ଶିଖ

ଉଇକିଅଭିଧାନ‌ରୁ

ଶିଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଶିଷ୍ୟ ଏମାନେ ଜଣେ ଧର୍ମଗୁରୁଙ୍କ ଶିଷ୍ୟ ଥିବାରୁ; କିମ୍ୱା ସଂସ୍କୃତ - ଶିଖା; ଏମାନଙ୍କ ମୁଣ୍ଡରେ ଶିଖା ବା ଲମ୍ୱ କେଶଗୁଚ୍ଛ ଥିବାରୁ)[ସମ୍ପାଦନା]

ଉତ୍ତର ପଶ୍ଚିମାଞ୍ଚଳର ଧର୍ମ ସମ୍ପ୍ରଦାୟବିଶେଷ —The Sikhs.

[ଦ୍ରଷ୍ଟବ୍ୟ —ଏ ଧର୍ମପ୍ରତିଷ୍ଠାତା ନାନକ ଖ୍ରୀ. ୧୪୬୯: [[ ଠାରୁ ୧୫୩୯: [[ ପର୍ଯ୍ୟନ୍ତ ଜୀବିତ ଥିଲେ ଶିଖମାନଙ୍କ ଆଦିଗ୍ରନ୍ଥ, 'ଗ୍ରନ୍ଥ ସାହେବ'ରେ ନାମକ, କବୀର ଓ ରାମାନନ୍ଦଙ୍କ ଉପଦେଶଚୟ ସଂଗୃହୀତ ହୋଇ ଅଛି ଏ ଗ୍ରନ୍ଥବ ଯେଉଁ ଅଂଶରେ ନାନକଙ୍କ ଉପଦେଶ ମାନ ଅଛି ତାକୁ ଜପବୀ ବୋଲାଯାଏ ନାନାକ ଜାତିଭେଦ ସ୍ୱୀକାର କରୁ ନ ଥିଲେ ସେ ଏକେଶ୍ୱରବାଦୀ ଥିଲେ ସେ ହିନ୍ଦୁ ଓ ମୁସଲମାନମାନଙ୍କୁ ଏକ ଧର୍ମ ପନ୍ଥାରେ ମିଳାଇବାକୁ ଚେଷ୍ଟା କରିଥିଲ ଲୋକଙ୍କ ହିତକର କର୍ମ କିରବାକୁ ସେ ଉପଦେଶ ଦେଉଥିଲେ ତାଙ୍କ ଶିଷ୍ୟ ମାନଙ୍କୁ ଶିଖ ବୋଲାଯାଉଥିଲା ଶିଖ୍ସମ୍ପ୍ରଦାୟରେ ପ୍ରତିମାପୂଜା, କପଟାଚାର, ସତୀଦାହ, ଅବରୋଧ, ପ୍ରଥା ମଦ୍ୟାଦି ମାଦକଦ୍ରବ୍ୟ ସେବନ, ଧୂମ୍ରପାନ ବାଳବଧ, ଅପବାଦ, ତୀର୍ଥଯାତ୍ରା ନିଷିଦ୍ଧ ରାଜଭକ୍ତି, କୃତଜ୍ଞତା, ସତ୍ୟ, ସତ୍ପଣ ଲୋକୋପକାର, ନୈତିକଜୀବନ, ପବିତ୍ର ଗାର୍ହସ୍ଥ ଜୀବନ ଯାପନ କରିବା ଏ ସମ୍ପ୍ରଦାୟପନ୍ଥୀମାନଙ୍କ କର୍ତ୍ତବ୍ୟ ନାନକ ନିଜ ପୁଅକୁ ତାଙ୍କ ଅନ୍ତେ ଗୁରୁରୂପେ ମନୋନୀତ ନ କରି ତାଙ୍କ ଶିଷ୍ୟ ଲେହଣାଙ୍କୁ ଅଙ୍ଗଦ ନାମ ଦେଇ ମନୋନୀତ କଲେ ନାନକଙ୍କ ଶିଷ୍ୟ ପ୍ରଶିଷ୍ୟ ଓ ପୁତ୍ରପୌତ୍ରାଦିକ୍ରମେ ଶିଖମାନଙ୍କର ନାନକଙ୍କୁ ମିଶାଇ ୧[[ଜଣ ଧର୍ମଗୁରୁ ହୋଇଥିଲେ ୩[[ୟ ଗୁରୁ ଅମର ଦାସ ୪[[ର୍ଥ ଗୁରୁ ରାମ ଦାଶ ପ୍ରାଚୀନ ରାମଦାସପୁରକୁ ଅମୃତସହର ନାମ ଦେଇ ଶିଖମାନଙ୍କ ପବିତ୍ର ସ୍ଥାନ ପ୍ରତିଷ୍ଠିତ କଲେ ରାମ ଦାସଙ୍କ ପୁଅ ଅର୍ଜୁନ (୫[[ମ ଗୁରୁ) (ଖ୍ରୀ ୧୫୮୧—୧୬୬: [[) 'ଗ୍ରନ୍ଥ ସାହେବ'କୁ ସଙ୍କଳନ କଲେ ଏବଂ ଗୁରୁଙ୍କ ପୁତ୍ର ପୌତ୍ରାଦିକ୍ରମେ ଗୁରୁଦେବ ବୋଲି ବିଧାନ କଲେ ସେ ଅମୃତସହରରେ ହରମନ୍ଦିର ବା ଦରବାର ସାହେବ ନାମକ ଗୋଟିଏ ସ୍ୱର୍ଣ୍ଣମଣ୍ଡିତ ମନ୍ଦିର ନିର୍ମାଣ କଲେ ଏହାଙ୍କ ପରେ ୬[[ଷ୍ଠ ଗୁରୁ ହରଗୋବିନ୍ଦ (ଖ୍ରୀ ୧୬୬—୧୬୪୫: [[)ଙ୍କ ଅମଳରେ ଶିଖମାନଙ୍କ ମଧ୍ୟରେ ଆଡ଼ମ୍ୱର ଓ ଯୁଦ୍ଧପ୍ରିୟତା ପଶିଲା ମୋଗଲ ସମ୍ରାଟ ଜାହାଙ୍ଗୀର ତାଙ୍କୁ ଗୋଆଲିଅର ଦୁର୍ଗରେ଼ ବନ୍ଦୀ କଲେ ତାଙ୍କ ପରେ ୭[[ମ ଗୁରୁ ହର ରାଓ, ୮[[ମ ହରକିଷନ ଓ ୯[[ମ ଗୁରୁ ତେଗବାହାଦୁର ଗୁରୁ ହେଲେ ତେଗବାହାଦୁରଙ୍କୁ ଆରଙ୍ଗଜେବ୍ ଖ୍ରୀ ୧୬୭୫: [[ରେ ହତ୍ୟା କଲେ ତାଙ୍କ ପୁତ୍ର ୧[[ମ ଗୁରୁ ଗୋବିନ୍ଦ ସିଂହ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ଶିଖମାନଙ୍କୁ ଅସ୍ତ୍ର ଶସ୍ତ୍ର ସଜ୍ଜିତ କରି ଖାଲସା (ଈଶ୍ୱରଙ୍କ ସମ୍ପତ୍ତି) ନାମ ଦେଇ ଶିଖ— ଦଳଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଲେ କୃପାଣରେ ମଥିତ ହୋଇ— ଥିବା ଜଳ (ପାହୁଲ)କୁ ପିଇ ଲୋକେ ଶିଖ ଧର୍ମରେ ଦୀକ୍ଷିତ ହେବାର ବିଧି ହେଲା ଶିଖଧର୍ମ ଗ୍ରହଣ କଲେ କୃତ୍ୟନାଶ, କୁଳନାଶ, ଧର୍ମନାଶ ଓ କର୍ମନାଶ ହେଲା ବୋଲି ବିବେଚିତ ହେଲା ପ୍ରତ୍ୟେକ ଶିଖ 'କ' ଅକ୍ଷରାଜ୍ୟ ୪[[ଟି ବସ୍ତୁ ବ୍ୟବହାର କରନ୍ତି ୧[[ କେଶ (କେଶ ଓ ଶ୍ର୍ମଶ୍ରୂରକ୍ଷା) ୨[[ କଡ଼ା (ହାତରେ ଲୁହା ଖଡୁ ପିନ୍ଧିବା) ୩[[ କୃପାଣ (ଦୁଇପାଖ ଦାଢ଼ଥିବା ଖଣ୍ଡା ଧାରଣ) ଓ ୪[[ କଙ୍ଗେଇ (କେଶରେ ପାନିଆ

ଖୋସିବା) ଏ ସମ୍ପ୍ରଦାୟ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏକତା ସ୍ଥାପନ କରିବା ପାଇଁ ପ୍ରତିଷ୍ଠାତାଙ୍କଦ୍ୱାରା ଅଭିପ୍ରେତ ହୋଇଥିଲେ ହେଁ ଏହା ଘଟନାକ୍ରମେ ମୋଗଲସାମ୍ରାଜ୍ୟର ଘୋର ବିରୋଧୀ ଓ ଶତ୍ରୁ ହେଲା ଗୁରୁଗୋବିନ୍ଦଙ୍କ ପରେ ମୋଗଲସାମ୍ରାଜ୍ୟର ପତନ ସଙ୍ଗେ ଶିଖମାନଙ୍କର ଅଭୃଦ୍ୟୟ ହେଲା ଓ ଶିଖ୍ମାନେ ବୀରତ୍ୱଦ୍ୱାରା ମୋଗଲମାନଙ୍କୁ ପରାସ୍ତ କରି ଉତ୍ତର ପଶ୍ଚିମ ଭାରତ (ପଞ୍ଜାବ)ରେ ପ୍ରବଳ ଶିଖରାଜ୍ୟ ସ୍ଥାପନ କରିଥିଲେ ଏମାନଙ୍କର ବିଖ୍ୟାତ ରାଜା ରଣଜିତ୍ ସିଂହ (ରାଜତ୍ୱ ଖ୍ରୀ. ୧୮—୧୮୩୯: [[)ଙ୍କ ଅମଳରେ ଶିଖ ରାଜ୍ୟ ବିଶେଷ ଉନ୍ନତି କରିଥିଲା ତତ୍ପରେ ଶିଖ୍ମାନଙ୍କ ସଙ୍ଗେ ଇଂରାଜିରେ ପ୍ରଥମେ ଖ୍ରୀ ୧୮୪୫: [[ରେ ତତ୍ପରେ ୧୮୪୮: [[ରେ ଯୁଦ୍ଧ ହୋଇଥିଲା ଶିଖମାନେ ପରାଜିତ ହେଲେ ଓ ଇଂରାଜିମାନେ କେତେଗୁଡ଼ିଏ ଶିଖରାଜ୍ୟ ହସ୍ତଗତ କରି ପଞ୍ଜାବ ପ୍ରଦେଶକୁ ଇଂରାଜଶାସନଭୁକ୍ତ କଲେ ଶିଖମାନେ ଇଂରାଜଙ୍କ ସଙ୍ଗେ ବନ୍ଧୁତା ସ୍ଥାପନ କରି ଇଂରାଜମାନଙ୍କ ଅଧୀନତାରେ ପଇଟଣ ହେଲେ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ସେମାନେ ଖୁବ୍ ବୀର ଓ ଇଂରାଜ— ଭକ୍ତ ସେନା ଅଟନ୍ତି ରଣଜିତ ସିଂହଙ୍କ ବଂଶଧରମାନେ ଇଂରାଜ ସରକାରକୁ ବୃତ୍ତି ପାଆନ୍ତି ବର୍ତ୍ତମାନ ମଧ୍ୟ ପଞ୍ଜାବରେ ନାଭା, ପାତିଆଲା ଆଦି ରାଜ୍ୟରେ ଶିଖିରାଜାମାନଙ୍କ ବଂଶଧରମାନେ ଭାରତସମ୍ରାଟଙ୍କ ମିତ୍ରରାଜାରୂପେ ରାଜତ୍ୱ କରୁଅଛନ୍ତି ଶିଖ ସୈନ୍ୟମାନେ ବିଗତ ଇଉରୋପୀୟ ମହାଯୁଦ୍ଧରେ ଇଉରୋପର ରଣକ୍ଷେତ୍ରରେ ଅସୀମ ସାହସ ସହକାରେ ଇଂରାଜମାନଙ୍କ ପକ୍ଷରେ ଯୁଦ୍ଧ କରି ସଭ୍ୟଜଗତକୁ ଚମତ୍କୃତ କରି ଅଛନ୍ତି ଏମାନଙ୍କର ଉପାସନା ମନ୍ଦିରକୁ ଗୁରୁଦ୍ୱାର ବୋଲାଯାଏ ଅମୃତସହରରେ ଏମାନଙ୍କର ଗୁରୁଦ୍ୱାର ମନ୍ଦିର ସ୍ୱର୍ଣ୍ଣମଣ୍ଡିତ ଏବେ ଗୁରୁଦ୍ୱାରରେ ଉପାସନା କରିବା ସମ୍ୱନ୍ଧେ କେତେକ କଡ଼ା ଆଇନ୍ ହେବାରୁ ସେମାନେ ଧରମ ସାଧନ ସମ୍ୱନ୍ଧେ ନିଜର ସ୍ୱାଧୀନତା ଅକ୍ଷୂର୍ଣ୍ଣ ରଖିବା ପାଇଁ ଅମ୍ଳାନ ବଦନରେ ସମସ୍ତ କ୍ଳେଶ, ଦଣ୍ଡ ଓ କାରାବାସ ସହ୍ୟକରି ସଭ୍ୟ ଜଗତକୁ ସ୍ତମ୍ୱିତ କରି ଅଛନ୍ତି ଓ ଅବଶେଷରେ ଇଂରାଜ ଗଭର୍ଣ୍ଣମେଣ୍ଟ ଆଇନ୍ ପ୍ରଣୟନ କରି ଶିଖମାନଙ୍କୁ ଧର୍ମସାଧନ ସମ୍ୱନ୍ଧେ ପୂର୍ଣ୍ଣ ସ୍ୱାଧୀନତା ଦେଇ ଅଛନ୍ତି ଶିଖ୍ ସମ୍ରାଟ ରଣଜିତ୍ ସିଂହଙ୍କ ନାତି ବିଲାତରେ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ପୃଥିବୀରେ ଅଦ୍ୱିତୀୟ କ୍ରିକେଟ ଖେଳାଳୀରଞ୍ଜୀ ରୂପେ ପରଚିତ ହୋଇ— ଥିଲେ ନାନକ ତଳେ ଟୀକା ]] (ଦେଖ) - ପାଠ୍ୟପୁସ୍ତକ ଭାରତ ଇତିହାସରୁ ସଂଗୃହୀତ] 



ଶିଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶିଖର)[ସମ୍ପାଦନା]

୧. ଶିଖର; ଅଗ୍ରଭାଗ —୧. Head top.

ଅନୁବାଦ[ସମ୍ପାଦନା]

୨. ଗିରି ଶିଖର; ପର୍ବତର ଅଗ୍ରଭାଗ —୨. The top or summit of a mountain.

ଅନୁବାଦ[ସମ୍ପାଦନା]

୩. ଉଚ୍ଚତା —୩. Height.

(ଯଥା—ଏ ଗଛଟି ଶିଖରେ ବଢ଼ି ଯାଉଅଛି) ===

ଅନୁବାଦ[ସମ୍ପାଦନା]

୪. ଶିଖ୍ (ଦେଖ) - — ୪. Sikh (See)

ବିଶେଷଣ -[ସମ୍ପାଦନା]

୧. ଶ୍ରେଷ୍ଠ; ପ୍ରଧାନ —୧. Chief.

(ଉ—ସଞ୍ଚୟ କହିଲେ ହେ ନୃପକୃଳ ଶିଖ କୃଷ୍ଣସିଂହ ମହାଭାରତ ବନ)

୨. ଉଚ୍ଚ — ୨. High.

ସଂସ୍କୃତ - ବିଶେଷଣ - ପୁଂ—(ସମାସରେ ଶିଖା ଶବ୍ଦ ଅନ୍ୟ ସଙ୍ଗେ ଯୁକ୍ତ ହୋଇ ଅକାରନ୍ତ 'ଶିଖ' ହୁଏ)[ସମ୍ପାଦନା]

ଶିଖାଯୁକ୍ତ (ଯଥା—ଲୂନଶିଖା, ପଞ୍ଚଶିଖ, ଦ୍ୱିଶଶ) —(In compound words) Having Ṡikhā.