ଶିଉଳି
ଦେଖଣା
ଶିଉଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୈବାଳ; ଶୈବାଳ; ଶୈଳେୟ)
[ସମ୍ପାଦନା]- ୧. ଶୈବାଳ; ଜଳଜାତ ଅତି କ୍ଷୁଦ୍ର ଉଦ୍ଭିଦ — ୧. Moss; a species of alage.
[ଦ୍ରଷ୍ଟବ୍ୟ —ଏହା ଜଳରେ ବହୁକାଳ ପଡ଼ିରହିବା କାଠ ଓ ପଥର ଉପରେ ମାଡ଼ିଯାଏ ଓ ଏଥିଯୋଗୁଁ ଉକ୍ତ କାଠ ବା ପଥର ପିଚ୍ଛିଳ ହୁଏ ଆର୍ଦ୍ର&୮mdash; ଛାୟାବୃତ ଇଟା ବା ପଥର ଉପରେ ମଧ୍ୟ ଶିଉଳି ମାଡ଼େ
ଶିଉଳି ଅନେକପ୍ରକାର, ଯଥା—ନି(ନେ)ଳୀ ଶିଉଳି, (ବଂ ରୂଲ୍ ଶେଅଲା, Spirogyra; କେଶପରି ସରୁ ଓ ଦୀର୍ଘ ଲାଳାମୟ ହରିବ୍ୱର୍ଣ୍ଣ ଅପୁଷ୍ପକ ଉଦ୍ଭିଦ); ଗୁଡ଼ ଶିଉଳି ବା ଚୂଙ୍ଗୁଡ଼ିଆ ଦଳ (ବଙ୍ଗାଳୀ - ଗୁଡ଼ ଶେଅଲା, Hydrilla Verticillata, ସପୁଷ୍ପକ ଜଳନିମଗ୍ନ ଲତାମୟ ଶାଖାନ୍ୱିତ ଜଳଜ ଶାକ ବିଶେଷ; ଏହାକୁ ଗୁଡ଼ ଉପରେ ଘୋଡ଼ାଇଲେ ଗରୁଡ଼ର ବର୍ଣ୍ଣ ଧଳା ହୁଏ); ପଟା ଶିଉଳି (ବଙ୍ଗାଳୀ - ପାଟା ଶେଅଲା, Blyxa, ଜଳନିମଗ୍ନ ସପୁଷ୍ପକ) ଶାଖାହୀନ ଉଦ୍ଭିଦ; ପତ୍ର ଗୋଚ୍ଛା; ଫୁଲ ଛୋଟ ଓ ଧଳା]
- ୨. (ସଂସ୍କୃତ - ଶୀତଳୀ) ପାଣି ଶିଉଳୀ (ଦେଖ) - — ୨. Pāṇiṡiuḻi. (See)
- ୩. (ସଂ, ଶିଫାଳି ବା ଶେଫାଳି) ଶେଫାଳି; ଗଙ୍ଗଶିଉଳି ଫୁଲ; ଶିଙ୍ଗଡ଼ାହାର — ୩. Night jasmine; Nyctanthes Arbortristes (a flowering tree)
- ୪. କେଉଟଙ୍କ ବଂଶୋପାଧି ବିଶେଷ —୪. A family title of some fishermen.