ଶାରଦ ଧାନ
ଦେଖଣା
ଶାରଦ ଧାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାରଦ ଧାନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାରଦ+ଧାନ୍ୟ)
[ସମ୍ପାଦନା]ଶରତ୍କାଳରେ ବାହାରି ଶୀତକାଳରେ କଟାଯିବା ଧାନ; ଶାଳି ଧାନ — Winter-rice (paddy).
[ଦ୍ରଷ୍ଟବ୍ୟ —ଏହି ଧାନ ପ୍ରାୟ ଉଚ୍ଚ ଜମିରେ ହୁଏ ବୈଶାଖ ଓ ଜ୍ୟୈଷ୍ଠ ମାସରେ ବୁଣା ଦୋଇ ପୁଷ, ମାଘରେ କଟାଯାଏ ଏଥିରେ ସରୁ ମୋଟଧାନ ଅଛି ଏହାର କେତେକ ପ୍ରକାର ଯଥା ===
- ୧. ଲଘୁ—ଛୋଟଚମ୍ପା, ମୋଟରା, ରଙ୍ଗେଇସିଣା, ନିଆଳି, ହାଡ଼ୁଆ, ଲଙ୍କା, ବୋଦଳାଚମ୍ପା, ସଅ(ହ)ରା, ନାରଦା, ବଙ୍ଗ୍ରିପାଞ୍ଚି, ପଲାଶଫୁଳ, ଭୁତମୁଣ୍ଡି, କଖାରୁଆ
- ୨. ଗୁରୁ—ବାଳାଜିରି, ନରସିଂହଭୋଗ, ସୁରୁଳି, ଦିଆନଭୋଗ, ଦୁର୍ଗାଭୋଗ, ନୃପତିଭୋଗ, ମଧୁମାଳତୀ, ବାଙ୍ଗରମାଧୋଇ, ଗଙ୍ଗାବାଲି, ମାଛକଣ୍ଟା, ଧଳାକେରି, କଳାକେରି, ମୁକ୍ତାକେରି, ଗୋପାଳଭୋଗ, ରତନଚୁରି, ମକରା, କାମୋଦି, ଦଅଣାଗୁଣ୍ଡି, ତୁଳସିଫୁଲ, ରଙ୍ଗପକ୍ଷିଅ, କଳାପକ୍ଷିଆ, ଚମ୍ପା, ହୁଣ୍ଡା, ମେଥିବାସ, ବାସବତୀ, କଳାଜିରି, ନାଲିଟୁକୁରୀ, ପିମ୍ପୁଡ଼ିବାସ, ସୁବର୍ଣ୍ଣକେତକୀ ଗୁଆପେଣ୍ଡି
- ୩. ପାଣିରେ ହେବା ଗୁରୁ ଶାରଦ ଧାନ— ରାବଣା, ଲଙ୍କା, ବାଲୁଙ୍ଗାମର୍ଦ୍ଦନ, ହରିଶଙ୍କର, ଦୁବି, ବୋଇତାଳପକ୍ଷିଆ, କୋଇଲିବାଇ, ତଣ୍ଟୋଇଶିଆଳି, ଖୁରା, ଖଜୁରିଆ, ରକ୍ତଚନ୍ଦନ, ବାଉଁଶମୂଳୀ, ହଳଦିଆ ମାଗୁରା ]