Jump to content

ଶାଡ଼ୀ

ଉଇକିଅଭିଧାନ‌ରୁ

ଶାଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାଟୀ, ପ୍ରା ଶାଡ଼ି)

[ସମ୍ପାଦନା]
୧. ସଧବା ସ୍ତ୍ରୀଙ୍କ ପରିଧେୟ ବସ୍ତ୍ର —୧. Cloth worn by women whose husbands are alive.

(ଉ—ସୀମା ପାରି କରିଅଛି ମୋ ଶାଢ଼ୀ—କବିସୁର୍ଯ୍ୟ ରତ୍ନାକରଚମ୍ପୂ)

[ଦ୍ରଷ୍ଟବ୍ୟ —ସଧବାମାନଙ୍କ ପରିଧେୟ ଶାଢ଼ୀରେ ଚଉଡ଼ା ଧଡ଼ି ଥାଏ, ଚଉଡା ମୁହଁ ଥାଏ; କିନ୍ତୁ ବିଧବାଙ୍କ ପରିଧେୟ ଭୁନିରେ ବା ଶୁଣ୍ଠିଆରେ ଧ଼ଡ଼ି ବା ମୁହୁଣ୍ଡା ନ ଥାଏ ]

୨. ରାଜାମାନଙ୍କର ମୃତବ୍ୟକ୍ତିର ଉତ୍ତରାଧିକାରୀକୁ ବା ପୋଷ୍ୟପୁତ୍ରକୁ ଏବଂ ରାଜୋପାଧିଭୂଷିତ ବ୍ୟକ୍ତିକୁ ଦେବା ସମ୍ମାନ ଓ ପଦବୀସୂଚକ ବସ୍ତ୍ର (ଏହାକୁ ଉକ୍ତ ବ୍ୟକ୍ତିର ମୁଣ୍ଡରେ ଗୁଡ଼ାଇ ଦିଆଯାଏ ବା ବାନ୍ଧି ଦିଆଯାଏ) ୨. A piece of cloth tied round the head of an heir or adopted son of a deceased and that of a person on whon a Raj̄a confers a title in recognition of his heirship or of the title.

(ଉ—ବାହାରିଲେ ଗଣ୍ଠି ଅଳ ଅଳଂକୃତ ହୋଇ ବିଶ୍ୱକେତୁ ରଣାରମ୍ଭେ କି ସେ ଶାଢ଼ୀ ପାଇ—ଭଞ୍ଜ. ବୈଦେହୀଶବିଳାସ)

[ଦ୍ରଷ୍ଟବ୍ୟ — ମୁହୁଣ୍ଡା ଓ ଧଡ଼ି ଅନୁସାରେ ଶାଢ଼ୀର ନାମ ହୋଇଥାଏ ଯଥା—ଫିତାଧଡ଼ିଆ, ପାଚା(ଛା)ପାଡ଼ିଆ, ପିଛାପାଡ଼ିଆ, ଜରି

ଧଡ଼ିଆ, ଜରିମୁହଁ, କୁମ୍ଭପକା, କାଙ୍ଗୁଲାପଡ଼ି, ଧଡ଼ିଶହଣ ଓ କୁମ୍ଭଧଡ଼ିଆ ଶାଢ଼ୀ ଉପାଦାନ ଅନୁସାରେ ମଧ୍ୟ କେତେକ ଶାଢ଼ୀର ନାମକରଣ ହୋଇଥାଏ, ଯଥା— ମଠା ଶାଢ଼ୀ, ପାଟ ଶାଢ଼ୀ, ସୁତା ଶାଢ଼ୀ, କସ୍ତା ଶାଢ଼ୀ, ଟସର ଶାଢ଼ୀ, ସିଲ ଶାଢ଼ୀ, ଛିଟ ଶାଢ଼ୀ, ନେତ, ପାଟପତନୀ, ରତ୍ନ ଶାଢ଼ୀ ଇତ୍ୟାଦି 

ବୁଣାହେବା ସ୍ଥାନରେ ନାମ ଅନୁସାରେ ମଧ୍ୟ ଶାଢ଼ୀର ନାମ ହୁଏ ଯଆ ===

ବିଲିତୀ, ମାଣିଆବନ୍ଦୀ, ଗୁଲନଗରୀ, କୁମ୍ଭକର୍ଣ୍ଣୀ, ବନାରସୀ, ଚନ୍ଦ୍ରକଣିଆ, ଦକ୍ଷିଣୀ, ହମ୍ୱରୁ, ଗୋହାବରୀ, ସରୁବୁଲୀ, ମୁକୁସାବାଜୀ, ବରମପୁରୀ, ତକେଉ, (ପୁରୀ) ବଳଗଣ୍ଡିଆ, ଦାକ୍ଷିଣାତ୍ୟରେ ବୁଣାଯିବା ସରୁସୂତା ଶାଢ଼ୀ ଚେଲମ୍ ବା ଶେଲମ୍ ଶାଢ଼ୀ ଇତ୍ୟାଦି

ବୁଣିବା ଜାତିର ନାମ ଅନୁସାରେ ଶାଢ଼ୀର ନାମ ମଧ୍ୟ ହୁଏ ଯଥା ===

ବାଉରୀବୁଣା, ତଉଁରୀ ଶାଢ଼ୀ ରଙ୍ଗ ଅନୁସାରେ ମଧ୍ୟ ଶାଢ଼ୀର ନାମ ହୋଇଥାଏ ଯଥା ===

ମୁଗେଇ, କଳାମେଘୀ, ପୀତାମ୍ୱରୀ, ବସନ୍ତୀ, ନୀଳ ବା ନେଳିଆ, ଗୋଲାପୀ, ବିଦ୍ୟୁତ୍ପ୍ରଭା, କଳାବୋଇତ, ଶୁଆ— ପଖିଆ, ମୟୂରକଣ୍ଠିଆ, ହଳଦୀବସନ୍ତ, ଧୁପଛାୟା ଇତ୍ୟାଦି ବିଶେଷ ବିଶଷେ ଜାତିଙ୍କ ପରିଧେୟ ଶାଢ଼ୀର ମଧ୍ୟନାମ ଅଛି—ଯଥା— ପାରସୀ, ବରମୀ, ବ୍ରାହ୍ମିକା ଶାଢ଼ୀ ଇତାଦି]

୩. ଦେବତାଙ୍କ ଭଣ୍ଡାରରୁ ବିଶିଷ୍ଟ ଦର୍ଶକଙ୍କୁ ସମ୍ମାନସୂରୂପ ଉପହାର ଦିଅଯିବ ବସ୍ତ୍ରଖଣ୍ଡ —୩. A piece of cloth presented to a distinguished visitor to a shrine.