ଶାଶୁଖିଆ
ଦେଖଣା
ଶାଶୁଖିଆ
ଉଚ୍ଚାରଣ
[ସମ୍ପାଦନା](ଶାଶୁ ମୁଣ୍ଡ଼ଖିଆ—ଅନ୍ୟରୂପ)
ଶାଶୁଖାଈ, ଶାଶୁମୁଣ୍ଡଖାଈସ୍ତ୍ରୀ
ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - (ସ୍ତ୍ରୀଲୋକଙ୍କର ପୁତ୍ରସ୍ଥାନୀୟ ପୁରୁଷ ବ୍ୟକ୍ତି ପ୍ରତି ସପରିହାସ ମଧୁର ଭର୍ସନ୍ନ, ଏଥିର ଅର୍ଥ—ତୋ ଶାଶୁ ମରନ୍ତୁ)
[ସମ୍ପାଦନା]ଶ୍ୱଶ୍ରୂହୀନ; ମୃତ— ଶ୍ୱଶ୍ରୂକ (ବ୍ୟକ୍ତି) —(a male) Whose mother-in-law is dead.
[ଦ୍ରଷ୍ଟବ୍ୟ — ଏ ବାକ୍ୟର ପ୍ରୟୋଗକାରିଣୀଙ୍କର ଯେଉଁ ପୁରୁଷର ଶାଶୁ ପରିହାସ ସ୍ଥାନୀୟା ସେପରି ପୁରୁଷକୁ ଶାଶୁଖିଆ ବିଶେଷଣରେ ସମ୍ୱୋଧନ କରାଯାଏ ଯଥା—ଖୁଡ଼ି ପୁତୁରାକୁ, ମାଈ ଭଣଜାକୁ; କହୁଛନ୍ତି'ହା! ଶାଶୁଖିଆ! କି କଲୁ କିକଲୁ! ଆମ ଘରେ ଖାଇବାକୁ ଆସିବୁ ବୋଲି କାଲି କହିଥିଲୁ; ଅଇଲୁ ନାହିଁ)' ଏ ଶବ୍ଦର ସ୍ତ୍ରୀ ଲିଙ୍ଗ ଆକାରର ବ୍ୟବହାର କ୍ୱଚିତ୍ ଶୁଣାଯାଏ]