Jump to content

ଶାମ୍ୱ

ଉଇକିଅଭିଧାନ‌ରୁ

ଶାମ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶମୁକ; ଶାମୁକା —୧. Oyster shell.
୨. ଜାମ୍ୱବତୀଙ୍କ ଗର୍ଭଜାତ ଶ୍ରୀକୃଷ୍ମଙ୍କ ପୁତ୍ର — ୨. Name of a son of Ṡrīkṛushṇa

[ଦ୍ରଷ୍ଟବ୍ୟ —ଏହାଙ୍କୁ ବଳରାମ ସ୍ନେହପୂର୍ବକ ଶିକ୍ଷା ଦେଇଥିଲେ ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷ୍ମଣାଙ୍କୁ ଏ ବଳପର୍ବକ ହରଣ କରିବାକୁ କୌରବମାନେ ଏହାଙ୍କୁ ପରାସ୍ତ କରି ବନ୍ଦୀ କରି ଥିଲେ, କିନ୍ତୁ କୌରବ ସଖା ବଳରାମ ହସ୍ତିନାପୁରକୁ ଯାଇ ଏହାଙ୍କୁ ମୁକ୍ତ କରାଇ ଲକ୍ଷ୍ମଣାଙ୍କ ସଙ୍ଗେ ଏହାଙ୍କର ବିବାହ କରାଇଲେ ଏ ବଜ୍ରନାଭପୁରକୁ ଯାଇ ପ୍ରଦ୍ୟୁମ୍ନଙ୍କୁ ଶମ୍ୱରା— ସୁର ବଧରେ ସାହାଯ୍ୟ କରିଥିଲେ ଶ୍ରୀକୃଷ୍ଣଙ୍କ ଅନ୍ୟପୁତ୍ରମାନେ ରଙ୍ଗ ରହସ୍ୟ କରିବା ଉଦ୍ଦେଶ୍ୟରେ ଏହାଙ୍କୁ ନାରୀବେଶ କରି ଏହାଙ୍କ ପେଟରେ ଲୁଗା ତେଳେ ଗୋଟିଏ ଲୈହପାତ୍ର ରଖି ତା ଉପରେ ଲୁଗା ଗୁଡ଼ାଇ ଦେବାରୁ ଶାମ୍ୱ ଗୋଟିଏ ଆସନ୍ନପ୍ରସବା ନାରୀ ପରି ଦେଖା ଗଲେ କୁମାରମାନେ ସେଠାରେ ଉପସ୍ଥିତ ବିଶ୍ୱମିତ୍ର ଆଦି ଋଷିମାନଙ୍କଠାକୁ ନାରୀବେଶାଧାରୀ ଶାମ୍ୱଙ୍କୁ ନେଇ ଥଟ୍ଟା କରିବା ଉଦ୍ଦେଶ୍ୟରେ ଋଷିମାନଙ୍କୁ ପଚାରିଲେ—ଏ ନାରୀ ଗର୍ଭରୁ ପୁତ୍ର ବା କନ୍ୟା, କଅଣ ଜାତ ହେବ ? ଋଷିମାନେ କୁମାରମାନଙ୍କ ଧୃଷ୍ଟତା ଜାଣି ପାରି କ୍ରୂଦ୍ଧ ହେଲେ ଓ ଶାପ ଦେଲେ ଯେ, ଏହା ଗର୍ଭରୁ ଏକ ଲୌହ ମୁଷଳ ଜାତ ହେବ ଓ ଉକ୍ତ ଲୌହ ମୁଷଳ ଯବୁବଂଶକୁ ନାଶ କରିବ ସତକୁ ସତ ଶାମ୍ୱଙ୍କ ଗର୍ଭରୁ ଗୋଟିଏ ମୂଷଳ ବାହାରିଲା କୁମାରମାନେ ଏହାକୁ ନେଇ ମଥୁରାର ରାଜା ଉଗ୍ରସେନଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ସମସ୍ତ ସମାଚାର ଜଣାଇଲେ ସେ କହିଲେ— ଏ ମୂଷଳକୁ ନେଇ ସମୁଦ୍ର ପାଣିରେ ପର୍ବତ ପୃଷ୍ଠରେ ଘୋରି ଘୋରି କ୍ଷୟ କର ତଦନୁସାରେ କୁମାରମାନେ ଏ ମୂଷଳକୁ ପର୍ବତରେ ଘଷିବାରୁ ତହିଁରୁ ଉତ୍ପନ୍ନ ଲୌହଚୂର୍ଣ୍ଣ ସମୁଦ୍ର ଜଳରେ ମିଶି ଭାସି ଭାସି ସମୁଦ୍ର ତୀରରେ ଲାଗିଲା ଓ ସେଠାରେ ଏରକାର ବନ (ସନ୍ତରା ବଣ) ଜୀତ ହେଲା ଏତେ ଘୋରି ଘୋରି ସୁଦ୍ଧା ଅବଶେଷରେ ମୁଷଳରୁ ଖଣ୍ଡେ ଲୁହା ବାକି ରକିଗଲା କୁମାରମାନେ ତାକୁ ଖାତର ନ କରି ସମୁଦ୍ର ଗର୍ଭକୁ ପିଙ୍ଗି ଦେଲେତାକୁ ଗୋଟିଏ ମାଛ ଗିଳିଦେଲା ଜଣେ କେଉଟ ସେ ମାଛକୁ ଜାଲରେ ଧରି ଆଣି ଜାରା ନାମକ ଶବରକୁ ଦେଲା ମାଛ ପେଟରୁ ସେ ଲହା ଖଣ୍ଡି ପାଇ ଜା ରାଶବର ସେଥିରେ ଗୋଟିଏ ଶର ତିଆରି କରାଇଲା ଓ ଶବରଦ୍ୱାରା ନିକ୍ଷିପ୍ତ ସେହି ବାଣରେ ବିଦ୍ଧ ହୋଇ ଶ୍ରୀକୃଷ୍ଣ ମର ଦେହ ତ୍ୟାଗ କଲେ ଉକ୍ତ ଏରକାବନରେ ଯଦୁବଂଶର କୁମାରମାନେ ହଣାହଣି ହୋଇ ମଳେ(ଏ ଚରିତ ଭାଗବତ ୧୧ଶ ସୁନ୍ଦରେ ବର୍ଣ୍ଣିତ ହୋଇଅଛି) ଶାମ୍ୱ ଗୁରୁଜନମାନଙ୍କୁ ଅପମାନ ଦେବାରୁ ସେମାନଙ୍କ ଶାପରେ କୁଷ୍ଠୀ ହେଲେ ଓ ସେ ଶାକଦ୍ୱୀପରୁ ବ୍ରାହ୍ମଣଙ୍କୁ ଅଣାଇ ସର୍ଯ୍ୟଙ୍କୁ ପୂଜା କରି ଆରୋଗ୍ୟଲାଭ କଲେ ଶାମ୍ୱ କୌଣାର୍କ ତୀର୍ଥରେ ସୂର୍ଯ୍ୟ ପୂଜା କରୁଥିବା ମହାଭାରତରେ ଉଲ୍ଲେଖ ଅଛି ଗୋଟିଏ ସୂର୍ଯ୍ୟପୁରାଣର ନାମ ଶାମ୍ୱପୁରାଣ ଏ ଉପପୁରାଣ ନାରଦ ଶାମ୍ୱଙ୍କୁ କହିଥିଲେ ଏହି ପୁରାଣରେ ସୂର୍ଯ୍ୟ ସ୍ତବରାଜସ୍ତୋତ୍ର ଓ ସ୍ୱର୍ଯ୍ୟଙ୍କ ଏକବିଂଶତି ନାମ ଅଛି ]