Jump to content

ଶାଶୁଘରକୁ ଯିବା

ଉଇକିଅଭିଧାନ‌ରୁ

ଶାଶୁଘରକୁ ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ବିବାହିତା କନ୍ୟା) ବୟଃପ୍ରାପ୍ତା ହେବା ପରେ ସ୍ୱାମିଗୃହକୁ ବାସ କରିବାକୁ ଯିବା —To go to live in the husband's family after attaining puberty.

[ଦ୍ରଷ୍ଟବ୍ୟ —ଯେଉଁ ସମାଜରେ ବାଳୁତକନ୍ୟାର ବିବାହ ପ୍ରଥା ଅଛି, ସେ ସ୍ଥାନରେ ବାଳୁତ କନ୍ୟା ଜ୍ଞାନ ପାଇବା ପର୍ଯ୍ୟନ୍ତ ପିତୃ ଗୃହରେ ରହେ ବୟଃପ୍ରାପ୍ତା ହେଲା— ପରେ ଶୁଭଦିନ ଦେଖି ଭାର ବେଭାର ସହିତ ପ୍ରଥମେ ଶାଶୁ ଘରକୁ ଯାଏ (ଏହାକୁ ପହିଲିପାଳି ଯିବା ବା ଭାର ନେଇ ଯିବା ବା ପୁଆଣୀ ହୋଇ ଯିବା କହନ୍ତି) ସେ ସ୍ୱାମୀ ଗୃହରେ କେତେକ ଦିନ ରହିବା ପରେ ପିତୃଗୃହକୁ ଫେରି ଆସେ (କେତେକ ସ୍ଥଳରେ ଏହାକୁ ଅଣ୍ଟା ସଳଖିବାକୁ ଆସିବା କହନ୍ତି) ପୁଣି କିଛିଦିନ ବାପଘରେ ରହିବା ପରେ ପୁଣି ଦ୍ୱିତୀୟ ଥର ସ୍ୱାମୀ—ଗୃହକୁ ଦୁଆଁପାଳି ଯିବା ବା ଦୁଆରପାଳି ଯିବା ବୋଲାଯାଏ

ସ୍ତ୍ରୀ ପକ୍ଷରେ ଶ୍ୱଶୁରାଳୟକୁ 'ଶାଶୁଘର' ବୋଲାଯାଏ, କିନ୍ତୁ ପିତୃଗୃହକୁ 'ମାଆଘର' ବୋଲା ନ ଯାଇ 'ବାପଘର' ବୋଲା— ଯାଏ]