ଶାଳୀ
ଦେଖଣା
ଶାଳୀ
ଉଚ୍ଚାରଣ
[ସମ୍ପାଦନା](ଶାଳିନୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶାଳିନ୍ ଶବ୍ଦ,ଅନ୍ୟ ଶବ୍ଦ ସହିତ ଯୁକ୍ତ ହୁଏ, ଯଥା
[ସମ୍ପାଦନା]ପରାକ୍ରମଶାଳୀ, ଐଶ୍ୱର୍ଯ୍ୟଶାଳୀ; ଏଦା ସଂସ୍କୃତ ବ୍ୟାକରଣର ପ୍ରତ୍ୟୟବିଶେଷ ଅଛି ଅର୍ଥରେ ଶବ୍ଦରେ ଯୁକ୍ତ ହୁଏ)—ବିଶିଷ୍ଟ; ଯୁକ୍ତ —(Added to another word) J̄oined with; having; full of (similar to the English suffix 'ful' as in powerful).
=== ସଂସ୍କୃତ - ବିଶେଷ୍ୟ - (ସ୍ତ୍ରୀ)
- ୧. (ଶାଳ+ଈ)—କୃଷ୍ଣ ଜୀରକ; କଳାଜୀରା —୧. Black variety of cumin seed; Nigella Sativa.
- ୨. ମେଥି (ହିନ୍ଦୀ - ଶ) —୨. Fenugreek.
- ୩. ଶାଳପର୍ଣ୍ଣୀ (ହିନ୍ଦୀ - ଶ) —୩. Ṡāḻaparṇṇī (See)
- ୪. ଦୁରାଲଭା (ହିନ୍ଦୀ - ଶ) —୪. Durālabhā (See)
ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ଶ୍ୟାଳୀ)
[ସମ୍ପାଦନା]ଆପଣା ସ୍ତ୍ରୀଙ୍କ କନିଷ୍ଠା ଭଗ୍ନୀ; ଶାଳିକା —Wife's younger sister.
[ଦ୍ରଷ୍ଟବ୍ୟ — ସ୍ତ୍ରୀଙ୍କ ବଡ଼ ଭଉଣୀଙ୍କୁ ଓଡ଼ିଆରେ ଦେଢ଼ଶାଶୁ ବୋଲାଯାଏ ଶାଳୀଙ୍କ ସ୍ୱାମୀ ସଢୁ ଅଟନ୍ତି; ଶଳୀଙ୍କ ପୁଅ ପୁତୁରା ଓ ତାଙ୍କ ଝିଅ ଝିଆରୀ ଅଟନ୍ତି; ଓଡ଼ିଆ ସାମାଜରେ ସ୍ତ୍ରୀଙ୍କ ବଡ଼ ଭଉଣୀ ଦେଢ଼ଶାଶୁ ଭଉଣୀଜୋଇଁଙ୍କର ପରିହାସସ୍ଥାନୀୟା ନୁହନ୍ତି; କେବଳ ସ୍ତ୍ରୀଙ୍କ ସାନ ଭଉଣୀ ଶାଳୀ ଭିଣେଇଙ୍କର ପରିହାସସ୍ଥାନୀୟା ଅଟନ୍ତି ବଙ୍ଗୀୟ ସମାଜରେ ସ୍ତ୍ରୀଙ୍କର, କି ବଡ଼,କି ସାନ, ସବୁ ଭଉଣୀ ଶାଳୀ ଅଟନ୍ତି ଓ ଭିଣେଇଙ୍କର ପରିହାସସ୍ଥାନୀୟା ଅଟନ୍ତି]
- ୨. ସ୍ତ୍ରୀଲୋକଙ୍କ ପ୍ରତି ବ୍ୟବହୃତ ଗାଳି — ୨. A term of vile abuse to a female
[ଉ—ଗରିବର ମାଇପ ସମସ୍ତଙ୍କ ଶାଳୀ]
[ଭିଣେ(ଣୋ)ଇ-ଆପୋକ୍ଷିକ ପୁଂଲିଙ୍ଗ ଶବ୍ଦ]