Jump to content

ଶିଖା

ଉଇକିଅଭିଧାନ‌ରୁ

ଶିଖା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି (ଶୀ ଧାତୁ=ଶୟନ କରିବା+ସଂଜ୍ଞାର୍ଥେ ଖ+ଆ)

[ସମ୍ପାଦନା]
୧. ଚୂଡ଼ା; ଅଗ୍ରଭାଗ —୧. Top.
୨. ପର୍ବତର ଶିଖର —୨. Summit or crest of mountain.
୩. କିରୀଟ; ମୁକୁଟ —୩. Crown; headdress; crest.
୪. ଶିଖ; ମୌଳି —୪. Head.
୫. କ୍ରମଶଃ ସରୁ ହୋଇଯାଇଥିବା ଅଗ୍ରଭାଗ; ମୁନ —୫. Tapering top; sharp point.
୬. ମସ୍ତକର ଅଂଶ ବିଶେଷରେ ବଢ଼ାଯାଇଥିବା ଲମ୍ୱ କେଶଗୁଚ୍ଛ; ଚୁଟି — ୬. Tulf of long hair left on the head; pigtail; lock of hair on the head.

[ଦ୍ରଷ୍ଟବ୍ୟ — ଶାସ୍ତ୍ରରେ ଅଛି ଯେ, ହିନ୍ଦୁମାନେ ଶିଖା ଧାରଣ କରିବେ ପୂଜା, ଜପ, କରିବା ସମୟରେ ଗାୟତ୍ରୀ ପାଠପୂର୍ବକ ଶିଖା ବନ୍ଧନ (ବାଳରେ ଗଣ୍ଠି ପକାଇବା) କର୍ତ୍ତବ୍ୟ ମୁକ୍ତଶିଖ ବ୍ୟକ୍ତିର ଅଚମନ ସୁଦ୍ଧା ଅଶୁଦ୍ଧ (ବିଶ୍ୱକୋଷ)]

୭. ଜଳୁଥିବା ନିଆଁର ଶୀର୍ଷ — ୭. The flame of a burning fire; the spire of a flame.
୮. ଅର୍ଚ୍ଚି; ଜ୍ୱାଳା —୮. Lustre.
୯. ଶାଖା —୯. Bough; branch.
୧. ମତିଆ ଶସ୍ତ୍ରାଦିର ଶାଖା — ୧୦. The prong
୧. ମନିଆ ଶସ୍ତ୍ରାଦିର ଶାଖା —୧୦. The prong
of a pointed weapon.
୧୧. କାମଜ୍ୱର — ୧୧. Amorous fever; morbid excitement due to lust.
୧୨. ତୁଳସୀ —୧୨. Holy Basil.
୧୩. ଲୁହାଲଙ୍ଗଳିଆ ଲତା —୧୩. A kind of creeper; Gloriosa surperba.
୧୪. ମୟୂର, କୁକୁଡ଼ା ଆଦି ପକ୍ଷୀଙ୍କ ମୁଣ୍ଡ ଉପରେ ଉଠିଥିବା ପକ୍ଷଗୁଚ୍ଛ ବା ଜଃ —୧୪. Tuft of features on the heads of peacock an other birds.
୧୫. ପ୍ରକାଶ; କିରଣ (ହିନ୍ଦୀ - ଶ.) —୧୫. Ray of light.
୧୬. ବସ୍ତ୍ରର ଅଞ୍ଚଳ ବା କାନି (ହିନ୍ଦୀ - ଶ) —୧୬. The end of the cloth.
୧୭. ଗୋଡ଼ ଆଙ୍ଗୁଠିର ଅଗ୍ରଭାଗ (ହିନ୍ଦୀ - ଶ.) —୧୭. Tip of a finger of the foot.
୧୮. ସ୍ତନର ଅଗ୍ରଭାଗ ବା ଭୃଣ୍ଡି (ହିନ୍ଦୀ - ଶ.) — ୧୮. Nipple.
୧୯. ଗଛର ଚେର (ହିନ୍ଦୀ - ଶ) — ୧୯. Root.
୨. ଅଧିପତି; ନାୟକ (ହିନ୍ଦୀ - ଶ.) — ୨୦. Leaer.
୨୧. ଶ୍ରେଷ୍ଠ ବ୍ୟକ୍ତି (ହି, ଶ) — ୨୧. Headman; chief person.
୨୨. ମୂର୍ବା (ହିନ୍ଦୀ - ଶ.) —୨୨. Transveria Zeylanica (plant).
୨୩. କଟାମାଂସୀ (ହିନ୍ଦୀ - ଶ.) —୨୩. Indian spikenard
୨୪. ବଚା (ହିନ୍ଦୀ - ଶ.) —୨୪. Orris root.
୨୫. ଏକ ବର୍ଣ୍ଣବୃତ୍ତ (ହିନ୍ଦୀ - ଶ.) —୨୫. Name of a metre.

[ଦ୍ରଷ୍ଟବ୍ୟ —ଏର ବିଷମ ପାଦମାନଙ୍କରେ ୨୮: ଲଘୁମାତ୍ରା ଓ ଅନ୍ତରେ ଏକ ଗୁରୁ ବର୍ଣ୍ଣ ଥାଏ; ସମ ପାଦରେ ୩ ଲଘୁମାତ୍ରା ଓ ଅନ୍ତରେ ଏକ ଗୁରୁ ମାତ୍ରା ଥାଏ—ହିନ୍ଦୀ - ଶ.]

=== ସଂସ୍କୃତ - ବିଶେଷଣ - ସ୍ତ୍ରୀ (ପୁଂ. ଶିଖ; ଅନ୍ୟ ଶବ୍ଦ ସଙ୍ଗେ ସମାସଦ୍ୱାରା ହୋଇ ନିଷ୍ପନ୍ନ)

ଶିଖାଯୁକ୍ତା — (in a compound) Tufted (feminine).