Jump to content

ଶିଖରିଣୀ

ଉଇକିଅଭିଧାନ‌ରୁ

ଶିଖରିଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଶିଖର+ଇନ+ସ୍ତ୍ରୀ. ଈ)

[ସମ୍ପାଦନା]

ଶିଖରଯୁକ୍ତ — (female) Having a top.

ବିଶେଷ୍ୟ -

[ସମ୍ପାଦନା]
୧. ଉତ୍ତମା ସ୍ତ୍ରୀ — ୧. An excellent woman.
୨. ମଲ୍ଲିକା ଫୁଲ — ୨. Jasmine flower.
୩. ରସାଳା; ଦୁଗଧଶର ଓ ଚିନିମିଶ୍ରିତ ଘନ ମିଷ୍ଟାନ୍ନ ପାନୀୟ ବିଶେଷ —୩. A sweet thick drink made of creams and sugar.

[ଦ୍ରଷ୍ଟବ୍ୟ —ଭାବପ୍ରକାଶ ମତରେ ଜଳ ବିହୀନ ମାହିଷ ଦଧି ୧୬: ସେର, ପରିଷ୍କୃତ ଚିନି ୮ ସେର ଏକତ୍ର ମିଶାଇ ପରିଷ୍କୃତ ବସ୍ତ୍ରରେ ପୂରାଇ ତହିଁରେ ୩୨: ସେର ଦୁଧ ମିଶାଇ ତହିଁ— ତଳେ ଗୋଟିଏ ମୃତ୍ପାତ୍ର ରଖି ବଳପୂର୍ବକ ଉକ୍ତ ବସ୍ତ୍ରଦ୍ୱାରା ଏହାକୁ ସ୍ରାବଣ କରାଇବ ତତ୍ପରେ ଏଥିସଙ୍ଗେ ଅଳାଇଚ ଲବଙ୍ଗ, କର୍ପୂର, ମରିଚ ଚୂନା ମିଶାଇବ ଏହା କ୍ଳାନ୍ତି ନିବାରକ, ବଳକର, ଶୂତ୍ର ବର୍ଦ୍ଧକ, ବାୟୁ ଓ ପିତ୍ତ ନାଶକ; ଅଗ୍ନି ପ୍ରଦୀପକ, ଶରୀରର ଉପଚୟ କାରକ, ସ୍ନିଗଧ, ଶୀତଳ, ସାରକ ଓ ରକ୍ତପିତ୍ତ, ପିପାସା, ଦାହ, ପ୍ରତିଶ୍ୟାୟ ନାଶକ କେବଳ ବସନ୍ତଋତୁଭିନ୍ନ ଅନ୍ୟ ଋତୁରେ ଏହା ସେବ୍ୟ ଏହାର ନାମ ରସାଳା ରାଜ ନିଘଣ୍ଟରେ ଅଛି ଯେ, ଦହି ୩୨: ପଳ, ଖଣ୍ଡ୮ ପଳ, ମରିଚଚୂର୍ଣ୍ଣ, ଗୁଡ଼ତ୍ୱକ ଓ ଏଳାଚର୍ଣ୍ଣ ୮ ପଳ, ମଧୂ ୪ ପଳ, ଘୃତ ୪ ପଳ, ଗୋଟିଏ ଭାଣ୍ଡରେ ରଖି ହିମବାସିତ କଲେ ଏହା ଶିଖରିଣୀ ହୁଏ ବିଶ୍ୱକୋଷ]

୪. ରୋମାବଳୀ —୪. A row of down growing on particular parts of the body.
୫. ସପ୍ତଦଶାକ୍ଷର ଛନ୍ଦୋବିଶେଷ—(ଦ୍ର— ଏଥିର ୬ଷ୍ଠ ଓ ଶେଷ ଅକ୍ଷରରେ ଯତି; ଏଥିର ୨/୩/୪/୫ ୧୧/୧୩: ଓ ୧୭: ବର୍ଣ୍ଣଗୁରୁ; ଅନ୍ୟବର୍ଣ୍ଣମାନ ଲଘୁ, ବିଶ୍ୱକୋଷ) ୫. Name of a Sancrit metre of syllables.
୬. ନବ ମଲ୍ଲିକା; ନିଆଳି ଫୁଲ (ହିନ୍ଦୀ - ଶ.) ୬. Jasminum Arborescens (flower)
୭. କିସିମିସ୍ (ହିନ୍ଦୀ - ଶ) —୭. Raisin.
୮. ମୂର୍ବା (ହିନ୍ଦୀ - ଶ.) — ୮. Mūrbbā (See)