Jump to content

ଶିବଦାସ ପୁର

ଉଇକିଅଭିଧାନ‌ରୁ

ଶିବଦାସ ପୁର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଯାଜପୁର ଟାଉନ୍ର ଏକ କ୍ରୋଶ ଦୂରରେ ଅବସ୍ଥିତ ଓ ବିରଜା ମନ୍ଦିରର ନିକଟବର୍ତ୍ତୀ ଏକ ବିଶିଷ୍ଟ କରଣ ବସ୍ତି —A well known Karaṇa-village near the temple of Goddess Birajā one mile from the Jajpur town.

[ଦ୍ରଷ୍ଟବ୍ୟ —ଏହା ଶିବେଶ୍ୱର ମହାଦେବଙ୍କ ନାମାନୁ— ସାରେ ସ୍ଥାପିତ ଓ ବୈତରଣୀର ଶାଖାନଦୀ ଗୌରୀକୂଳରେ ଅବସ୍ଥିତ ଋଗ୍ ବେଦ ଓ ପୁରାଣ ମାନଙ୍କରେ କଳିଙ୍ଗର ତଥା ବିରଜା ତୀର୍ଥର ବର୍ଣ୍ଣନା ଥିବାରୁ, ଶିବଦାସପୁରର ଇତିହାସ ଏଥି ସହିତ ପ୍ରଚ୍ଛନ୍ନଭାବରେ ରହିଛି ପ୍ରଚଳିତ କିମ୍ୱଦନ୍ତୣ, ପ୍ୟାରୀମୋହନଙ୍କ ଓଡ଼ିଶା ଇତିହାସ, ନନ୍ଦିକିଶୋର ବହି— ଦାରଙ୍କ କରଣ ଜାତିର ଇତିହାସ ଅନୁସାରେ ଯଯାତି କେଶରୀ ଯେତେବେଳେ ଯାଜପୁରରେ ରାଜଧାନୀ ସ୍ଥାପନା କରି ତତ୍ରତ୍ୟ ତଉଦ୍ୱାର ନଅର (ଆଧୁନିକ—ନଅରପଦା)ରେ ବାସ କରୁଥିଲେ, ସେହି ସମୟରେ ଶାସନ କାର୍ଯ୍ୟର ଶୃଙ୍ଖଳ ନିମନ୍ତେ ମଗଧ (ବିହାର)ରୁ କରଣ (ଲେଖକ) ମାନଙ୍କୁ ଅଣାଇ ପ୍ରଥମେ ସେଠାରେ ରଖାଇଥିଲେ ରାଜେନ୍ଦ୍ର ଲାଲ ମିତ୍ରଙ୍କ ଓଡ଼ିଶାର ପ୍ରତ୍ନତତ୍ତ୍ୱ ନାମକ ଗ୍ରନ୍ଥରେ ଏହି ନଅରପଦା ବିଷୟରେ ଲେଖା ଅଛି କାଳକ୍ରମେ ଏହି କରଣମାନେ ଶିବଦାସପୁର, ସଦାଶିବପୁର ଓ ପାତ୍ର ପଡ଼ା (ଆଧୁନିକ ପଟ୍ଟନାୟକ ସାହି) ଓ ନାଉଖିଆ ଗ୍ରାମମାନଙ୍କୁ ଉଠି ଯାଇ— ଥିଲେ ଏ ଗ୍ରାମ ଯଯାତିକେଶରୀଙ୍କଦ୍ୱାରା ସ୍ଥାପିତ ହୋଇଥିଲା ପଣ୍ଡିତ ବିନାୟକ ମିଶ୍କଙ୍କ ମତରେ ଏହା ଭୈମ ବା କେଶରୀ ବଂଶୀୟ ରାଜମାନଙ୍କର ରାଜଧାନୀ ଥିଲା


ଏ ସ୍ଥାନର ଭୂଗର୍ଭରୁ ଶିବ ଓ ଦୁର୍ଗା ମୂର୍ତ୍ତିମାନ ଆବିଷ୍କୃତ ହୋଇଅଛି ବର୍ତ୍ତମାନ "କାନୁନ୍ଗୋ" ବଂଶ ପୂର୍ବେ ରାଜମିସ୍ତ୍ରୀ ଥିଲେ ଏହାଙ୍କ ବଂଶଧରମାନେ ଓଡ଼ିଶା ରାଜାଙ୍କ ଠାରୁ ବେବର୍ତ୍ତା, ପଟ୍ଟନାୟକ ଓ କାନୁନ୍ଗୋ ଉପାଧିମାନ ପାଇଥିଲେ

ଏହି ବଂଶର ଶୁକଦେବ ଦାସ ବେବର୍ତ୍ତା, ସଂସ୍କୃତ ବିଦଗ୍ଧମାଧବ ନାଟକର ଓଡ଼ିଆ ଅନୁବାଦକ ବନମାଳୀ ଦାସ ପଟ୍ଟନାୟକ ଓ ଚଉପଦୀ ସଂଗ୍ରହର ସମ୍ପାଦକ ସାଧୁଚରଣ କାନୁନ୍ଗୋ ଆଦି ହିନ୍ଦୁ, ମୁସଲମାନ୍, ମରହଟ୍ଟା ଓ ଇଂରାଜ— ମାନଙ୍କ ରାଜତ୍ୱରେ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ]

ଲେଖକ—ଚନ୍ଦ୍ରଶେଖର ଦାସ