ଶାଳ୍ମଳୀ

ଉଇକିଅଭିଧାନ‌ରୁ

ଶାଳ୍ମଳୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ,+ଈ; ଏହାର ଶିଅ ଏକ ମାଇଲ୍ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ)[ସମ୍ପାଦନା]

୧. ଶିମିଳୀ ଗଛ —୧. The silk cotten tree; Bombox Heptapyhlla. Bombax Malabarice.

[ଦ୍ରଷ୍ଟବ୍ୟ —ଏହା ଜଗାଦି ବର୍ଗର ବୃହତ୍ ତରୁ; କାଠ ଧଳା ଓ ହାଲୁକା ପତ୍ର ପ୍ରାୟ ସପ୍ତପର୍ଣ୍ଣବର୍ଷରେ କେତେକତ ମାସ ଗଛରୁ ପତ୍ର ଝଡ଼ି ପୁଣି କଅଁଳେ; ଫୁଲ ରକ୍ତବର୍ଣ୍ଣ ଓ ନିର୍ଗନ୍ଧ ଏହାର ଫଳ ବା ଭଣ୍ଡା ମଧ୍ୟରୁ ମଞ୍ଜି ଓ ତୁଳା ବାହାରେ

ବୈଦ୍ୟଶାସ୍ତ୍ର ଅନୁସାରେ ଏହାର ଛାଲ ଓ ମୂଳ ଶୀତବୀର୍ଯ୍ୟ,ମଧୁର ବିପାକ, ରସାୟନ, କଫ, ବାତରକ୍ତ ଓ ରକ୍ତପିତ୍ତନାଶକ

ଏହାର ମୂଳ ଅତ୍ୟନ୍ତ ଶୁକ୍ରବର୍ଦ୍ଧକ ଏହାର ଫୁଲ ଓ ଫଳ ମଧୁର କଷାୟରସ, ଗୁରୁପାକ, ଶୀତଳ ଓ ବାୟୁବର୍ଦ୍ଧକ

ଶିମିଳୀ ଗଛର ଅଠାକୁ ମୋଚରସ ବୋଲାଯାଏ ଓ ମୂଳକୁ ଶିମିଳୀମ ଷଳୀ ବୋଲାଯାଏ ଏ ଗଛର ଗଣ୍ଡିରେ ଓ ଡାଳରେ କଣ୍ଟାଥାଏ

ଶାଲୁଳୀ ୪ ପ୍ରକାର ରକ୍ତଶାଳଳୀ, ଶ୍ୱେତଶାଳ୍ମଳୀ ପୀତଶାଲ୍ମଳୀ ଓ କୂଟଶାଳ୍ମଳୀ ଶେଷୋକ୍ତ ଶିମିଳୀ ଗଛ କଣ୍ଟକହାନ ଏହା ପର୍ବତରେ ଉତ୍ପନ୍ନ ହୁଏ ଏହାର ସଂସ୍କୃତ ନାମ—ଦୀର୍ଘଦ୍ରୁ, ଚିରଜୀବ, କଣ୍ଟକଦ୍ରୁମ, ସ୍ଥୁଳଫଳ ଓ ତୂଳବୃକ୍ଷଦ୍ରବ୍ୟଗୁଣ କଳ୍ପଦ୍ରୂମ

କୂଟଶାଳ୍ମଳୀ—ଏହା କଶିମ ଳାନାଶକ ଶିମିଳିଜାତୀୟ ଛୋଟ ଗଛ —A species of silk cotton tree.

ପୀତଶାଳ୍ମଳୀ—କୁମ୍ଭୀ ନାମକ ବନ୍ୟଗଛ ଏହାର କାଠ ଲଘୁ; ପତ୍ର ପାଞ୍ଚାଙ୍ଗୁଳ; ପତ୍ର ବର୍ଷକେ ଥରେ ଝଡ଼େ ଫୁଲ ସ୍ୱର୍ଣ୍ଣି ପୀତ; ତହିଁରେ ବର୍ଣ୍ଣଶିମିଳି ଫୁଲପରି; ଭଣ୍ଡାରୁ ତୂଳା ବାହାରେ ଫଳ କୁମ୍ଭାକାର — Coculospermum Gossypium.

ଶ୍ୱେତ ଶାଲ୍ମଳୀ—ଏହା ଜବାଦୀ ବର୍ଗର ବୃକ୍ଷ ଫୁଲ ଧଳା କେଶର ୫ ଗୋଟି ଏଥିର ଭଣ୍ଡାରୁ ତୁଳା ବାହାରେ —Eriodendron Anfractuosum.

ଶିମିଳୀର ତୁଳା ବ୍ୟତୀତ ଶିମିଳୀ ଗଛର ଅନ୍ୟ ବ୍ୟବହାର ସମସ୍ତେ ଜ୍ଞାତ ନୁହନ୍ତି ଶିମିଳୀ ସାଧାରଣ ଚକ୍ଷୁରେ ଦେଖିବାକୁ ନଗଣ୍ୟ ପଦାର୍ଥ; କିନ୍ତୁ ଯେଉଁମାନେ ଭସ୍ମରେ ରତ୍ନ ଖୋଜି ନେଇ ପାରନ୍ତି; ସେମାନଙ୍କ ଚକ୍ଷୁରେ ଶିମିଳୀ ଅପଦାର୍ଥ ନୁହେ ଶିମିଳୀ ଗଛର ନିମ୍ନଲିଖିତ ଗୁଣ ଅଛି ଶିମିଳୀ ମୂଳ—ଅତି ବଳବର ପଦାର୍ଥ ଓ ଉତ୍ତେଜକ; ନିସ୍ତେଜ ଏବଂ ଅବସନ୍ନାବସ୍ଥାରେ ଏହାର ରସ ଖାଇଲେ ଉପକାର ହୋଇ ପାରେ; ଏହା ରସାୟନ ଅଧିକ ମାତ୍ରାରେ ମୂଳି ବା ଛାଲିଁର ରସ ଖାଇଲେ ବମନ ହୁଏ

ଶମିଳୀର ଛାଲି—ଗଛର ଛାଲି ଉପରେ ଯେଉଁ ସବୁ କୋମଳ କଣ୍ଟାଥାଏ, ସେଥିରୁ ଦୁଇ ଚାରିଟା ଜଳରେ ବାଟି ବ୍ରଣର ମୁହଁରେ ପ୍ରଲେପ ଦେଲେ ବ୍ରଣ ସହଜରେ ଫାଟିଯାଏ

ଶିମିଳୀ ଅଠା—ଗଛ କାଟିଲେ ଅଠାପରି ଯେଉଁ ପଦାର୍ଥ ବାହାରେ ବୈଦ୍ୟମାନେ ତାହାକୁ 'ମୋଚରସ' କହି ଥାଆନ୍ତି ଆୟୁର୍ବେଦଜ ମତରେ ମୋଚରସ, ଆମ, ଅତିସାର ଏବଂ ଉଦରପୀଡ଼ାରେ ବ୍ୟବହାର ହୁଏ ଏଥିର ଗୁଣ

ସ୍ନିଗଧ ଏବଂ ସଙ୍କୋଚକ କୌଣସି କୌଣସି ସ୍ଥଳରେ ଏହି ଅଠାର ଆଉ ଗୋଟିଏ ଆଶ୍ଚର୍ଯ୍ୟ ଗୁଣ ଶୁଣାଯାଏ ଏହି ଅଠା ଶୁଖିଗଲାରୁ ଚୂର୍ଣ୍ଣ କରି ଦୁଇ ଚାରି ରତି ପାନ ମସଲା ସହିତ ମିଶାଇ ଖାଇଲେ ପୁରୁଷର ସନ୍ତାନ ଉତ୍ପାଦନ ଶକ୍ତି ଅତ୍ୟନ୍ତ ବୃଦ୍ଧି ହୁଏ ମିଶ୍ରି ସରବତ୍ ସହିତ ଏହି ଅଠା ଦୁଇ ଏକ ରତି ମିଶାଇ ସ୍ତ୍ରୀଲୋକମାନେ ଚାରି ପାଞ୍ଚ ଦିନ ବ୍ୟବହାର କଲେ ସେମାନଙ୍କର ରଜର ଆଧିକ୍ୟ ଉପଶମିତ ହୁଏ 

ଶମିଳା କାଠ—ଶିମିଳୀ ଗଛ ଅତି ପ୍ରକାଣ୍ଡ ସୁତରାଂ ଏହାର ତକ୍ତା ଅତ୍ୟନ୍ତ ପ୍ରଶସ୍ତ ହୁଏ କିନ୍ତୁ ଅଳ୍ପ ଦିନରେ ନଷ୍ଟ ହୋଇଯାଏ ବୋଲି ଲୋକେ ତେତେ ଆଗ୍ରହ ସହିତ ଏହାର ତକ୍ତା ବ୍ୟବହାର କରନ୍ତି ନାହିଁ ଯଦି ଚୂନ ପାଣିରେ ଏହାର ତକ୍ତାକୁ ବତୁରାଇ ଛାୟାରେ ଶୁଷ୍କ କରି ପରେ ଖଟ, କବାଟ, ଗବାକ୍ଷ ପ୍ରଭୃତି ପ୍ରସ୍ତୁତ କରାଯାଏ, ତେବେ ସେମାନେ ଦୀର୍ଘକାଳ ସ୍ଥାୟୀ ହୁଏ; ଊଈ ପୋକ ଲାଗି ଶୀଘ୍ର ନଷ୍ଟ ହୋଇପାରେ ନାହିଁ

ଶିମିଳୀ ମଞ୍ଜି—ଶିମିଳୀ ମଞ୍ଜିରୁ ଏକ ପ୍ରକାର ଈଷତ୍ ପୀତୂବର୍ଣ୍ଣ ତେଲ ପ୍ରସ୍ତୁତ ହୁଏ ଶିମିଳୀ ମଞ୍ଜିରୁ ତୈଳପ୍ରସ୍ତୁତ କରିବା ପ୍ରଥା ଏ ଦେଶରେ ନାହିଁ କିନ୍ତୁ ତୈଳ ପ୍ରସ୍ତୁତ କରି ପାରିଲେ ବେଶ୍ ଦୁଇ ପଇସରା ଲାଭ ହୋଇ ପାରନ୍ତା ଏ ଦେଶରେ ପ୍ରଚୁର ଶିମିଳୀ ଗଛ ଜନ୍ମିଥାଏ ଏହାର ମଞ୍ଜି ମଧ୍ୟ ଅଳ୍ପ ମୂଲ୍ୟରେ ସଂଗ୍ରହ କରାଯାଇ ପାରେ ତୈଳ ପ୍ରସ୍ତୁତ କରିବା କଠିନ ନୁହେଁ ଘଣାଦ୍ୱାରା ଯେପରି ଅନ୍ୟ ତୈଳ ପ୍ରସ୍ତୁତ ହୁଏ, ସେହିପରି କଲେ ହୋଇ ପାରେ]

୨. ପୁରାଣୋକ୍ତ ସପ୍ତଦ୍ୱୀପାନ୍ତଗର୍ତ ଦ୍ୱୀପବିଶେଷ — ୨. Name of the seven mythological islands of the earth.

[ଦ୍ରଷ୍ଟବ୍ୟ —ପୁରାଣ ଅନୁସାରେ ଏ ଦ୍ୱୀପର କ୍ଷେତ୍ରଫଳ ଦ୍ୱୀପର ଦ୍ୱିଗୁଣ ଏ ଦ୍ୱୀପରେ ଶିମିଳୀ ଗଛ ବହୁତ ଥିବା କଥିତ ଏହା ଇକ୍ଷୁରସ ସମୁଦ୍ର ପରିବେଷ୍ଟିତ ଏଥିରେ ଶ୍ୱେତ, ଲୋହିତ, ଜୀମୂତ, ହରିତ, ବୌଦ୍ୟୁତ, ମାନସ ଓ ସୁପ୍ରଭା ନାମକ ସାତଗୋଟି ବର୍ଷ ଅଛି ଓ ଏ ବର୍ଷମାନଙ୍କରେ ଯଥାକ୍ରମେ କୁମୁଦ, ଉତ୍ତମ, ବଳାହକ, ଦ୍ରୋଣ, କଙ୍କ, ମହିଷ ଓ କକୁଦ ନାମକକ ସାତ ପର୍ବତ ଓ ଯୋନୀ, ତୋୟା, ବିତୃଷ୍ଣା, ଚନ୍ଦ୍ରା ଶୁକ୍ଳା, ବିମୋଚନୀ ଓ ନିବୃତ୍ତ ନାମକ ସାତ ନଦୀ ଅଛି— (ହିନ୍ଦୀ - ଶ.)]

୩. ପୁରାଣୋକ୍ତ ନରକ ବିଶେଷ — ୩. Name of a part of the bell.

[ଦ୍ରଷ୍ଟବ୍ୟ —ଏଥିରେ ପାପୀଙ୍କ ଦେହକକୁ ଶିମିଳୀ ଗଛର କଣ୍ଟାରେ ଘଷି ଦଣ୍ଡ ଦିଆଯାଏ]

୪. ମୋଚରସ —୪. The gum of silk cotton tree.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶିମୁଳିପାଳ (ଦେଖ) - —୧. Ṡimuḻipaḻa. (See)
୨. ପର୍ବତ ବିଶେଷ —୨. Name of a mountain.

[ଉ— ଶାକୁଳୀ ଶଇଳୁଁ ତିନି ସ୍ଥାନେ ତିନି ତଟିନୀ ଝରେ— ରାଧାନାଥ. ଉଷା]