ଶାଳ
ଶାଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶାଳ୍ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ସର୍ପମୁଣ୍ଡୀ ଶହଳୀ କର୍ଦ୍ଦମଚର ମତ୍ସ୍ୟ ବିଶେଷ —୧. A species of scaly fish; Ophecephalus Wrahl; Marulius.
[ଦ୍ରଷ୍ଟବ୍ୟ —ଏହା ଶେଉଳଜାତୀୟ, ମାତ୍ର ଶେଉଳଠାରୁ ବଡ଼
ବଡ଼ ଓ କୃଷ୍ଣବର୍ଣ୍ଣ ଏମାନଙ୍କର ଲାଞ୍ଜ ଧଳା ଓ ତହିଁରେ କୃଷ୍ଣ ବର୍ଣ୍ଣର ବିତ୍ରଚିହ୍ନ ଥାଏ ଏହାକୁ ବ୍ରାହ୍ମଣମାନେ ଖାଆନ୍ତି ନାହିଁ ଏ ମାଛ ତିନିହାତ ପର୍ଯ୍ୟନ୍ତ ବଢ଼ିବା ଦେଖାଯାଏ ]
- ୨. ଶାଳିବାହନ ରାଜା —୨. King Ṡāḻibāhana.
- ୩. ପ୍ରାଚୀନ; ପ୍ରାକାର —୩. A wall.
- ୪. ବୃହତ୍ ଆରଣ୍ୟ ତରୁ; ସର୍ଜ ବୃକ୍ଷ; ଶାଳୁଆ ଗଛ —୪. Shorea.
ଅନୁବାଦ
[ସମ୍ପାଦନା][ଦ୍ରଷ୍ଟବ୍ୟ —ଭାରତର ସବୁ ପାର୍ବତ୍ୟ ଜଙ୍ଗଲରେ ଏ ଗଛ ଜନ୍ମେ ଏହାର ପତ୍ର ଅଶ୍ୱକର୍ଣ୍ଣପରି ଲମ୍ୱ ଏଥିର ପତ୍ରମାନଙ୍କୁ ଏକତ୍ର ଖଡ଼ିକାରେ ସିଲାଇ କଲେ ଖଲିପତ୍ର ହୁଏ ଏ ଗଛର ଛାଲରେ ଛିଦ କଲେ ଏଥିର ବହିବା ନିର୍ଯ୍ୟାସ ସରୁ ଝୁଣା ହୁଏ ଝୁଣାର ସଂସ୍କୃତ ନାମ ରାଳ, ସର୍ଜରସ
ଏହି ସର୍ଜରସ କଷାୟରସ ଓ କଫ, କୃମୀ, ସ୍ୱେଦ, ବ୍ରଣ, ବ୍ରଧ୍ନ. ବିଦ୍ରଧ, କର୍ଣ୍ଣରୋଗ ଓ ଯୋନିରୋଗର ଉପଶମ— କାରକ ଏ ବୃକ୍ଷର ଶୁଖିଲା ନିର୍ଯ୍ୟସକୁ ଦହକ ଅଙ୍ଗାରରେ ପକାଇଲେ ଏଥିରୁ ସୁବାସିତ ଧୂମ ବାହାରେ ଏଥି ପାଇଁ ଏହା ଦେବମନ୍ଦିରାଦିରେ ଧୂପରୂପେ ବ୍ୟବହୃତ ହୁଏ ଝୁଣା ଝୁଣା ତିକ୍ତକଷାୟ, ଶୀତବୀର୍ଯ୍ୟ, ଗୁରୁପାକ, ମଳରୋଧକ,କ୍ରିୟାପଦ - ଦୋଷନାଶକ ଏବଂ ରକ୍ତଦୁଷ୍ଟ, ଅଗ୍ନିଦଗ୍ଧକ୍ଷତ, ସ୍ୱେଦ, ଜ୍ୱର, ବ୍ରଣ, ବିସର୍ପ, ବିପାଦିକା, ଭଗ୍ନକ୍ଷତ, ଶୂଳ, ଅତିସାର ଓ ଗ୍ରହଦୋଷର ଉପଶମକାରକ ଏକ ଅଣା ଓଜନ ଝୁଣା— ଚୂନା ସଙ୍ଗେ ସମାନ ପରିମାଣ ଚିନି ମିଶାଇ ଖାଇଲେ ଆମାଶୟ ରୋଗର ଉପଶମ ହୁଏ ଝୁଣା ବାର୍ଣ୍ଣିସ୍ ତିଆର କରିବାରେ ଉପାଗାନରୂପେ ବ୍ୟବହୃତ ହୁଏ
ଡାକ୍ତରମାନେ ପରୀକ୍ଷାଦ୍ୱାରା ସ୍ଥିର କରିଅଛନ୍ତି ଯେ ଝୁଣାଚୂନାକୁ ଘିଅରେ ଗୋଳି ପାଣିରେ ମନ୍ଥି ଓ ଦୁଧ ସଙ୍ଗେ ମିଶାଇ ଖାଇଲେ ଶରୀରରେ କାମଶକ୍ତିର ଉଦ୍ଦୀପନା ହୁଏ (ବିଶ୍ୱକୋଷ) ଶାଳ ଗଛର ଛାଲରେ ଚମଡ଼ା ସଫା ଓ ରଙ୍ଗ କରାଯାଏ ଛାଲର କ୍ୱାଥରୁ ଏକପ୍ରକାର ନାଲି ଓ କଳା ରଙ୍ଗ ବାହରେ
ଏହାର ଫଳରୁ ଏକପ୍ରାକର ଖାଦ୍ୟୋପଯୋଗୀ ଚୂର୍ଣ୍ଣ ତିଆରି ହୁଏ ଦୂର୍ଭିକ୍ଷ ସମୟରେ ଲୋକେ ଏହି ଫଳର ଅଟା ଖାଆନ୍ତି
ଏହାର କାଠ ଓ ବିଶେଷତଃ ମଞ୍ଜ ଅତ୍ୟନ୍ତ ଶକ୍ତ ଓ ଏଥିରେ ଘରର ଖୁଣ୍ଟ, ଶେଣୀ, ଡ଼ି, ବର୍ଗା, ଚଉକାଠ ପ୍ରଭୃତି ବହୁତ କାମ ହୁଏ
ଶାଳ ଗଛର ପତ୍ର ଶୁଖିଗଲେ ବହୁ ଦିନ ଅବିକୃତ ହୋଇ ରହେ ଏଥିପାଇଁ ଶାଳ ପତ୍ରକୁ ସିଲେଇ କରି ଖଲି ପତ୍ର ଓ ଚଉପଦି କରାଯାଏ ଡାଳର ଅଗରେ ଫୁଲ ଗୋଛା ହୋଇ ଫୁଟେ ଫୁଲ ହଳଦିଆ ଓ ସୁବାସ ]
ଅନୁବାଦ
[ସମ୍ପାଦନା]- ୫. ଶାଳୁଆଣି ଗଛ; ଶାଳଭେଦ; ଏକପ୍ରକାର ଶାଳଜାତୀୟ କ୍ଷୁଦ୍ରତର ପତ୍ର ବିଶିଷ୍ଟ ଆରଣ୍ୟ ତରୁ —୫. Another kind of timber tree,
- ୬. ନଦୀବିଶେଷ (ହିନ୍ଦୀ - ଶ) — ୬. Name of a river.
- ୭. ଅସ୍ତ୍ରବିଶେଷ; ଅପରାଧୀକୁ ଦଣ୍ଡ ଦେବାପାଇଁ ବ୍ୟବହୃତ ଶୂଳବିଶେଷ — ୭. A pointed stake used in thrusting it into the anus of criminals.
- ୮. ଦୁଃଖ; ବ୍ୟଥା —୮. Misery; agony.
- ୯. ବୃକ୍ଷ (ହିନ୍ଦୀ - ଶ) ୯. Tree.
- ୧. ବୃକାସୁରର ଏକ ପୁତ୍ର (ହିନ୍ଦୀ - ଶ) — ୧୦. Name of a son of demon Bṛuka.
- ୧୧. ଝୁଣା (ହିନ୍ଦୀ - ଶ) —୧୧. Resin.
- ୧୨. ପୀତ— ଶାଳ; ପିୟାଶାଳ (ଗଛ) (ହିନ୍ଦୀ - ଶ) —୧୨. The Indian Kino tree; Pentaptera Tomentosa.
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶାଳା)
[ସମ୍ପାଦନା]- ୧. ଅଶ୍ୱାଦିଙ୍କ ରହିବାର ଘର —୧. A shed for horse, sheep etc.
[ଯଥା—ଘୋଡ଼ାଶାଳ, ମେଣ୍ଢାଶାଳ ଇତ୍ୟାଦି ]
- ୨. କମାର, କୁମ୍ଭାର ଆଦିଙ୍କ ଅଗ୍ନିଶାଳା ବା କାରଖାନା — ୨. A workshop; a smithy.
[ଯଥା—କମାର ଶାଳ, ବଢେଇଶାଳ. ତେଲିଷାଳ ]
- ୩. ଆଖୁ ପେଡ଼ାଯିବାର ସ୍ଥାନ; ଆଖୁଶାଳ —୩. A place Where sugarcanes are pressed
- ୪. କ୍ଷେତ୍ରକୁ ଶେଣାଦ୍ୱାରା ପାଣି ବୁହାଇବା ପାଇଁ ଜଳାଶୟର ଏକ ପାଖରେ ଖୋଳା ହୋଇଥିବା ଖାତ ବା ପହଣି —୪. A hole or trench made in a corner of a tank at which water is baled out for irrigation purpose.