Jump to content

ଶାଳ୍ମଳ

ଉଇକିଅଭିଧାନ‌ରୁ

ଶାଳ୍ମଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ,+ଈ; ଏହାର ଶିଅ ଏକ ମାଇଲ୍ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ)

[ସମ୍ପାଦନା]
୧. ଶିମିଳୀ ଗଛ —୧. The silk cotten tree; Bombox Heptapyhlla. Bombax Malabafrice.

[ଦ୍ରଷ୍ଟବ୍ୟ —ଏହା ଜଗାଦି ବର୍ଗର ବୃହତ୍ ତରୁ; କାଠ ଧଳା ଓ ହାଲୁକା ପତ୍ର ପ୍ରାୟ ସପ୍ତପର୍ଣ୍ଣବର୍ଷରେ କେତେକତ ମାସ ଗଛରୁ ପତ୍ର ଝଡ଼ି ପୁଣି କଅଁଳେ; ଫୁଲ ରକ୍ତବର୍ଣ୍ଣ ଓ ନିର୍ଗନ୍ଧ ଏହାର ଫଳ ବା ଭଣ୍ଡା ମଧ୍ୟରୁ ମଞ୍ଜି ଓ ତୁଳା ବାହାରେ

ବୈଦ୍ୟଶାସ୍ତ୍ର ଅନୁସାରେ ଏହାର ଛାଲ ଓ ମୂଳ ଶୀତବୀର୍ଯ୍ୟ,ମଧୁର ବିପାକ, ରସାୟନ, କଫ, ବାତରକ୍ତ ଓ ରକ୍ତପିତ୍ତନାଶକ

ଏହାର ମୂଳ ଅତ୍ୟନ୍ତ ଶୁକ୍ରବର୍ଦ୍ଧକ ଏହାର ଫୁଲ ଓ ଫଳ ମଧୁର କଷାୟରସ, ଗୁରୁପାକ, ଶୀତଳ ଓ ବାୟୁବର୍ଦ୍ଧକ

ଶିମିଳୀ ଗଛର ଅଠାକୁ ମୋଚରସ ବୋଲାଯାଏ ଓ ମୂଳକୁ ଶିମିଳୀମ ଷଳୀ ବୋଲାଯାଏ ଏ ଗଛର ଗଣ୍ଡିରେ ଓ ଡାଳରେ କଣ୍ଟାଥାଏ

ଶାଲୁଳୀ ୪ ପ୍ରକାର ରକ୍ତଶାଳଳୀ, ଶ୍ୱେତଶାଳ୍ମଳୀ ପୀତଶାଲ୍ମଳୀ ଓ କୂଟଶାଳ୍ମଳୀ ଶେଷୋକ୍ତ ଶିମିଳୀ ଗଛ କଣ୍ଟକହାନ ଏହା ପର୍ବତରେ ଉତ୍ପନ୍ନ ହୁଏ ଏହାର ସଂସ୍କୃତ ନାମ—ଦୀର୍ଘଦ୍ରୁ, ଚିରଜୀବ, କଣ୍ଟକଦ୍ରୁମ, ସ୍ଥୁଳଫଳ ଓ ତୂଳବୃକ୍ଷଦ୍ରବ୍ୟଗୁଣ କଳ୍ପଦ୍ରୂମ

କୂଟଶାଳ୍ମଳୀ—ଏହା କଶିମ ଳାନାଶକ ଶିମିଳିଜାତୀୟ ଛୋଟ ଗଛ —A species of silk cotton tree.

ପୀତଶାଳ୍ମଳୀ—କୁମ୍ଭୀ ନାମକ ବନ୍ୟଗଛ ଏହାର କାଠ ଲଘୁ; ପତ୍ର ପାଞ୍ଚାଙ୍ଗୁଳ; ପତ୍ର ବର୍ଷକେ ଥରେ ଝଡ଼େ ଫୁଲ ସ୍ୱର୍ଣ୍ଣି ପୀତ; ତହିଁରେ ବର୍ଣ୍ଣଶିମିଳି ଫୁଲପରି; ଭଣ୍ଡାରୁ ତୂଳା ବାହାରେ ଫଳ କୁମ୍ଭାକାର — Coculospermum Gossypium.

ଶ୍ୱେତ ଶାଲ୍ମଳୀ—ଏହା ଜବାଦୀ ବର୍ଗର ବୃକ୍ଷ ଫୁଲ ଧଳା କେଶର ୫ ଗୋଟି ଏଥିର ଭଣ୍ଡାରୁ ତୁଳା ବାହାରେ —Eriodendron Anfractuosum.

ଶିମିଳୀର ତୁଳା ବ୍ୟତୀତ ଶିମିଳୀ ଗଛର ଅନ୍ୟ ବ୍ୟବହାର ସମସ୍ତେ ଜ୍ଞାତ ନୁହନ୍ତି ଶିମିଳୀ ସାଧାରଣ ଚକ୍ଷୁରେ ଦେଖିବାକୁ ନଗଣ୍ୟ ପଦାର୍ଥ; କିନ୍ତୁ ଯେଉଁମାନେ ଭସ୍ମରେ ରତ୍ନ ଖୋଜି ନେଇ ପାରନ୍ତି; ସେମାନଙ୍କ ଚକ୍ଷୁରେ ଶିମିଳୀ ଅପଦାର୍ଥ ନୁହେ ଶିମିଳୀ ଗଛର ନିମ୍ନଲିଖିତ ଗୁଣ ଅଛି ଶିମିଳୀ ମୂଳ—ଅତି ବଳବର ପଦାର୍ଥ ଓ ଉତ୍ତେଜକ; ନିସ୍ତେଜ ଏବଂ ଅବସନ୍ନାବସ୍ଥାରେ ଏହାର ରସ ଖାଇଲେ ଉପକାର ହୋଇ ପାରେ; ଏହା ରସାୟନ ଅଧିକ ମାତ୍ରାରେ ମୂଳି ବା ଛାଲିଁର ରସ ଖାଇଲେ ବମନ ହୁଏ

ଶମିଳୀର ଛାଲି—ଗଛର ଛାଲି ଉପରେ ଯେଉଁ ସବୁ କୋମଳ କଣ୍ଟାଥାଏ, ସେଥିରୁ ଦୁଇ ଚାରିଟା ଜଳରେ ବାଟି ବ୍ରଣର ମୁହଁରେ ପ୍ରଲେପ ଦେଲେ ବ୍ରଣ ସହଜରେ ଫାଟିଯାଏ

ଶିମିଳୀ ଅଠା—ଗଛ କାଟିଲେ ଅଠାପରି ଯେଉଁ ପଦାର୍ଥ ବାହାରେ ବୈଦ୍ୟମାନେ ତାହାକୁ 'ମୋଚରସ' କହି ଥାଆନ୍ତି ଆୟୁର୍ବେଦଜ ମତରେ ମୋଚରସ, ଆମ, ଅତିସାର ଏବଂ ଉଦରପୀଡ଼ାରେ ବ୍ୟବହାର ହୁଏ ଏଥିର ଗୁଣ