦ, ଯାହା କୌଣସି କୌଣସି ଋଷି ଆପଣା ଗ୍ରୋତ୍ର ବା ଶିଷ୍ୟ ପରଂପରା କ୍ରମେ ଚଳାଇଥିଲେ (ହିନ୍ଦୀ - ଶ) —୨୧. A school or traditional recension of the Bedas; traditional text followed by a school (Apte).

[ଦ୍ରଷ୍ଟବ୍ୟ —ଋଗ୍ୱେଦର ୫ ଶାଖା, ଯଜୁର୍ବ୍ୱେଦର ବହୁ ଶାଖା ମଧ୍ୟରେ ନଅଟି ପ୍ରସିଦ୍ଧ (ହିନ୍ଦୀ - ଶ)] ===

୨୨. ବିଶିଷ୍ଟ ମତବାଦୀ ଦଳ —୨୨. Party holding a particular view or tenet; faction (Apte).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଖା)[ସମ୍ପାଦନା]

୧. ସଖା; ବନ୍ଧୁ —୧. Friend.
୨. (ସଂସ୍କୃତ - ସହାୟକ) ସହାୟ —୨. Help.

(ଉ—ଏଥି ହୋଇ ତାର ନାହିଁ କିଛି ଶାଖା ପ୍ରାଚୀ. ବ୍ରହ୍ମନିରୂପଣ. ଗୀତା)

୩. ପ୍ରଧାନ ଖାଦ୍ୟ ସଙ୍ଗେ ଖିଆଯିବା ପଦାର୍ଥ; ଅନ୍ନ ସଙ୍ଗେ ଖିଆଯିବା ବ୍ୟଞ୍ଜନାଦି —୩. Curry etc. taken with rice or the principle article of food.