ଶିଆଳି
ଦେଖଣା
ଶିଆଳି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶାଳ ଗଛରେ ମାଡ଼ିଥିବା ଏକ ପ୍ରକାର ମୋଟ ଲତା —A wild creeper having watery juice sufficient to quench thirst.
[ଦ୍ରଷ୍ଟବ୍ୟ —ଏହାକୁ କାଟି ଦେଲେ ଏହା ମଧ୍ୟରୁ ଈଷତ୍ କଷାୟ ରସଯୁକକ୍ତ ତୃଷାହାରକ ଜଳୀୟ ରସ ବାହାରେ ନିର୍ଜ୍ଜନ ଅରଣ୍ୟରେ ତୃଷାର୍ତ୍ତ ପଥିକ ଏ ଜଳଦ୍ୱାରା ତୃଷା ନିବାରଣରେ ଏ ଲତାରେ ପିଲାମାନେ ଦୋଳି ଖେଳନ୍ତି ଏ ଲତାର ବ୍ୟାସ ୧ ଫୁଟ ପର୍ଯ୍ୟନ୍ତ ମୋଟା ହେବା ଦେଖାଯାଏ ଏଥିର ପତ୍ର ସାଗୁଆନ ପତ୍ର ଭଳି ବଡ଼ ଓ ପତ୍ରର ଉପର ପଦ୍ମ— ପତ୍ର ପରି ମସୃଣ ଏହାର ପତ୍ରରେ ଦନା ବା ଚଉପଦି ସିଲେଇ କରି ପାତ୍ର ପରି ବ୍ୟବହାର କରାଯାଏ]
[ଉ— କୋଳି ଖାଉ ଥାଉ ଶିଆରି ଲଟାରେ କୃଷ୍ଣ ଖେଳୁଥିବେ ଦୋଳି, ଶିଆରି ବଣରେ ବାଇଆ ବସା ଗୋ! ହୋଓରେ ବାଇଆ ହୋଓ! ଶିଶୁଗୀତ ନନ୍ଦକିଶୋର—ହୋଓରେ ବାଇଆ ହୋ
ଶିଆଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିଆଳି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଶୃଗାଳ) ଶୃଗାଳ; ବିଲୁଆ — ୧. Jackal.
- ୨. (ସଂସ୍କୃତ - ଶୃଗାଳୀ) ସ୍ତ୍ରୀ ଶୃଗାଳ — ୨. She-jackal.
- ୩. ମୁଣ୍ଡକୁ କେଶହୀନ ବା ଟାଙ୍ଗରା କରିବାର କାରଣରୂପେ କଳ୍ପିତ କଳ୍ପିତ ଏକପ୍ରକାର ପୋକ —୩. A kind of imaginary insect which are said to cause baldness on the head.
- ୪. ଶିଆରି (ଦେଖ) - —୪. Ṡiāri (See)
- ୫. (ସଂସ୍କୃତ - ଶୈବାଳ) ଶିଉଳି (ଦେଖ) - —୫. Ṡiuḻi. (See)
(ଉ—ଶରଖଣ୍ତି ମତ୍ସ୍ୟ ଯେ, ଚିକୁର ଶିଆଳି, ଛତି ହଂସ, ଗଦାଟି କୁମ୍ଭୀର ଆବଳୀ କୃଷ୍ଣସିଂହ. ମହାଭାରତ ଦ୍ରୋଣ)
- ୬. କୋକିଶିଆଳି —୬. Fox.