ଶିଂଘିଡ଼ା
ଶିଂଘିଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି— (ସଂସ୍କୃତ - ଶୃଙ୍ଗାଟକ)
[ସମ୍ପାଦନା]- ୧. ଶୃଙ୍ଗଟକ; ଜଳୀୟ ଲତା ଫଳ ବିଶେଷ — Water-chestnut; water- calteof, Trapa Byspinos.
[ଦ୍ରଷ୍ଟବ୍ୟ —ଏହି ଜଳଜଲିତା ତ୍ରିକୋଣ ଓ ଶୃଙ୍ଗ ବିଶିଷ୍ଟ ଏହାର ପୁଷ୍ପ ଶ୍ୱେତବର୍ଣ୍ଣ ଓ ଚତୁର୍ଦ୍ଦଳ ଏହାର ଶୀତବୀର୍ଯ୍ୟ, କଷାୟ— ମଧୁର ରସ, ଗୁରୁପାକ, ପୃଷ୍ଟିକର ଧାରକ, ଶୃକ୍ରଜନକ, ବାୟୁ ଓ କଫ ବର୍ଦ୍ଧକ ଏହା ପିତ୍ତ ଓ ରକ୍ତଦୋଷ ନାଶକ ଏହି ଫଳର ଚୋପା ମଧ୍ୟରେ ନରମ ସୁଖାଦ୍ୟ ଶସ ଥାଏ]
- ୨. ଭିତରେ ଭଜା ମାଂସ ବା ସିଦ୍ଧ ଆଳୁ ଆଦି ପୂର ଦିଆ ଯାଇ ଶୃଙ୍ଗାଟକ ଆକାରରେ ପୁଡ଼ା଼ ହୋଇଥିବା ଭଜା ପଠା —୨. A sort of pie or sandwich in which fried meat or curry is enclosed and fried in ghee.
[ଦ୍ରଷ୍ଟବ୍ୟ —"ଭାବ ପ୍ରକାଶରେ" ଶୃଙ୍ଗାଟକ ନାମକ ଏକ ପ୍ରକାର କୃତାନ୍ନ (ପକ୍ୱ ଖାଦ୍ୟ) ବର୍ଣ୍ଣିତ ଅଛି ମାଂସକୁ ଟିକି ଟିକି କରି କାଟି ପାଣିରେ ସିଝାଇ ମସଲା ସହିତ ଘିଅରେ ଭାଜି ତାହାକୁ ମଇଦା ଠୋଲା ମଧ୍ୟରେ ପୂର ଦେଇ ଘିଅରେ ଛାଣିଲେ ଏହି ପିଠା ହୁଏ ଏହି ଖାଦ୍ୟ ରୁଚିକର, ବଳ ବୀର୍ଯ୍ୟ ଓ ଶୂତ୍ରକାରକ, ବାତପିତ୍ତ କଫ ନାଶକ ବର୍ତ୍ତମାନ ଗୁଡ଼ିଆଙ୍କ ଦୋକାନରେ ତିଆରି ହେଉଥିବା ସିଝା ଆଳୁର ପୂର ଦିଆ ତିନିକୋଣିଆ ମଇଦାର ପୁଡ଼ିଆ ଏହି ଶୃଙ୍ଗାଟକର ପ୍ରକାର ଭେଦ]
- ୩. ଶୃଙ୍ଗାଟକକ ଆକୃତି ବିଶିଷ୍ଟ ସ୍ୱର୍ଣ୍ଣାଳଙ୍କାର ବିଶେଷ (ଏଥିରେ ଡୋର ଲଗା ଯାଇ ସେ ଡ଼ୋରକୁ କେଶ ସଂଲଗ୍ନ କରି ଏ ଅଳଙ୍କାକୁ ସ୍ତ୍ରୀଲୋକ— ମାନେ କପାଳର ଊର୍ଦ୍ଧ୍ୱ ଭାଗରେ ପିନ୍ଧନ୍ତି) —୩. A sort of gold ornament shaped like water chestnut and worn on the forehead.
- ୪. (ନାମ) ତାଳଚେରର ନଦୀ ବିଶେଷ —୪. Name of a river in Talcher State.
[ଦ୍ରଷ୍ଟବ୍ୟ —ଏହା ଅନୁଗୁଳ ଆଡ଼ୁ ବାହାରି ତାଳଚେରର ଗହମ ଗ୍ରାମର ବିପରୀତ ପାର୍ଶ୍ୱରେ ବ୍ରାହ୍ମଣୀ ନଦୀରେ ପଡ଼ିଛି ଏହା କୂଳରେ ହିଙ୍ଗୁଳା ପୀଠ ଅବସ୍ଥିତ ହିଙ୍ଗୁଳାଈ ତଳେ ଟୀକା ଦେଖ]
ଶିଂଘିଡ଼ା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି
[ସମ୍ପାଦନା]ଶିଂଗଡ଼ା (ଦେଖ) - Ṡiṁgṟḍ̠ā (See)