ଶିଆରିବା
ଦେଖଣା
ଶିଆରିବା
ଉଚ୍ଚାରଣ
[ସମ୍ପାଦନା](ଶିଆରେଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଶିଆରିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଶୀତା)
[ସମ୍ପାଦନା]- ୧. ହଳଦ୍ୱାରା ପଡ଼ିଆଭୂମିକୁ ଚିରିବା —୧. To draw furrows on the field by the plough.
- ୨. କେଶଗୁଚ୍ଛକୁ ଆଙ୍ଗୁଠି ବା ପାନିଆଦ୍ୱାରା ଚିରିବା — ୨. To part the hair into furrows with fingers or comb.
[ଦ୍ରଷ୍ଟବ୍ୟ —ଲଙ୍ଗଳଦ୍ୱାରା କ୍ଷେତରେ ଯେଉଁ ପରି ଗୋଟିଏ ରେଖା (ଶୀତା) ପଡ଼ିଯାଏ, ମୁଣ୍ଡବାଳକୁ ହାତ ଆଙ୍ଗୁଠିଦ୍ୱାରା ବା ପାନିଆଦ୍ୱାରା ଶିଆରି ଦେଲେ ମୁଣ୍ଡରେ ଗୋଟିଏ ରେଖା ଦୃଷ୍ଟ ହୁଏ, ଏହି ଭାବରୁ ଶିଆରିବା ଶବ୍ଦର ଏହି ଅର୍ଥ ହୋଇ ଅଛି]
- ୩. ଆଖୁ, ବାଇଗଣ, ଆଳୁ ଆଦି ଲଗାଯିବା ତିଆରିରେ କୋଡ଼ିଦ୍ୱାରା ଉଚ୍ଚ ସାମନ୍ତରାଳ ରେଖାମାନ ଗଦା କରିବା —୩. To heap up lines of earth by the spade in the fields dug for raising certain crops.