ଶାସନ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଆଜ୍ଞା; ଆଦେଶ
  • ଉପଦେଶ
  • ଅନୁଶାସନ; ସନନ୍ଦ
  • ଦମନ
  • ଆଜ୍ଞାପତ୍ରିକା; ଲିଖିତପତ୍ର; ଆଦେଶପତ୍ର
  • କୂଟ ଲିଖିତ; ଠାରରେ ଲେଖା
  • ରାଜ୍ୟ ପାଳନ
  • ପ୍ରତିପାଳନ
  • ରାଜଦତ୍ତ ଭୁମି
  • ଶାସ୍ତ୍ର; ଦେବତା ବା ମୁନି ପ୍ରଣୀତ ଗ୍ରନ୍ଥ
  • ଆଇନ୍; ବିଧି
  • ବଶରେ ରଖିବା
  • ଇନ୍ଦ୍ରିୟ ନିଗ୍ରହ
  • ନିୟନ୍ତ୍ରଣ
  • ଦଣ୍ତ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବ୍ରାହ୍ମଣମାନଙ୍କୁ ସନନ୍ଦଦ୍ଵାରା ଦିଆ ଯାଇଥିବା ନିଷ୍କର ଭୂମି ସମ୍ବଳିତ ଗ୍ରାମଶାସନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶାସ୍ ଧାତୁ+ଭାବ ଅନ)[ସମ୍ପାଦନା]

୧. ଆଜ୍ଞା; ଆଦେଶ — ୧. Order; command.
୨. ଉପଦେଶ — ୨. Advice.
୩. (+ କରଣ. ଅନ) ଅନୁଶାସନ; ସନନ୍ଦ —୩. Sanad; edict.
୪. (+ଭାବ. ଅନ) ଦମନ —୪. Restraining.
୫. (+କରଣ. ଅନ) ଆଜ୍ଞାପତ୍ରିକା; ଲିଖିତପତ୍ର; ଆଦେଶପତ୍ର —୫. Written order; precept.
୬. କୂଟ ଲିଖିତ; ଠାରରେ ଲେଖା — ୬. A cypher writing.
୭. (+ ଭାବ. ଅନ) ରାଜ୍ୟ ପାଳନ (ଯଥା—ଦୋଷୀକୁ ଦଣ୍ଡ ଦେବା, ନିର୍ଦୋଷକୁ ରକ୍ଷା କରିବା, ପ୍ରଜାଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ଦେବା ଆଦି) —୭. Administration; ruling of a kingdom.
୮. (+ଭାବ. ଅନ) ପ୍ରତିପାଳନ — ୮. Governance; bringing up.
୯. (+କର୍ମ. ଅନ) ରାଜଦତ୍ତ ଭୂମି —୯. Lan given by a king.
୧. ଶାସ୍ତ୍ର; ଦେବତା ବା ମୁନି ପ୍ରଣୀତ ଗ୍ରନ୍ଥ — ୧୦. Scriptures.
୧୧. ଆଇନ୍; ବିଧି —୧୧. Rule; law.
୧୨. (+ ଭାବ. ଅନ) ବଂଶରେ ରଖିବା (ହିନ୍ଦୀ - ଶ.) —୧୨. Keeping under control.
୧୩. ଇନ୍ଦ୍ରିୟ ନିଗ୍ରହ (ହିନ୍ଦୀ - ଶ.) —୧୩. Controlling one's organs.
୧୪. ନିଯନ୍ତ୍ରଣ (ହିନ୍ଦୀ - ଶ.) — ୧୪. Controlling.
୧୫. (+ କରଣ.ଅନ) ଦଣ୍ଡ —୧୫. Punishment.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବ୍ରାହ୍ମଣମାନଙ୍କୁ ସନ୍ଦଦ୍ୱାରା ଦିଆ ଯାଇଥିବା ନିଷ୍କର ଭୂମି ସମ୍ୱଳିତ ଗ୍ରାମ —A village consisting of lands given to Brāhmaṇas free of revenue.

[ଦ୍ରଷ୍ଟବ୍ୟ — ପୂର୍ବେ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରାଦୁର୍ଭାବ ହୋଇଥିଲା ତତ୍ପରେ ଉତ୍କଳର ପ୍ରଥମ ହିନ୍ଦୁ ରାଜା ଜନମେଜୟ ଓ ତତ୍ପରବର୍ତ୍ତୀ ଯଯାତିକେଶରୀ ଆଦି ରାଜାମାନେ ଉତ୍କଳରେ ବୌଦ୍ଧଧର୍ମର ହ୍ରାସ ଓ ହିନ୍ଦୁଧର୍ମର ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ ଯଯାତିକେଶରୀ (ଖ୍ରୀଷ୍ଟ ୫ମ ଶତାବ୍ଦୀ) ସତ୍କର୍ମଶୀଳ ଓ ସଦାଚାରୀ ଦଶ ସହସ୍ର ବ୍ରାହ୍ମଣଙ୍କୁ କାନ୍ୟ— କୁବ୍ଜ (କନୌଜ)ରୁ ନିମନ୍ତ୍ରଣ କରି ଆଣି ତଦାନୀନ୍ତନ ରାଜଧାନୀ ଯାଜପୁରଠାରେ ଗୋଟିଏ ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ କଲେ ଓ ନବାଗତ ବ୍ରାହ୍ମଣମାନଙ୍କୁ ନିଷ୍କର ଭୂମିଦାନ କରି ଯାଜପୁର ଅଞ୍ଚଳରେ ବ୍ରାହ୍ମଣ ଶାସନ ମାନ ବସାଇଲେ ତାଙ୍କ ପରବର୍ତ୍ତୀ କେଶରୀ ବଂଶୀୟ ରାଜାମାନେ (ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ) ଗଙ୍ଗବଂଶୀୟ ରାଜାମାନେ (ଦ୍ୱାଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ) ଓ ଭୋରବଂଶୀୟ ରାଜାମାନେ ଓଡ଼ାଶାର ସ୍ଥାନେ ସ୍ଥାନେ ଓ ପୁରୀ ଜିଲ୍ଲାରେ (ବିଶେଷତଃ ରାହାଙ୍ଗ ପ୍ରଗନାରେ) ଏହିପରି ନିଷ୍କର ଭୂମି ବ୍ରାହ୍ମଣମାନଙ୍କୁ ଦାନ କରି ସ୍ଥାନେ ସ୍ଥାନେ ବ୍ରାହ୍ମଣ ଉପନିବେଶମାନ ବସାଇବାର ସୂତ୍ରପାତ କଲେ ଯେଉଁ ତାମ୍ରପତ୍ରନୁଶାନ (ତମ୍ୱା ପଟା ସନନ୍ଦ) ମାନଙ୍କଦ୍ୱାରା ରାଜାମାନେ ବ୍ରାହ୍ମଣମାନଙ୍କୁ ନିଷ୍କର ଭୂମିମାନ ଦାନ କରି ବ୍ରାହ୍ମଣ ଶାସନମାନ ବସାଇଥିଲେ, ସେହି ଶାସନ—ପତ୍ରମାନ କେତେକକ ମିଳିଅଛି ଓ ଉକ୍ତ ପତ୍ରମାନଙ୍କରୁ ତଦାନୀନ୍ତନ ଓଡ଼ିଆ ଭାଷାର ଓ ଅକ୍ଷର ପରିଚୟ ମିଳେ ବୌଦ୍ଧ ଧର୍ମର ପ୍ରାଦୁର୍ଭାବ ସମୟରେ ଓଡ଼ିଶାରେ ଯେଉଁ ବ୍ରାହ୍ମଣମାନେ ବାସ କରୁଥିଲେ ଓ ବୌଦ୍ଧଧର୍ମର ପ୍ରଭାବରୁ ଆଚାରଭ୍ରଷ୍ଟ ହୋଇଥିଲେ ସେହିମାନେ ବର୍ତ୍ତମାନ ପଣ୍ଡା, ପଢ଼ିଆରୀ, ପନିଆରୀ ସାରୁଆ ବ୍ରାହ୍ମଣରୂପେ ଗଣ୍ୟ ହେଲେ ଏମାନଙ୍କୁ ଲୌକିକ ବ୍ରାହ୍ମଣ ବୋଲାଯାଏ ଯେଉଁମାନେ କାନ୍ୟକକୁବ୍ମର ଅନତ ହୋଇ 'ବ୍ରାହ୍ମଣଶାସନ' ମାନଙ୍କରେ ଉପନିବେଶ କଲେ, ସୋମାନଙ୍କ ବଂଶଧରମାନେ ଉଚ୍ଚଶ୍ରେଣୀର ଶାସନୀ ବା ବୈଦିକ ବ୍ରାହ୍ମଣରୂପେ ପରିଚିତ ଯେଉଁମାନେ ମାସ୍ତାନ ବା ବଳଭଦ୍ରଗୋତ୍ରୀ ବ୍ରାହ୍ମଣରୂପେ ପରିଚିତ ସୋମାନଙ୍କ ପୂର୍ବପୁରୁଷମାନେ ବୌଦ୍ଧଧର୍ମାବଲମ୍ୱୀ ଥିବା କେତେକ ଏତିହାସିକ ଅନୁମାନ କରନ୍ତି ଓ ନବାଗତ ବୈଦିକ ବ୍ରାହ୍ମଣମାନେ ସେମାନଙ୍କୁ ବ୍ରାହ୍ମଣ ବୋଲି ସ୍ୱୀକାର କଲେ, କିନ୍ତୁ ସୋମାନଙ୍କ ସ୍ଥାନ ବୈଦିକ ଓ ଲୌହିକ ବ୍ରାହ୍ମଣମାନଙ୍କ ନିମ୍ନରେ ରହିଲା ଏହି ଶ୍ରେଣୀର ବ୍ରାହ୍ମଣମାନେ ପୁରୀର ବଡ଼ଦେଉଳ ଓ ଭୂବନେଶ୍ୱର ଦେଉଳରେ ସୂପକାରରୂପେ ନିଯୁକ୍ତ ହେଲେ ଏବେ ମଧ୍ୟ ଅନେକ ମାସ୍ତାନ ବ୍ରାହ୍ମଣଙ୍କର ଉପାଧି ଶୂଦ୍ରୋଚିତ (ଯଥା— ସାହୁ, ପଧାନ, ସ୍ୱାଇଁ, ମହାନ୍ତି) ଅଟେ ଓ ସେମାନେ ଅନେଗୁଡ଼ିଏ ଶୂଦ୍ରୋଚିତ କାର୍ଯ୍ୟ (ଯଥା—ହଳ କରିବା, ପିକା ଖାଇବା) କରିବା ଦେଖାଯାଏ ଭୂମିଦାନକାରୀ ରାଜାମାନଙ୍କ ନାମାନୁସାରେ ବ୍ରାହ୍ମଣଶାସନମାନଙ୍କର ନାମ ହୋଇଅଛି [ଯଥା—ବୀରନରସିଂହ ପୁର (ନରସିଂହଦେବଙ୍କ ନାମାନୁସାରେ); ବୀର ପ୍ରତାପପୁର, ପ୍ରତାପ ପୁରୁଷୋତ୍ତମପୁର, ପ୍ରତାପ ରାମଚନ୍ଦ୍ରପୁର, ବାସୁଦେଇପୁର, ବୀର ରାମଚନ୍ଦ୍ର ପୁର, ଶ୍ରୀ ରାମଚନ୍ଦ୍ରପୁର, ବିଜେ ରାମଚନ୍ଦ୍ର ପୁର, ବିଶ୍ୱନାଥପୁର, ବୀର ଗୋବିନ୍ଦପୁର, ରାୟ ଚକ୍ରଧରପୁର, ବୀର ପୁରୁଷୋତ୍ତମପୁର, ଶ୍ରୀପୁରୁଷୋତ୍ତମପୁର, ମକୁନ୍ଦପୁର] କଥିତ ଅଛି ଯେ, ପୁରୀ

ଜିଲ୍ଲାର ରାହାଙ୍ଗ ପ୍ରଗନ୍ନାରେ ୧ ଶାସନ ଓ ଲମ୍ୱେଇ ପ୍ରଗନ୍ନାରେ ୬ ଶାସନ ଅଛି ଯେଉଁ ବ୍ରାହ୍ମଣଶାସନମାନଙ୍କୁ ରାଜାଙ୍କ ମନ୍ତ୍ରୀ ଓ ବକ୍ସୀମାନେ ବସାଇଥିଲେ ସେମାନଙ୍କୁ କରବାଡ଼ ବୋଲାଯାଏ (ଯଥା—ଜଗନ୍ନାଥ ବିଦ୍ୟାଧରପୁର, ଦାମୋଦରପୁର) (କଥିତ ଅଛି, ଯେ ରାହାଙ୍ଗ ଓ ଲମ୍ୱେଇ ପ୍ରଗନ୍ନାରେ ୧୬: ଶାସନ ଓ ୩୨: କରବାଡ଼ ଅଛି ଏହି ରାହାଙ୍ଗ ଶାସନମାନଙ୍କର ଗ୍ରାମ—ଶାସନ ପ୍ରାଣାଳୀ ଭାରତ— ବର୍ଷର ପ୍ରାଚୀନ ଗ୍ରାମ୍ୟ ସମାଜ (village Community)ର ସାକ୍ଷୀରୂପେ ଅଦ୍ୟାବଧି ବିଦ୍ୟମାନ ଅଛି ପତ୍ୟେକ 'ଶାସନ' ଗୋଟିଏ ସାଧାରଣ—ସମାଜ—ସଂଘ ରୂପେ ପ୍ରତିଷ୍ଠିତ ହୋଇଥିଲା ଗ୍ରାମବାସୀ ବ୍ରାହ୍ମଣମାନଙ୍କୁ 'ମହାଜନ' ବୋଲାଯାଏ ବ୍ରାହ୍ମଣେତର ବ୍ୟକ୍ତି 'ମହାଜନ' ଉପାଧି ବା ଅଧିକାର ପାଇବାର ହକ୍ଦାର ନୁହନ୍ତି ଓ ଗ୍ରାମର ସାଧାରଣ ସେବକ (ଯଥା—ଧୋବା, ଭଣ୍ଡାରି, କମାର, କୁମ୍ଭାର, ପଣ୍ଡା, ନାହାକ ଓ ବଜନ୍ତ୍ରୀ) ମାନେ ଜାଗିରି ଭୋଗ କରି ଗ୍ରାମର 'ମହାଜନ' ମାନଙ୍କ ସେବା କରୁଥିଲେ ଗ୍ରାମର ପତିଷ୍ଠିତ ଦେବତା ଓ ତାଙ୍କ ତଳେ ଖଞ୍ଜା ଥିବା ଭୂମି ମଧ୍ୟ ଗ୍ରାମବାସୀ (ମହାଜନ) ମାନଙ୍କର ସାଧାରଣ ବା କୋଠ ସମ୍ପତ୍ତି ଗ୍ରାମର ସାଧାରଣ ଭୂମିରେ ଓ ଦେବତାଙ୍କ ଉପରେ ଗ୍ରାମବାସୀ ବ୍ରାହ୍ମଣ (ମହାଜନ)ମାନଙ୍କର ଅଧିକାର ଥିଲା ଗ୍ରାମର ଦିଅଁ, ଦେଉଳ, କୋଠା, ହକରା ଆଦିରେ କେବଳ ମାତ୍ର ମହାଜନମାନଙ୍କ ଅଧିକାର ଥିଲା ଏହି 'ଶାସନବାସୀ' ଅନେକ ପଣ୍ଡିତ ଓ ଯଜ୍ଞକାରୀ ଭାରତ— ବିଖ୍ୟାତ ହୋଇଥିଲେ ନୃସିଂହ ବାଜପେୟୀଙ୍କ ରଚିତ ସ୍ମୁତି ଅଦ୍ୟାବିଧି ଦାକ୍ଷିଣାତ୍ୟରେ ପଚଳିତ ହେଉଅଛି ମୋଗଲ ସମାଟ ଆକବରଙ୍କ ସଭାରେ ଚାନ୍ଦ ରାଏଗୁରୁ ଓ ବିଶି ପାଡ଼ୁଶି ବିଶେଷ ପାଣିତ୍ୟ ଦେଖାଇ ସମ୍ମାନିତ ହୋଇଥିଲେ 

କେତେକ ନୀଚ କୋଟିର ବ୍ରାହ୍ମଣଙ୍କୁ ରାଜାମାନେ ସମ୍ମାନିତ କରି 'କୁଳୀନ' କରିଥିଲେ ଓ ସେମାନେ ସାମନ୍ତ, ଭଟ୍ଟୁମିଶ୍ର ଆଦି ସଂଜ୍ଞାରେ ଏ ପର୍ଯ୍ୟନ୍ତ ଶାସନବ୍ରାହ୍ମଣଙ୍କ ମଧ୍ୟରେ ସମ୍ମାନ ପ୍ରାପ୍ତ ହେଉଅଛନ୍ତି

ପୁରୀଜିଲ୍ଲାର ଏହି ସାମନ୍ତମାନଙ୍କ ମଧ୍ୟରେ ୪ ଗୋଟି ବଂଶ ପଧାନ ଯଥା:— ନନ୍ଦ ସାଆନ୍ତ—ଉଷୁନା ବରପଦାର ବତ୍ସସ ସାଆନ୍ତ—ବୀର ନରସିଂହପୁରର ବାଜପେୟୀ ସାଆନ୍ତ—ବିଶ୍ୱନାଥପୁରର ଗୁଆତ୍ରିଆ (ଗୋଅତ୍ରେୟ) ସାଆନ୍ତ—ହରେକୃଷ୍ଣପୁରର ପୁରୀ ଜିଲ୍ଲାର ଶାସନମାନଙ୍କ ସମ୍ୱନ୍ଧେ ରିସର୍ଚ୍ଚ—ପଣ୍ଡିତ ଶ୍ରୀ ବିଶ୍ୱନାଥ ରଥ କାବ୍ୟତୀର୍ଥ ନିମ୍ନଲିଖିତ ସନ୍ଦର୍ଭ ଦେଇ— ଅଛନ୍ତି—ଶାସନ ଶବ୍ଦର କେତେଗୁଡ଼ିଏ ଅର୍ଥ ଅଛି ସେଥିମଧ୍ୟରୁ ଗୋଟିଏ ଅର୍ଥ 'ରାଜଦତ୍ତ ଭୂମି' ଏହି ଶାସନ ଗୁଡ଼ିକ ପୂର୍ବକାଳରେ ଉତ୍କଳର ରାଜା ବା ରାଜାଙ୍କ ପାତ୍ର ମନ୍ତ୍ରୀଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା କଟକ ଜିଲ୍ଲାରେ ମଧ୍ୟ ଅନେକ ଗୁଡ଼ିଏ ଶାସନ ତତ୍କାଳୀନ ରାଜାମାନଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିବାର ପ୍ରମାଣ ମିଳେ କଥିତ ଅଛି ଯେ, ଗଙ୍ଗବଂଶୀୟ ଅନଙ୍ଗ ଭୀମଦେବ (ସିଂହାସନାରୋହଣ ୧୧୧୯: ଖ୍ରୀ: ମୃତ୍ୟୁ ୧୨୨୩: ) ଯୁଦ୍ଧସ୍ଥଳରେ ଅଜ୍ଞାତସାରରେ ବ୍ରହ୍ମହତ୍ୟା କରିଥିବାରୁ ତଜ୍ଜନିତ ପାପରୁ ମୁକ୍ତ ହେବା ସକାଶେ ୪୫: ବ୍ରାହ୍ମଣ ଶାସନ ବସାଇ ବ୍ରାହ୍ମଣମାନଙ୍କୁ ବିସ୍ତର ଭୂମି ଦାନ କରିଥିଲେ; କିନ୍ତୁ ସେଗୁଡ଼ିକର ବର୍ତ୍ତମାନ ନାମ ବାଛି ବାହାର କରିବା ଦୁଷ୍କର ବର୍ତ୍ତମାନ ଶାସନ ବୋଇଲେ ପୁରୀ ଜିଲ୍ଲାର ବ୍ରାହ୍ମଣ ଶାସନ ବୋଲି ବୁଝାଯାଏ ପୁରୀ ଜିଲ୍ଲାର ଉକ୍ତ ବ୍ରାହ୍ମଣ ଶାସନଗୁଡ଼ିକ ଅଧିକାଂଶ ଭୋଇ ବଂଶୀୟ ରାଜାମାନଙ୍କଦ୍ୱାରା ପ୍ରତିଷ୍ଠିତ ହୋଇ— ଅଛି କେବଳ ୧୪୪୯: ଖ୍ରୀଷ୍ଟାବ୍ଦରେ ସୂର୍ଯ୍ୟବଂଶୀୟ ରାଜା କପିଳେନ୍ଦ୍ର ଦେବ ପୁରୀ ନିକଟରେ ନିଜ ନାମନୁସାରେ କପିଳେଶ୍ୱର ଶାସନ ବସାଇ ବ୍ରାହ୍ମଣମାନଙ୍କ ବିସ୍ତର ଜମିବାଡ଼ି ଦାନ କରିଥିଲେ ଏବଂ ଉକ୍ତ ରାଜା ମଧ୍ୟ ୧୪୫୯: ଖ୍ରୀଷ୍ଟାବ୍ଦରେ ଶ୍ରୀଦାମୋଦରପୁର ନାମକ ଆଉ ଗୋଟିଏ ବ୍ରାହ୍ମଣ ଶାସନ ଜନ୍ମ ଗ୍ରହଣ କରିଥିଲେ ବସାଇଥିଲେ ଉକ୍ତ କପିଳେଶ୍ୱର ପୁରରେ ଓଡ଼ିଆ ଭାଗବତ ପ୍ରଣେତା ଭକ୍ତ କବି ଜଗନ୍ନାଥ ଦାସ ଜନ୍ମ ଗ୍ରହଣ କରିଥିଲେ ଏବଂ ଦାମୋଦରପୁର ଶାସନ ସ୍ୱର୍ଗୀୟ ମହାମହୋପାଧ୍ୟାୟ ପଣ୍ଡିତ ସଦାଶିବ ମିଶ୍ର କାବ୍ୟକଣ୍ଠଙ୍କ ଜନ୍ମସ୍ଥାନ ଅଟେ କପିଳେନ୍ଦ୍ର ଦେବଙ୍କର ଜନୈକ ମନ୍ତ୍ରୀ ଗୋପୀନାଥ ମହାପାତ୍ର କଟକ ଜିଲ୍ଲାରେ ଗୋପୀନାଥପୁର ଶାସନ ବସାଇ ସେଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ

ସୂର୍ଯ୍ୟବଂଶୀୟ ପ୍ରତାପରୁଦ୍ର ଦେବ (ଖ୍ରୀ. ୧୪୯୫—୧୫୩୨: ) ପୁରୀରେ ବୀରପ୍ରତାପପୁର ଶାସନ ଏବଂ ବାଲିପାଟଣା ନିକଟ ବର୍ତ୍ତୀ ପ୍ରତାପ ଶାସନ ବସାଇ ବ୍ରାହ୍ମଣମାନଙ୍କୁ ବିସ୍ତର ଭୂମିଦାନ କରିଥିଲେ ଉକ୍ତ ବୀରପ୍ରତାପପୁର ଶାସନରେ ପୈଶାଚୀ ଭାଷାର ବ୍ୟାକରଣ "ପ୍ରାକୃତସର୍ବସ୍ୱ" ପ୍ରଣେତା ମାର୍କଣ୍ଡେୟ କବୀନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ ସେ ମଧ୍ୟ ତତ୍ପ୍ରଣୀତ ପୁସ୍ତକରେ ପ୍ରତାପରୁଦ୍ରଦେବ ବୀରପ୍ରତାପପୁର ଶାସନ ବସାଇ ଥିବା କଥା ଲେଖି ଯାଇଅଛନ୍ତି

+ + + +

୧୫୬୮:ରୁ ୧୭୫୧: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭୋରବଂଶୀୟ ରାଜା— ମାନେ ରାଜତ୍ୱ କରିଥିଲେ ଏହି ବଂଶର ପ୍ରଥମ ରାଜା ରାମଚନ୍ଦ୍ର ଦେବ ୧୫୬୮:ରୁ ୧୬: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ୩୨: ବର୍ଷ ରାଜତ୍ୱ଼ କରିଥିଲେ ଉକ୍ତ ରାମଚନ୍ଦ୍ର ଦେବ ପୁରୀ ନିକଟରେ ଶ୍ରୀରାମଚନ୍ଦ୍ର ପୁର (ଦୁଇ ଖଣ୍ଡୀ); 'ବୀର ରାମଚନ୍ଦ୍ର ପୁର' (ଚାରି ଖଣ୍ଡୀ), 'ପ୍ରତାପ ରାମଚନ୍ଦ୍ର ପୁର' (ପାଟେଳି), ବିଜେ ରାମଚନ୍ଦ୍ରପୁର (କୋରଙ୍ଗା) ଓ 'ଉଭୟମୁଖୀ ରାମଚନ୍ଦ୍ର ପୁର'; ଏହିପରି ନଅ ଶାସନ ବସାଇ ଥିବାର କିମଦନ୍ତୀ ଅଛି ଏ ରାଜାଙ୍କର ମନ୍ତ୍ରୀ ଜାସ ବିଦ୍ୟାଧର 'ଦାସ ବିଦ୍ୟାଧର ପୁର'

ଶାସନ ଏବଂ ଛକି ବିଦ୍ୟାଧର 'ରାୟ ଚକ୍ରଧର ପୁର' ଶାସନ ବସାଇଥିଲେ 

ପୁରୁଷୋତ୍ତମ ଦେବ ରାମଚନ୍ଦ୍ର ଦେବଙ୍କ ପୁତ୍ର ଅଟନ୍ତି ସେ ଖ୍ରୀ. ୧୬:ରୁ ୧୬୨୨: ପର୍ଯ୍ୟନ୍ତ ୨୨: ବର୍ଷ ରାଜପଣ କରି— ଥିଲେ ଏ ରାଜା ବୀର ପୁରୁଷୋତ୍ତମପୁର, ଶ୍ରୀ ପୁରୁଷୋତ୍ତମ ପୁର ଶାସନଦ୍ୱୟ ବାସାଇଥିଲେ ତଦନ୍ତନ୍ତର ତାହାଙ୍କ ପୁତ୍ର ନିରସିଂହ ଦେବ ଖ୍ରୀ. ୧୬୨୨:ରୁ ୧୬୪୬: ପର୍ଯ୍ୟନ୍ତ ରାଜପଣ କରିଥିଲେ ଏ ରାଜା ବୀର ନରସିଂହପୁର ଶାସନ ବସାଇଥିଲେ

ଏହି ସମୟରୁ ଶାସନମାନଙ୍କରେ ସାମନ୍ତ, ଭଟ୍ଟମିଶ୍ର ଓ ବୈଦିକ ଏପରି ୩ ଶ୍ରେଣୀର ସୃଷ୍ଟି ହେଲା କୁଳମର୍ଯ୍ୟାଦା ଅନୁସାରେ ବ୍ରାହ୍ମଣମାନେ ଜମିବାଡ଼ି ଦାନ ପାଇଲେ ଏବଂ ଗ୍ରାମର ମୁଖ୍ୟ ସାମନ୍ତ ଦାନାଧ୍ୟକ୍ଷ ହେଲେ ଏହିପରି ୧୬୨୨: ଖ୍ରୀ.ରୁ ପୁରୀରେ କୌଳୀନ୍ୟ ପ୍ରଥା ବ୍ରାହ୍ମଣମାନଙ୍କ ମଧ୍ୟରେ ପ୍ରଚଳିତ ହେଲା ପୂର୍ବରେ ଶାସନମାନଙ୍କରେ ଟଙ୍କି ଖଜଣା ନ ଥିଲା ଏହି ନିରସିଂହ ଦେବ ଶାସନମାନଙ୍କରେ ଟଙ୍କି ବସାଇଲେ ଏ ରାଜାଙ୍କର ମନ୍ତ୍ରୀ କହ୍ନାଇ ବିଦ୍ୟାଧର ପୁର, ରାଜାଙ୍କ ସାନଭାଇ ବିଶ୍ୱନାଥ ରାୟ, ବିଶ୍ୱନାଥପୁର ଶାସନ ବସାଇଲେ

ତତ୍ପରେ ନିରସିଂହ ଦେବଙ୍କ ଭାଇ ବଳଭଦ୍ର ଦେବ ୧୬୪୬:ରୁ ୧୬୫୫: ପର୍ଯ୍ୟନ୍ତ ରାଜପଣ କଲେ ଏ ରାଜା ପୁରୀରେ ବୀର ବଳଭଦ୍ରପୁର ଶାସନ ବସାଇଲେ ଏହି ଶାସନରେ ମଧ୍ୟ ବତ୍ସସ ସାମନ୍ତ ଦାନାଧ୍ୟକ୍ଷ ବଳଭଦ୍ରଙ୍କ ମୃତ୍ୟୁ ପରେ ତାହାଙ୍କ ପୁତ୍ର ମୁକୁନ୍ଦ ଦେବ ୧୬୫୫:ରୁ ୧୬୯୩: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜପଣ କଲେ ଏ ରାଜା ଉଷନା ବରପଦାଠାରେ ଶ୍ରୀମୁକୁନ୍ଦପୁର ଶାସନ ଦାନ କରି ନନ୍ଦ ସାମନ୍ତଙ୍କୁ ଦାନାଧ୍ୟକ୍ଷ କଲେ

+ + + +

ପ୍ରତାପରୁଦ୍ର ଦେବଙ୍କର ଜନୈକ ପ୍ରଧାନ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଖ୍ରୀ. ୧୫୩୪:ରୁ ୧୫୪୧: ପର୍ଯ୍ୟନ୍ତ ରାଜତ୍ୱ କରି ବୀରଗୋବିନ୍ଦପୁର ବ୍ରାହ୍ମଣଶାସନ ବସାଇଥିଲେ ଏବଂ ବୀର— ଗୋବିନ୍ଦପୁର ପୋଖରୀ ଖୋଳାଇ ଥିଲେ

X X X X

ମୁକୁନ୍ଦଦେବଙ୍କ ମୃତ୍ୟୁ ପରେ ତାହାଙ୍କ ପୁତ୍ର ଦିବ୍ୟସିଂହ ଦେବ ଖ୍ରୀ ୧୬୯୩:ରୁ ୧୭୨: ପର୍ଯ୍ୟନ୍ତ ରାଜପଣ କଲେ ଏ ରାଜାଙ୍କ ଅମଳରେ ମୋଗଲମାନେ ଆସି କଟକ ଦଖଲ କରିବାରୁ ମୋଗଲବନ୍ଦୀର ସୃଷ୍ଟି ହେଲା ଦିବ୍ୟସିଂହଦେବଙ୍କ କନିଷ୍ଠଭ୍ରାତା ହରେକୃଷ୍ଣଦେବ ଖ୍ରୀ ୧୭୨:ରୁ ୧୭୨୫: ପର୍ଯ୍ୟନ୍ତ ରାଜତ୍ୱ କଲେ ଏ ରାଜା ୧୭୨୨: ଖ୍ରୀଷ୍ଟାବ୍ଦରେ ପୁରୀ ନିକଟରେ ବୀରହରେକୃଷ୍ଣପୁର ଶାସନ ବସାଇ ଗୋଆତ୍ରେୟ (ଗୁଆତିରିଆ) ନାମକ ଚତୁର୍ଥ ଶ୍ରେଣୀ ସାମନ୍ତ ସୃଷ୍ଟି କଲେ ଏହି ଶାସନରେ ବହୁତ ଲବ୍ଧପ୍ରତିଷ୍ଠ ବ୍ରାହ୍ମଣ ପଣ୍ଡିତ ଜନ୍ମ ଗ୍ରହଣ କରିଥିଲେ ତନ୍ମମଧ୍ୟରେ ଗଦାଧରପଦ୍ଧତିନାମକ ସ୍ମୃତି ପ୍ରଣେତା ଏବଂ ଶାସନର ପ୍ରଥମ ଦାନାଧ୍ୟକ୍ଷ ରାଜଗୁରୁ ଗଦାଧର ମହାପାତ୍ର ଏବଂ ଅଷ୍ଟାଦଶ ବିଦ୍ୟାରେ ପ୍ରକାଶ ପ୍ରଣେତା ବାସୁଦେବ ରଥ, ସୂର୍ଯ୍ୟଶତକ ରଚୟିତା ପଣ୍ଡିତ ଗୋପୀନାଥ ମିଶ୍ର ଓ ଆଶୁ ସଂସ୍କୃତ କବି ପଣ୍ଡିତ ବିଷ୍ଣୁ ରଥ ପ୍ରଭୃତି ପ୍ରଧାନ ଥିଲେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ସେନାପତି ଜୟ ରାଜଗୁରୁ ଏହିଶାସନରେ ଜନ୍ମଗ୍ରହଣ କରିଥିଲେ

ରାଜା ହରେକୃଷ୍ଣଙ୍କ ପୁତ୍ର ଗୋପୀନାଥ ଦେବ ୧୭୨୫:ରୁ ୧୭୩୨: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ୭ ବର୍ଷ ରାଜତ୍ୱ କଲେ ଏହାଙ୍କ ସମୟରେ ଏହାଙ୍କର ଜଣେ ଭାଇ ଭ୍ରମରବର ରାଉତରାୟ ଗୋପୀନାଥ ଦେବଙ୍କ ନାମାନୁସାରେ ପୁରୀ ଅଠରନଳା ପାଖରେ ଗୋପୀନାଥପୁର ବା ରାଉତରାପୁର ଶାସନ ବସାଇଲେ ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ ପୁତ୍ର ବୀରକେଶରୀ ଦେବ ବୀରକେଶରୀପୁର ଶାସନ ବସାଇ ଥିଲେ

ତଦନନ୍ତର ଭୋଇବଂଶର ଶେଷ ରାଜା ମୁକୁନ୍ଦଦେବଙ୍କ ସମୟରେ ଓଡ଼ିଶା ଇଂରେଜମାନଙ୍କର ହସ୍ତଗତ ହେଲା ଏବଂ ସେହି ଦିନଠାରୁ ଖୋର୍ଦ୍ଧା ପରିବର୍ତ୍ତେ ପୁରୀ ବାଲିସାହି ପୁରୁଣା ନଅରଠାରେ ରାଜା ଜଗନ୍ନାଥଦେବଙ୍କ ସେବାପୂଜା ବୁଝିବା ସକେଶେ ଖୋର୍ଦ୍ଧାର ମାଲିକାନାସୂତ୍ରେ ମାସକୁ ୨୩୩୩: ଟଙ୍କା ଗଭର୍ଣ୍ଣମେଣ୍ଟଙ୍କଠାରୁ ପାଇଲେ

ଏ ଗଲା ମୋଟାମୋଟି ଶାସକକମାନଙ୍କର ପ୍ରତିଷ୍ଠାର ସମୟ ନିରୂପଣ ବର୍ତ୍ତମାନ ପୁରୀ ଜିଲ୍ଲାର ପ୍ରଧାନ ପ୍ରଧାନ ଶାସନମାନଙ୍କର ନାମ ତଳରେ ବିବୃତ ହେଲା— ରାହାଙ୍ଗଶାସନମାନ

୧. ବୀରହରେକୃଷ୍ଣପୁର
୨. ତୀରବଳଭଦ୍ରପୁର
୩. ବୀରନରସିଂହପୁର—(ବିଶିଷ୍ଟ ତାନ୍ତ୍ରିକ ପଣ୍ଡିତ ବିଶ୍ୱନାଥ ପଟ୍ଟୁଯୋଷି ଓ ଉଷା ଅନିରୁଦ୍ଧ ନାଟକ ପ୍ରଣେତା ଚନ୍ଦ୍ରଶେଖର ରାଜଗୁରୁଙ୍କ ଜନ୍ମସ୍ଥାନ)
୪. ବିଶ୍ୱନାଥପୁର—ବିଶିଷ୍ଟ ବାଜପେୟୀ ସାମନ୍ତଙ୍କ ବାସସ୍ଥାନ
୫. ବୀରକେଶରୀପୁର
୬. ବୀରପୁରୁଷୋତ୍ତମପୁର
୭. ଶ୍ରୀରାମଚନ୍ଦ୍ରପୁର
୮. ନୀଳାମ୍ୱରପୁର
୯. ବାସୁଦେବପୁର
୧. ଦାମୋଦରପୁର
୧୧. ରାୟଚକ୍ରଧରପୁର
୧୨. ବୀରପ୍ରତାପପୁର
୧୩. ପ୍ରତାପପୁରୁଷୋତ୍ତମପୁର
୧୪. ଜଗନ୍ନାଥବିଦ୍ୟାଧରପୁର (ବକ୍ସି ଜଗନ୍ନାଥ ବିଦ୍ୟାଧରଦ୍ୱାରା ପ୍ରତିଷ୍ଠିତ ଓ ମହାମହୋପାଧ୍ୟାୟ ଜଗନ୍ନାଥ ମିଶ୍ର ତର୍କସାଂଖ୍ୟାନ୍ୟୟତୀର୍ଥ ଏବଂ ପଣ୍ଡିତ ଚିନ୍ତାମଣି
ତର୍କବାଚସ୍ପତି, ମୃତ୍ୟୁଞ୍ଜୟ ତର୍କପଞ୍ଚାନନ, ପଣ୍ଡିତପ୍ରବର଼ ଦୀନବନ୍ଧୁ ମିଶ୍ର ପ୍ରଭୃତିଙ୍କର ଜନ୍ମସ୍ଥାନ) 

୧୫. ପ୍ରତାପରାମଚନ୍ଦ୍ରପୁର
୧୬. କହ୍ନେଇବିଦ୍ୟାଧରପୁର
୧୭. ଦାସବିଦ୍ୟାଧରପୁର
୧୮. ବୀରଗୋବିନ୍ଦପୁର
୧୯. ଭୀମଦାସପୁର
୨. ଗଙ୍ଗାନାରୟଣପୁର
୨୧. ବିଜେରାମଚନ୍ଦ୍ରପୁର
୨୨. ମାଳତିପାଟପୁର
୨୩. ସୋମଯାଜିପୁର
୨୪. କପିଳେଶ୍ୱରପୁର
୨୫. ଉଭୟମୁଖୀ ରାମଚନ୍ଦ୍ରପୁର
୨୬. ଗୋକୁଳପୁର
୨୭. କାଶୀହରିହରପୁର
୨୮. କାଶୀଜଗନ୍ନାଥପୁର (କୋରୁଆ)
୨୯. ଭୂଇଁପୁର (ଭୀଇଁପୁର)
୩. ଶ୍ରୀପୁରୁଷୋତ୍ତମପୁର,୩୧: ଦେଏପୁରପ୍ର ଲେମ୍ୱେଇ
୩୨. ଶ୍ରୀମୁକୁନ୍ଦପୁର, ପ୍ରଃ ସିରେଇ—(ପଣ୍ଡିତପ୍ରବର ଋଷି ପଣ୍ଡିତ ସାମନ୍ତ ବିଶ୍ୱନାଥ ବ୍ରହ୍ମା ଏହି ଗ୍ରାମରେ ଜନ୍ମ ଗ୍ରହଣ କରି ୧୮: ବର୍ଷ ପରମାୟୁ ଭୋଗୀକରି ଏକ ଲକ୍ଷ ଗାୟତ୍ରୀ ଜପ ଓ ଯଜ୍ଞ କରିଥିଲେ ଏହା ନନ୍ଦ ସାମନ୍ତମାନଙ୍କର ପ୍ରଧାନ ଗ୍ରାମ)
୩୩. ଲଳିତାପାଟପୁର (ସିରେଇ)
୩୪. ସିରିକିଆ ବୀରକିଶୋରପୁର
୩୫. ମୈତ୍ରୀ ତ୍ରିଲୋଚନପୁର ,,
୩୬. ସତ୍ୟଭାମାପାଟପୁର
୩୭. ମାଣିବନ୍ଧା ପାଟପୁର (ପାଞ୍ଚଗଡ଼ ଖୋର୍ଦ୍ଧା)
୩୮. ମୁକୁନ୍ଦପୁର ,,
୩୯. ଜଗନ୍ନାଥପୁର ,,
୪. ମାଣିକକଗୋପଦିବ୍ୟସିଂହପୁର ,,

୪୧: ଇଚ୍ଛାପୁର ,,

୪୨: ବଡ଼ପୋଖରୀଆ ଗୋପୀନାଥପୁର ,,

୪୩: ଅଚ୍ୟୁତରାଜପୁର (ବାଣପୁର ଖୋର୍ଦ୍ଧା)

୪୪: କୁଶିଢ଼ିପା ଜଗନ୍ନାଥପୁର ,,

୪୫: ଗୋପାଳପୁର ,,

୪୬: ସାମନ୍ତରାପୁର ,,

୪୭: ଜୀବନଦେଇପୁର ,,

୪୮: ଗଙ୍ଗାଧରପୁର

୪୯: ଛୋଟରାୟପୁର

୫. ଶ୍ରୀନିବାସପୁର

୫୧: ବସନ୍ତପୁର

"ଦେବ ସଂଜ୍ଞକ ଶାସନମାନ ରାଜାଙ୍କଦ୍ୱାରା, ପାଟ ଓ ଦେଈ ସଂଜ୍ଞକ ରାଣୀଙ୍କଦ୍ୱାରା, (ରାୟ) ସଂଜ୍ଞକ ରାଜାଙ୍କ କନିଷ୍ଠ ଭାଇଙ୍କଦ୍ୱାରା ଓ ବିଦ୍ୟାଧର ସଜ୍ଞକ ବକ୍ସି ବା ମନ୍ତ୍ରୀଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଅନୁମତି ହୁଏ

ପୁରୀଜିଲ୍ଲା ରାଜପୂଜ୍ୟ ଉପରଲିଖିତ ବ୍ରାହ୍ମଣଶାସନମାନଙ୍କ ବ୍ରାହ୍ମଣମାନେ ଉତ୍କଳରାଜ ବଂଶଧର ପୁରୀ ଗଜପତିମହାରଜଙ୍କ ରାଜନବରକୁ ପ୍ରତିବର୍ଷ ପୁଷ୍ୟାଭିଷେକ ପରଦିନ ରାଜାଭିଷେକ ଦିବସରେ ସୁବର୍ଣ୍ଣୋପବୀତ ଓ ନାରିକେଳ ଘେନି ଆସନ୍ତି ରାଜା ରାଜବେଶରେ ସିଂହାସନରେ ବନ ବ୍ରାହ୍ମଣମାନଙ୍କୁ ଆସନ ଦିଅନ୍ତି ତତ୍ପରେ ଶଆସନମାନଙ୍କର ନାମ ଡ଼କାଯାଏ ଗୋଟିକ ପରେ ଗୋଟିଏ ଶାସନର ବ୍ରାହ୍ମଣ ରାଜଗୁରୁଙ୍କ ହସ୍ତରେ ଉପବୀତାଦି ସମର୍ପଣ କରନ୍ତି ତତ୍ପରେ ରାଜା ବ୍ରାହ୍ମଣ— ମାନଙ୍କୁ ୩ ଥର ପରିକ୍ରମା କରି ସାଷ୍ଟାଙ୍ଗ ପ୍ରଣିପାତ କରନ୍ତି ବ୍ରାହ୍ମଣମାନେ ନିଜେ ଆଣିଥିବା ହଳଦିଆ ଚାଉଳ ଧରି ଆଶୀ— ର୍ବାଦମନ୍ତ୍ର ପାଠକରି ପ୍ରଧାନୀଙ୍କ ହସ୍ତରେ ଉକ୍ତ ଚାଉଳ ଦିଅନ୍ତି ପ୍ରଧାନୀ ରାଜଗୁରୁମାନଙ୍କୁ ଉକ୍ତ ଚାଉଳ ନେଇ ଦିଏ ରାଜ— ଗୁରୁମାନେ ଆର୍ଶୀବାଦ ଚାଉଳ ରାଜାଙ୍କ ମସ୍ତକରେ ଦେଇ ପଇତାଲାଗି କରାନ୍ତି ତତ୍ପରେ ବ୍ରାହ୍ମଣମାନଙ୍କର ପଦରଜ ରାଜାଙ୍କୁ ଲାଗି କରାଯାଏ, ବ୍ରାହ୍ମଣଭୋଜନ ହୁଏ ଓ ଶାସନ— ବାରି ଦକ୍ଷିଣା ଓ ଗ୍ରାମ ଅଧିଷ୍ଠାତୀ ଦେବୀଙ୍କ ସମର୍ପଣ ପାଇଁ ଶ୍ରୀମହାପ୍ରାସାଦ ଦିଆଯାଇ ବ୍ରାହ୍ମଣମାନଙ୍କୁ ବିଦାୟ କରା— ଯାଏ

ଯାଜପୁରରେ କେଶରୀବଂଶୀୟ ରାଜାମାନଙ୍କ ପ୍ରତିଷ୍ଠିତ ଗୁଡ଼ିଏ ବ୍ରାହ୍ମଣଶାସନ ଅଛି କେଶରୀବଂଶୀୟ ରାଜାମାନେ ଖ୍ରୀଷ୍ଟ ୬ଷ୍ଠ ଶତାବ୍ଦୀଠାରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ଉକ୍ତ ବଂଶର ଯଯାତିକେଶରୀ (ଖ୍ରୀ ୫୫୨:ରେ ସିଂହାସନାରୋହଣ) ଯାଜପୁରରେ ଯଜ୍ଞ କରି କାନ୍ୟକୁବ୍ଳରୁ଼ ଦଶ ସହସ୍ର ବ୍ରାହ୍ମଣ ଅଣାଇ ଯାଜପୁର ଓ ପୁରୀରେ ବହୁ ଭୂମି ଦାନ କରି ବ୍ରାହ୍ମଣଶାସନମାନ ବସାଇଥିଲେ ପୁରୀ ଜିଲ୍ଲାର ଉକ୍ତ ବ୍ରାହ୍ମଣଶାସନମାନଙ୍କୁ ନିର୍ଣ୍ଣୟ କରିବା ଦୁଷ୍କର ଅଟେ]