ଶାଳଗ୍ରାମ
ଶାଳଗ୍ରାମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶାଳ=ଶାଳ ବୃକ୍ଷ+ଗ୍ରାମ=ସମୃହ ଅଛି ଯେଉଁ ଠାରେ)
[ସମ୍ପାଦନା]- ୧. ଦେଶ ବିଶେଷ —୧. Name
of a country.
- ୨. (ଗଣ୍ଡକୀ ନଦୀ କୂଳରେ ଶାଳ ବୃକ୍ଷ ବହୁଳ ଗୋଟିଏ ଗ୍ରାମର ନିକଟସ୍ଥ ନଦୀ ଗର୍ଭରୁ ଶାଳଗ୍ରାମ ଶିଳା ମିଳୁ ଥିବରୁ ଏହି ନାମ—ଗଣ୍ଡକୀ ଶିଳା; ବଜ୍ରକୀଟଦ୍ୱାରା ଛିଦ୍ରଯୁକ୍ତ ହୋଇଥିବା ଚକ୍ର ଓ ଛିଦ୍ର ବିଶିଷ୍ଟ ଗଣ୍ଡକୀ ନଦୀଗର୍ଭସ୍ଥ ନାନା ବର୍ଣ୍ଣର ଶିଳପିଣ୍ଡବିଶେଷ — ୨. A geode stone; name of perforated round pebbles found in the bed of the Gaḍṇakī river and worshipped as Bishṇu.
[ଦ୍ରଷ୍ଟବ୍ୟ ୃ—ଏହା ବିଷ୍ଣୁଙ୍କର ମୂର୍ତ୍ତିରୂପେ ବିବେଚିତ ପୁରାଣ ଅନୁସାରେ ଶାଳଗ୍ରାମ ଅଷ୍ଟାଦଶ ପ୍ରକାରର ଯଥା ===
(୧) ଲକ୍ଷ୍ମୀନାରାୟଣ—୧ ଦ୍ୱାର, ୪ ଚକ୍ର, ବନମାଳା, ଗୋଷ୍ପଦ ଚିହ୍ନଯୁକ୍ତ, ମେଘବର୍ଣ୍ଣ
(୨) ଲକ୍ଷ୍ମୀ ଜନାର୍ଦ୍ଦନ—୧ ଦ୍ୱାରା, ୪ ଚକ୍ର, ବନମାଳା ଚିହ୍ନ
(୩) ରଘୁନାଥ—୨ ଦ୍ୱାର, ୪ ଚକ୍ର, ବନମାଳା ଓ ଗୋଷ୍ପଦଚିହ୍ନ
(୪) ଦଧିବାମନ—ଦୁଇ ଚକ୍ରଯୁକ୍ତ, ଅତି କ୍ଷୁଦ୍ର, ବନ— ମେଘ ବର୍ଣ୍ଣ, ଗୃହୀ ପକ୍ଷରେ ଶୁଭଦ
(୫) ଶ୍ରୀଧର—୨ ଚକ୍ରଯୁକ୍ତ, କ୍ଷୁଦ୍ର, ବନମାଳା ଚିହ୍ନ ଧାରକ
(୬) ଦାମୋଦର—୨ ଚକ୍ର, ସ୍ଥୂଳ, ବର୍ତ୍ତୁଳାକାର
(୭) ବଳରାମ—୨ ଚକ୍ର, ସୁନ୍ଦର,ବର୍ତ୍ତୁଳାକାର, ଶର, ତୂଣ ଓ ଚାପ ଚିହ୍ନଯୁକ୍ତ
(୮) ରାଜରାଜେଶ୍ୱର—୭ ଚକ୍ର, ମଧ୍ୟଭାଗ ବର୍ତ୍ତୁଳ, ତୃଣ ଓ ଛତ୍ର ଚିହ୍ନ
(୯) ଅନନ୍ତ—୧୪: ଚକ୍ର, ସ୍ଥୂଳ, ମେଘବର୍ଣ୍ଣ
(୧) ମଧୁସୁଦନ—୨ ଚକ୍ର, ଚକ୍ରାକାର, ଗୋଷ୍ପଦଚିହ୍ନ ମେଘବର୍ଣ୍ଣ
(୧୧: ) ଗଦାଧର—୧ ଚକ୍ର, ଅତିକ୍ଷୁଦ୍ର, ଗଦା ଓ ସୁଦର୍ଶନ ଚିହ୍ନ
(୧୨: ) ହୟଗ୍ରୀବ—୨ ଦ୍ୱାର ବା ଛିଦ୍ର, ଚତ୍ର, ଗଦା ଓ ସୁଦର୍ଶନ ଚିହ୍ନ
(୧୩: ) ନରସିଂହ—୨ ଚତ୍ର, ବିକଟ ଅଗ୍ରଭାଗ, ବିକୃତା— କାର, ଅଶୁଭ, ଅଧିକାରୀର ସଂକଟ ଓ ଗୃହତ୍ୟାଗ ସୂଚକ
(୧୪: ) ଲକ୍ଷ୍ମୀ ନରସିଂହ—୨ ଚକ୍ର, ବିକୃତ, ବନମାଳାଚିହ୍ନ ସୁଖଦ
(୧୫: ) ବାସୁଦେବ—ଦ୍ୱାରଦେଶରେ ୨ ଚକ୍ର, ସସ୍ତ୍ରୀକ ଆକାର, ସର୍ବକାମପ୍ରଦ, ଶୁଭଦ
(୧୬: ) ପ୍ରଦ୍ୟୁମ୍ନ—ବହୁଚ୍ଛିଦ୍ର, ସୁକ୍ଷ୍ମଚକ୍ର, ମେଘବର୍ଣ୍ଣ, ସୁଖଦ
(୧୭: ) ସୁଦର୍ଶନ—ଏକଦ୍ୱାରେ ଏକ ଲଗ୍ନ, ୨ ଚକ୍ର, ବହୁ ସୁଖଦ
(୧୮: ) ଅନିରୁଦ୍ଧ—ବର୍ତ୍ତୁଳାକାର, ପୀତା ବର୍ଣ୍ଣ ଶାସ୍ତ୍ରରେ ଶାଳଗ୍ରାମ ଶିଳାର ଫଳଶ୍ରୁତି ନିମ୍ନଲିଖିତରୂପେ ବର୍ଣ୍ଣିତ ହୋଇଅଛି (୧) ଛତ୍ରାକାର—ରାଜ୍ୟପ୍ରଦ (୨) ବର୍ତ୍ତଳାକାର—ଲକ୍ଷ୍ମୀପ୍ରଦ (୩) ଶକଟାକାର— ଦୁଃଖଦ (୪) ଶୂଳା ଗ୍ରାକାର—ମୃତ୍ୟୁଦ (୫) ବିକୃତା କାର—ଦାରିଦ୍ର୍ୟଜନକ (୬) ପିଙ୍ଗଳବର୍ଣ୍ଣ—ହାନି— କର (୭) ଲଗ୍ନଚକ୍ର—ବ୍ୟାଧିକର (୮) ବିଦୀର୍ଣ୍ଣାକାର— ମୃତ୍ୟୁଦ 'ଓଁ ନମୋ ନାରାୟଣ' ଏହି ମନ୍ତ୍ରଦ୍ୱାରା ଶାଳଗ୍ରାମଙ୍କ ପୂଜା କରାଯାଏ 'ଶାଳଗ୍ରାମର ଶୋଇବା ବସିବା ସମାନ' ପ୍ରବଚନ—ଶାଳଗ୍ରମାଶିଳା ବତ୍ତଳାକାର ବା ଗୋଲ ଥିବାରୁ ସବୁ ଅବସ୍ଥାରେ ଶାଳଗ୍ରାମର ଅବସ୍ଥିତି ସମାନ ସକଳ ଅବସ୍ଥାରେ ସମଭାବଯୁକ୍ତ ବା ବିଶେଷତ୍ୱବୀହୀନ ବ୍ୟକ୍ତି ପ୍ରତି ଏ ପ୍ରବଚନ ପ୍ରଯୁକ୍ତ ହୁଏ ]