ଶିବନାଥ ଶାସ୍ତ୍ରୀ
ଦେଖଣା
ଶିବନାଥ ଶାସ୍ତ୍ରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିବନାଥ ଶାସ୍ତ୍ରୀ
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବଙ୍ଗୀୟ ବ୍ରାହ୍ମସମାଜର ସ୍ୱର୍ଗୀୟ ପ୍ରସିଦ୍ଧ ଆଚାର୍ଯ୍ୟ —A late Brahmo missionary of Bengal.
[ଦ୍ରଷ୍ଟବ୍ୟ —ଏ ଚବିଶ ପ୍ରଗନ୍ନା ଅନ୍ତର୍ଗତ ଜୟନଗର ମଜିଲପୁର ଗ୍ରାମବାସୀ ବ୍ରାହ୍ମଣ ପଣ୍ଡିତ ହରାନନ୍ଦ ବିଦ୍ୟାସାଗରଙ୍କ ପୁତ୍ର ଏ ଯୌବନ କାଳରେ ବ୍ରାହ୍ମ ଧର୍ମ ଗ୍ରହଣ କରି ପରେ ବ୍ରାହ୍ମସମାଜରେ ଆଚାର୍ଯ୍ୟ ପଦ ଗ୍ରହଣ କରିଥିଲେ ଏ ଜଣେ ପ୍ରସିଦ୍ଧ ବକ୍ତା ଥିଲେ ଏ ଅନେକ କାବ୍ୟ (ନିର୍ବାସିତର ବିଳାପ, ପୁଷ୍ପମାଳା) ଉପନ୍ୟାସ, (ମେଜ ବୌ, ନୟନ ତାରା) ଓ ବ୍ରାହ୍ମ ସଙ୍ଗୀତ ରଚନା କରିଥିଲେ କଟକର ସ୍ୱର୍ଗୀୟ ମଧୁସୂଦନ ରାଓଙ୍କ ପରିବାର ସଙ୍ଗେ ଏହାଙ୍କ ପରିବାହ ବିବାହ ବନ୍ଧନରେ ସଂବଦ୍ଧ ହୋଇଥିଲେ ଏହାଙ୍କର ପୂର୍ବପୁରୁଷ ଶ୍ରୀକୃଷ୍ଣ ଉଦ୍ଗାଥା (ଓତା) ଯାଜପୁର ବାସୀ ଉତ୍କଳୀୟ ପଣ୍ଡିତ ଥିଲେ ଓ ଚାକିରି ପ୍ରସଙ୍ଗରେ ଯାଜପୁରରୁ ଯାଇ ବଙ୍ଗ— ଦେଶରେ ବାସ କରିଥିଲେ ଏ ଇଉରୋପ ଓ ଆମେରିକା ଆଦି ଦେଶ ପର୍ଯ୍ୟଟନ କରି ଜଣେ ସୁବକ୍ତା ରୂପେ ଖ୍ୟାତି ଲାଭ କରିଥିଲେ]