ଶିଖଣ୍ଡୀ
ଶିଖଣ୍ଡୀ
ଉଚ୍ଚାରଣ
[ସମ୍ପାଦନା](ଶିଖଣ୍ଡିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ (ଶିଖଣ୍ଡ+ଅଛି ଯାହାର ଅର୍ଥରେ ଇନ୍ ୧ମା. ୧ବ)
[ସମ୍ପାଦନା]- ୧. ଶିଖାଯୁକ୍ତ —୧. Having a tuft of hair left on the temple.
ବିଶେଷ୍ୟ -
[ସମ୍ପାଦନା]- ୧. ବିଷ୍ଣୁ —୧. Bishṇu.
- ୨. ଗୁଞ୍ଜା; କାଇଞ୍ଚ — ୨. A creeper and its black-tipped red seed; Abrus Precatorius.
- ୩. ମୟୂର — ୩. Peacock.
- ୪. ଖଣ୍ଡୂଆ; ସ୍ତ୍ରୀମାନେ ଶାଢ଼ୀ ଉପରେ ପକାଇବା ପାଟର ଉପରାଣ —୪. A silken sheet put on the wearing cloth of females.
- ୫. କୁକ୍କୁଟ —୫. Cock.
- ୬. ଶର; ତୀର —୬. Arrow; dart.
- ୭. ସ୍ୱର୍ଣ୍ଣୟୂଥୁଳା; ହଳଦିଆ ଯାଇ —୭. The yellow single-patalled Jasminum Auriculatum.
- ୮. ମୟୂର ପୃଚ୍ଛ (ହିନ୍ଦୀ - ଶ.) —୮. Peacock tail.
- ୯. ଶିବ (ହିନ୍ଦୀ - ଶ.) —୯. Ṡiba.
- ୧. ଶିଖା (ହିନ୍ଦୀ - ଶ.) — ୧୦. Pigtail.
- ୧୧. ଦ୍ରୂପଦ ରାଜାଙ୍କ ପୁତ୍ର —୧୧. Name of the son of king Drupada.
[ଦ୍ରଷ୍ଟବ୍ୟ —ଏ ପୂର୍ବ ଜନ୍ମରେ କାଶୀରାଜଙ୍କ ଦୁହିତା 'ଅମ୍ୱା' ଥିଲେ ଏହାଙ୍କ ଭୀଷ୍ମ ବରଣ କରି ବିବାହ ନ କରିବାରୁ ଏ ପରଜନ୍ମରେ ଭୀଷ୍ମଙ୍କର ମରଣର କାରଣ ହେବା ପାଇଁ ସଂକଳ୍ପ କରି କ୍ଳୀବ ରୂପେ ଜନ୍ମି ଥିଲେ ଏ ପ୍ରକାଶ୍ୟ ଭାବରେ ପୁରୁଷ ବେଶଧାରୀ ଥିଲେ ଓ ଦଶାର୍ଣ୍ଣ ଦେଶର ରାଜକୁମାରୀଙ୍କ ସଙ୍ଗେ ବିବାହିତ ହୋଇଥିଲେ ରାଜକୁମାରୀଙ୍କ ପିତା ଏହାଙ୍କର କ୍ଳୀବତ୍ୱ ଜାଣି ପାରି ଏହାଙ୍କ ବିରୁଦ୍ଧରେ ଯୁଦ୍ଧ ଯାତ୍ରା କରିବାରୁ ଏ ପଳାଇ ଯାଇ ଅରଣ୍ୟରେ ଆଶ୍ରୟ ନେଲେ ସେଠାରେ ସ୍ଥୂଳକର୍ଣ୍ଣ ନାମକ ଜଣେ ଯକ୍ଷ ଏହାଙ୍କଠାରେ ଦୟା ବହି ଏହାଙ୍କ କ୍ଳୀବତ୍ୱ ଗ୍ରହଣ କରି ନିଜର ପୁରୁଷକୁ ଏହାଙ୍କୁ ଅର୍ପଣ କରିବାରୁ ଏ ନିଜ ରାଜ୍ୟକୁ ଫେରି ଆସି ପୁରୁଷରୂପେ ସଂସାର ଧର୍ମ୍ମ ପାଳନ କଲେ କୁରୁକ୍ଷେତ୍ରର ଏ ପାଣ୍ଡବ ପକ୍ଷୀୟ ଥିଲେ ଏ ନପଂସକ ବୋଲି ଭୀଷ ଏହାଙ୍କ ଉପରେ ଶର ନିକ୍ଷେପ କରିବାକୁ କୁଣ୍ଠିତ ହେଉ— ଥିଲେ ଏଥିପାଇଁ ଯୁଦ୍ଧର ଦଶମ ଦିନ ଅର୍ଜ୍ଜୁନ ଏହାଙ୍କୁ ଆପଣାର ଆଗରେ ରଖି ଭୀଷ୍ମଙ୍କ ସଙ୍ଗେ ଯୁଦ୍ଧ କଲେ ଓ ଭୀଷ୍ମ ଶିଖଣ୍ଡୀଙ୍କୁ ଦେଖି ଅର୍ଜ୍ଜୁନଙ୍କ ଆଡ଼କୁ ଶର ମାରିଲେ ନାହିଁ ଓ ଅର୍ଜ୍ଜୁନ ଏହି ସୁଯୋଗ ଦେଖି ଭୀଷ୍ମଙ୍କୁ ନିହତ କଲେ ଯୁଦ୍ଧ ଶେଷରେ ଅଶ୍ୱତ୍ଥାମାଙ୍କ କର୍ତ୍ତୃକ ନୈଶ ହତ୍ୟାକାଣ୍ଡରେ ଏ ହତ ହେଲେ]
- ୧୨. (ନାମ) ରାମଚନ୍ଦ୍ରଙ୍କ କପିସେନାର ଏକ ମାକଡ଼ (ହିନ୍ଦୀ - ଶ.) —୧୨. Name of a monkey of Raāmachandra's monkey-army.
- ୧୩. ବୃହସ୍ପତି (ହିନ୍ଦୀ - ଶ.) — ୧୩. Bṛuhaspati.