ଶିବଭଟ୍ଟ ଷାଠେୟା
ଶିବଭଟ୍ଟ ଷାଠେୟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମରହଟ୍ଟା ରାଜତ୍ୱ କାଳରେ ଓଡ଼ିଶାର ଜନୈକ ଶାସନକର୍ତ୍ତା —The name of a governor of Orissa during the rule of the Mar<? ?>ahaṭṭās.
[ଦ୍ରଷ୍ଟବ୍ୟ —ଯେଉଁ ସମୟରେ ସମଗ୍ର ଉତ୍କଳ ପ୍ରଦେଶ ମହାରାଷ୍ଟ୍ର ଶାସନାଧୀନ ହେଲା ସେ ସମୟରେ ନାଗପୁରର ମହାରାଷ୍ଟ୍ର ରାଜା ରଘୁଜୀ ଭୋଁସଲଙ୍କଦ୍ୱାରା ଶିବ— ଭଟ୍ଟ ଷାଠେୟା ଷାଠେ ଓଡ଼ିଶାର ଶାସନକର୍ତ୍ତାରୂପେ ପ୍ରେରିତ ହୋଇଥିଲେ ଏ ଉତ୍କଳର ପ୍ରଥମ ମରହଟ୍ଟା ସୁବାଦାର; ଏ ଜାତିରେ ସାରସ୍ୱତ ବ୍ରାହ୍ମଣ ଥିଲେ ବ୍ରାହ୍ମଣ ହେଲେହେଁ ଏ ଯୁଦ୍ଧ ବିଦ୍ୟାରେ ଅତ୍ୟନ୍ତ ପାରଦର୍ଶୀ ହୋଇଥିଲେ ଏ ଓଡ଼ିଶାରେ ୮ ବର୍ଷ ଶାସନକାର୍ଯ୍ୟ ଚଳାଇ ନାଗପୁରର ଭୋଁସଲା ରାଜାଙ୍କୁ ନିର୍ଦ୍ଦିଷ୍ଟ କର ଆଦାୟ କରି ଦେଉଥିଲେ ଏହି ସାମାନ୍ୟ ୮ ବର୍ଷ ମଧ୍ୟରେ ଓଡ଼ିଶାରେ ଦୁଇଥର ରାଜସ୍ୱ ବନ୍ଦୋବସ୍ତ (Revenue Settlement) କରାଇ ଦେଶରେ ସୁଶୃଙ୍ଖଳ ଶାସନ ପ୍ରତିଷ୍ଠାପୂର୍ବକ ଶାନ୍ତି ଆନୟନ କରିଥିଲେ ଶିବଭଟ୍ଟଙ୍କର ଶାସନକାଳ ମଧ୍ୟରେ ଖୋରଧାର ବୀରଶାର ଦେବଦ୍ରୋହ ଘଟିଥିଲା ଏହି ବିଦ୍ରହକୁ ବିଚକ୍ଷଣତା ସହିତ ଦମନପୂର୍ବକ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ସହିତ ଗଡ଼ଜାତ ରାଜ୍ୟମାନ ମଧ୍ୟ କରଗତ କରି ଓ ଜମାବନ୍ଦି ଧାର୍ଯ୍ୟ କରି ଶିବଭଟ୍ଟ ଓଡ଼ିଶାର ରାଜସ୍ୱ ସ୍ଥିର କରି ପାରିଥିଲେ
ଶିବଭଟ୍ଟ ୧୧୬୩: ଅମଳୀ ସନ (ଖ୍ରୀ ୧୬୫୫: ) ଠାରୁ ୧୧୭୧: ଅମଳୀ ସନ (ଖ୍ରୀ. ୧୭୬୩: ) ପର୍ଯ୍ୟନ୍ତ ଓଡ଼ିଶାର ଶାସନକର୍ତ୍ତା ଥିଲେ ୧୭୬୪: ଖ୍ରୀଷ୍ଟାବ୍ଦରେ ହଠାତ୍ ଭୋଁସଲା ରାଜାଙ୍କ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ତଦବଧି ଏହାଙ୍କ ବଂଶଧରମାନେ ଓଡ଼ିଶାରେ ବାସ କରି ଆସୁଅଛନ୍ତି ଏମାନେ କଟକର ସୁପରିଚିତ ଷାଠିୟା ପରିବାର ଅଟନ୍ତି ଦୀର୍ଘକାଳ ଓଡ଼ିଶାରେ ବାସ କରି ଏମାନେ ସ୍ୱାଜାତିର ବ୍ୟବହାର ଓ ଭାଷା ପ୍ରଭୃତି ତ୍ୟାଗ କରି ଉତ୍କଳୀୟ ବ୍ରାହ୍ମଣ— ମାନଙ୍କ ସହିତ ବୈବାହିକ ସମ୍ୱନ୍ଧ ସ୍ଥାପନ କରିଅଛନ୍ତି ଓ ଓଡ଼ିଆକୁ ମାତୃଭାଷା କରିଅଛନ୍ତି ଏହି ବଂଶର ସ୍ୱର୍ଗୀୟ ଭାଗୀରଥୀ ଷାଠିୟା ଦୀର୍ଘକାଳ କଟକ ପ୍ରିଣ୍ଟିଙ୍ଗ୍ କମ୍ପାନିରେ ପ୍ରିଣ୍ଟର୍ (ମୁଦ୍ରାକର) ରୂପେ କାର୍ଯ୍ୟ ଚଳାଇ ଉତ୍କଳର ପୁରାତନ ସାହିତ୍ୟର ଉଦ୍ଧାର ପାଇଁ ବହୁ ପରିଶ୍ରମ କରିଥିଲେ ତାଙ୍କ ସ୍ୱରଚିତ ଅନେକକ ପୌରାଣିକ ଓଡ଼ିଆ ଗ୍ରନ୍ଥ ମଧ୍ୟ ଏବେ ସର୍ବତ୍ର ଆଦରଣୀୟ ହେବା ଦେଖାଯାଏ ଏ ପରିବାର ମଧ୍ୟରେ ଶିଳ୍ପ, ସାହିତ୍ୟ ଓ କ୍ରୀଡ଼ା କୁଶଳତାର ପରିଚୟ ଏବେ ସୁଦ୍ଧା ମିଳେ ଷ୍ଟିଲିଙ୍ଗ୍ ସାହେବଙ୍କ ଓଡ଼ିଶା ବା କଟକର ବିବରଣ Mr. A. Sterling's Geographical, statistical and historical account of Orissa proper or Cuttack) ନାମକ ଗ୍ରନ୍ଥରେ 'ଷାଠେୟା' ଶବ୍ଦ ବିକୃତ ହୋଇ 'Ṡāṇṭiā' (ସାଣ୍ଟିଆ) Ṡāuṇṭiā (ସାଉଣ୍ଟିଆ) Sāntarā (ସାନ୍ତରା) ପ୍ରଭୃତି ରୂପ ଧାରଣ କରିଅଛି ଇଂରାଜ ଐତିହାସିକମାନଙ୍କର ଏବଂବିଧ ବିକୃତିର ଛାୟା ଉତ୍କଳର ଐତିହାସିକମାନଙ୍କ ସଙ୍କଳିତ ଗ୍ରନ୍ଥରେ ମଧ୍ୟ ପଡ଼ିଥିବା ଦେଖାଯାଏ—ସନ୍ଦର୍ଭ ଲେଖକ. ଶ୍ରୀ ଅପୂର୍ବକୃଷ୍ଣ ସରକାର ବିଶେଷ୍ୟ - ଏ.]