ଶିବା
ଦେଖଣା
ଶିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଶିବ+ ଆ)
[ସମ୍ପାଦନା]- ୧. ଦୂର୍ଗା; ପାର୍ବତୀ; ଶିବାନୀ — ୧. Pārbatī; the wife of God Ṡiba.
(ଉ—ସକଳ ସମ୍ପଦ ଶିବାଙ୍କୁ ଦେଇ, ଶିବ ପଳେଇଲେ ଲଙ୍ଗଳା ହୋଇ—ଢଗ)
- ୨. ଶୃଗାଳୀ — ୨. A she-j̄ackal.
(ଉ—ଶୁଣିଛ ତ ଶିବା ପରାୟେ ବୋବାଇଲେ—କୃଷ୍ଣସିଂହ ମହାଭାରତ ସଭା)
- ୩. ମୋକ୍ଷ; ମୁକ୍ତି —୩. Salvation; final beatitude.
- ୪. ହରିତକୀ; ହରିଡ଼ା —୪. Myrobalan.
- ୫. ଭୂଇଁଅଅଁଳା —୫. Phyllanthus Niruri.
- ୬. ମେଥି —୬. Fenugreek.
- ୭. ଆମଳକୀ; ଅଏଁଳା — ୭. Phyllanthus Emblica.
- ୮. ହରିଦ୍ରା; ହଳଦୀ — ୮. Turmeric.
- ୯. ଶମୀ; ଶାଇଁ ଗଛ — ୯. The spung tree; Prosopis Spicigera.
- ୧. ଶ୍ୟାମାଲତା; ଶୁଆଁ ଲଇ ବା ଚେମିଡ଼ି ଲଇ — ୧୦. A creeper; Indian Sarsaparila.
- ୧୧. ଆମ୍ୱଡ଼ା —୧୧. Hogplum.
- ୧୨. ଗୋରୋଚନା — ୧୨. A yellow pigment obtained from dead kine.
- ୧୩. ନୀଳ ଦୁର୍ବା —୧୩. The blue creeping grass.
- ୧୪. ନଦୀବିଶେଷ — ୧୪. Name of a river.
- ୧୫. ଧବଗଛ (ହିନ୍ଦୀ - ଶ.) — ୧୫. Conocarpus Latifolia.
- ୧୬. ବୁଦ୍ଧିଶକ୍ତି— ବିଶେଷ (ହିନ୍ଦୀ - ଶ) —୧୬. A kind of intelligence.
- ୧୭. ସୌଭାଗ୍ୟବତୀ ସ୍ତ୍ରୀ —୧୭. A fortunate woman (Apte).
- ୧୮. (ପୁଂ) ବିଲୁଆ — ୧୮. Jackal (in general) (Apte).
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମହାଦେବଙ୍କୁ ଅନାଦରରେ ଡାକିବା ନାମ — ୧. A name by which God Ṡiba is called by unbelievers.
(ଶିବା ପଥର ଜଗା କାଠ, ଆଉ ସମସ୍ତେ ମାଠ ମାଠ—ଢଗ)
- ୨. ଶିବଚରଣ ଆଦି ନାମଧାରୀ ବ୍ୟକ୍ତିର ଅନାଦରାର୍ଥ ଡାକନାମ —୨. Name by which persons named Ṡiba Charaṇa etc are called.