Jump to content

ଶାନ୍ତିଭଙ୍ଗ ଜାମନି

ଉଇକିଅଭିଧାନ‌ରୁ

ଶାନ୍ତିଭଙ୍ଗ ଜାମନି

ଉଚ୍ଚାରଣ

[ସମ୍ପାଦନା]

(ଶାନିଭଙ୍ଗ ମୁଚାଲିକା—ଅନ୍ୟରୁପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୌଣସି ସ୍ଥାନେର ଗୋଳମାଳ ବା ମାଡ଼ିପିଟ ଆଦି କରିବ ନାହିଁ ବୋଲି କୌଣସି ଅଭିଯୁକ୍ତ ବ୍ୟକ୍ତିଠାରୁ ରାଜକର୍ମରୀ ଯେଉଁ ଜାମିନ୍ ବା ଏକରାରନାମ ନିଅନ୍ତି —Security to keep the peace; security taken from a person binding him down to keep the peace, i. e; not to commit breach of the place.

[ଦ୍ରଷ୍ଟବ୍ୟ —ଦୁଷ୍ଟ ବ୍ୟକ୍ତିମାନେ ଅନ୍ୟମାନଙ୍କ ସଙ୍ଗେ ମାଡୢପିଟ ବା କଳିତକରାର କରି କୌଣସିଠାରେ ଶାନ୍ତିଭଙ୍ଗ କରିବାର ଆଶଙ୍କ ଜନ୍ମିଲେ, ମାଜିଷ୍ଟ୍ରୋଟ ଉକ୍ତ ବ୍ୟକ୍ତି ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ପାଇଲେ ତାଠାରୁ ମୁଚାଲିକା (ଅଙ୍ଗୀକାର ପୁତ୍ର) ବା ଜାମିନ୍ (ପ୍ରତିଭୁ) ନିଅନ୍ତି ଓ ସେଥିରେ ଏହି ସର୍ତ୍ତ ଥାଏ ଯେ, ଭବିଷ୍ୟରେ ଉକ୍ତ ବ୍ୟକ୍ତି ନିର୍ଦ୍ଦିଷ୍ଟ କାଳ ମଧ୍ୟରେ ଶାନ୍ତିଭଙ୍ଗ କରିବାର ଦେଖାଗଲେ ତାକୁ ଆଇନ୍ ଅନୁସାରେ ଦଣ୍ଡ ଦିଆଯିବା ଛଡ଼ା ଜାମିନ—ନିର୍ଦ୍ଧାରିତ ଅର୍ଥଦଣ୍ଡ ତାଠାରୁ କିମ୍ୱା ତାର ଜାମିନ୍ଦାର୍ଠାରୁ ସରକାର ଆଦୟ କରିବେ ଭାରତୀୟ ଫୌଜଦାରୀ କାର୍ଯ୍ୟବିଧି ଆଇନର ୧୭: ଦଫାର ବିଧାନ ଅନୁସାରେ 'ଶାନ୍ତିଭଙ୍ଗ କାରୀ' ବ୍ୟକ୍ତି ସମ୍ୱନ୍ଧରେ ମାଜିଷ୍ଟେଟ୍ କାଇଦାକଟକଣା କରନ୍ତି

କୌଣସି ବ୍ୟକ୍ତି ବା ବ୍ୟକ୍ତିଗଣଙ୍କଦ୍ୱାରା ଶାନ୍ତିଭଙ୍ଗ ଘଟିବାର ଆଶଙ୍କ ହେଲେ ମାଜିଷ୍ଟ୍ରେଟ, ପୁଲିସ କର୍ମଚାରୀ ଓ ଗ୍ରାର ପ୍ରେସିଡେଣ୍ଟ ଉକ୍ତ ଶାନ୍ତିଭଙ୍ଗକାରୀକୁ ବିନା ଉଆରଣ୍ଟରେ ଗିରିଫଦାର କରି ପାରିବେ—ଏପରି କ୍ଷମତା ସେମାନଙ୍କୁ ଦିଆ ଯାଇଅଛି ଯେଉଁ ଅଭିଯୁକ୍ତ ବ୍ୟକ୍ତି ଶାନ୍ତିଭଙ୍ଗ ନ କରିବା ବୋଲି ମିନ୍ ବା ମୁଚାଲିକା ଦେବାକୁ ଅକ୍ଷମ ହୁଏ, ତାକୁ କଏଦ ରଖାଯାଏ ]