ଶିବାଜୀ
ଶିବାଜୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମରହଟ୍ଟା ରାଜ୍ୟର ସ୍ଥାପିୟତା; ଆହାମ୍ମଦ ନଗର ରାଜାଙ୍କର ସେନାପତି ଶାହାଜୀଙ୍କ ପୁତ୍ର —Ṡibāji.
[ଦ୍ରଷ୍ଟବ୍ୟ —ଏହାଙ୍କର ମାତା ଜିଜୀବାଈ ଅନ୍ୟ ଜଣେ ସେନାପତିଙ୍କର କନ୍ୟା; ଏହାଙ୍କ ଜନ୍ମ ୧୬୨୭: ଖ୍ରୀଷ୍ଟାବ୍ଦ 'ପୁନା' ଶାହାଜୀଙ୍କର ପୈତୃକ ଜାଗିରି ଥିଲା ଆହାମ୍ମଦ ନଗର ରାଜ୍ୟର ପତନ ପରେ ବିଜାପୁରର ସୁଲତାନଙ୍କ ଅଧୀନ ଶାହାଜୀ ସେନାପତି କର୍ମ କରି ତତ୍ ପରେ ଦାକ୍ଷିଣାତ୍ୟରେ ବିଜାପୁର ରାଜ୍ୟ ଅଧୀନ ଗୋଟିଏ କ୍ଷୁଦ୍ର ରାଜ୍ୟ ସ୍ଥାପନ କଲେ ଶିବାଜୀ ବାଲ୍ୟକାଳରେ ବେଶି ଲେଖା ପଢ଼ା ଶିଖି ନ ଥିଲେ, କିନ୍ତୁ ସମର ବିଦ୍ୟା, ଅସ୍ତ୍ରଚାଳନ, ଅଶ୍ୱଚାଳନାଦିରେ ପାରଙ୍ଗମ ଥିଲେ ଏ ରାମାୟଣ ଓ ମହାଭାରତ ଶୁଣି ମୁସଲମାନଙ୍କ ଅତ୍ୟାଚାରରୁ ଦେବମୂର୍ତ୍ତି ଓ ଗୋବ୍ରାହ୍ମଣାଦିଙ୍କ ରକ୍ଷା କରିବାକୁ ପ୍ରତିଜ୍ଞାବଦ୍ଧ ହେଲେ ପୁନାର ନିକଟସ୍ଥ ପାର୍ବତ୍ୟ 'ମାଓୟାଲି' ନାମକ ଅସଭ୍ୟ ଜାତିଙ୍କୁ ସମର କୌଶଳ ଶିଖାଇ ସେହିମାନଙ୍କଦ୍ୱାରା ସୈନ୍ୟ ଦଳସ ଗଢ଼ି ଶିବାଜୀ ମୁସଲମାନ ରାଜ୍ୟ ଆକ୍ରମଣ ଓ ଲୁଟ୍ପାଟ କରି ଅନେକଗୁଡ଼ିଏ ଦୁର୍ଗମ ଗିରି ଦୁର୍ଗ ଅଧିକାର କଲେ ସେତେବେଳେ ଶିବାଜୀଙ୍କ ବୟସ ୨ ବର୍ଷ ସେତେବେଳେ ଶାହାଜୀ ବିଜାପୁରର ସୁଲତାନଙ୍କ ଅଧୀନ କର୍ମ କରୁଥିଲେ ବିଜାପୁରର ରାଜ— କୋଷକୁ ପ୍ରେରିତ ଅର୍ଥ ଶିବାଜୀ ବାଟରେ ଲୁଟି ନେବାରୁ ବିଜାପୁର ସୁଲତାନ୍ ଶାହାଜୀଙ୍କୁ କାରାବଦ୍ଧ କଲେ କିନ୍ତୁ ଶିବାଜୀ ଦିଲ୍ଲୀଶ୍ୱର ମୋଗଲ ସମ୍ରାଟଙ୍କ ସଙ୍ଗେ ବନ୍ଧୁତା କରିବାର ଧମକ ବିଜାପୁର ସୁଲତାନକୁ ଦେଇ ପିତାଙ୍କୁ କୌଶଳରେ କାରାମୁକ୍ତ କରାଇଲେ ତତ୍ପରେ ଶିବାଜୀ ମୋଗଲ ରାଜ୍ୟରେ ପ୍ରବେଶ କରି ଧନରତ୍ନ ଓ ଯୁଦ୍ଧ ଘୋଟକ— ମାନ ଲୁଣ୍ଠନ କଲେ ଓ ଆପଣାର ଶିକ୍ଷିତ ସୈନ୍ୟମାନଙ୍କୁ ଅଶ୍ୱରୋହୀ ଓ 'ବର୍ଗୀ' ରୂପେ ସୁଶିକ୍ଷିତ କରି ସେହିମାନଙ୍କ ସହାୟତାରେ ବିଜାପୁର ରାଜାଙ୍କ କଙ୍କଣ ପ୍ରଦେଶ ଜୟ କଲେ ବିଜାପୁରର ରାଜାଙ୍କ ପ୍ରେରିତ ସେନାପତିଙ୍କୁ ଶିବାଜୀ କୌଶଳକ୍ରମେ ହତ୍ୟା କଲେ ଶିବାଜୀ କିଛି କାଳ ପରେ ରାୟଗଡ଼ ନାମକ ଅଭେଦ୍ୟ ଦୁର୍ଗରେ ଆପଣା ରାଜଧାନୀ ସ୍ଥାପନ କଲେ ଓ ସୁଶିକ୍ଷିତ ୫ ହଜାର ପଦାତି ଓ ୭ ହଜାର ଅଶ୍ୱାରୋହୀଙ୍କଦ୍ୱାରା ସେନା ଗଢ଼ି ମୋଗଲ ରାଜ୍ୟ ଆକ୍ରମଣ ଓ ଲୁଣ୍ଠନ କଲେ
ଆରଙ୍ଗଜେବ୍ଙ୍କ ସେନାପତି ଶାୟୋସ୍ତଖାଁ ଏହାଙ୍କୁ ଦମନ କରିବାକୁ ପ୍ରେରିତ ହେଲେ, କିନ୍ତୁ ସେ ଲାଞ୍ଚିତ ହୋଇ ଜୀବନ ବିକଳରେ ପଳାଇ ଗଲେ ଅତଃପର ଶିବାଜୀ ରଣତରୀ ଓ ନୌବଳର ସୃଷ୍ଟି କଲେ ୧୬୬୪: ସାଲରେ ସେ ରାଜା ଉପାଧି ଗ୍ରହଣ କରି ଆପଣା ନାମରେ ମୁଦ୍ରା ଚଳାଇଲେ ମୋଗଲ ରାଜ୍ୟ ଆକ୍ରମଣ କରି ସେଥିର ରାଜସ୍ୱରୁ ୧/୪: ବା ଚୌଥ ଗ୍ରହଣ କରିବାକୁ ଶିବାଜୀ ଦାବୀ କଲେ ଓ କେତେକ ସ୍ଥଳରୁ ଏହା ସଂଗ୍ରହ କଲେ
ତତ୍ପରେ ମୋଗଲ ସମ୍ରାଟ ଆରଙ୍ଗଜେବଙ୍କ ସଙ୍ଗେ 'ପୁରନ୍ଦର' ନାମକ ସ୍ଥାନରେ ୧୬୬୭: ସାଲରେ ସନ୍ଧିପତ୍ର ସ୍ୱାକ୍ଷର କଲେ ଉକ୍ତ ସନ୍ଧିଦ୍ୱାରା ଶିବାଜୀ ମୋଗଲ ସୈନ୍ୟଙ୍କ— ସଙ୍ଗେ ଯୋଗ ଦେଇ ବିଜାପୁର ରାଜ୍ୟର ଧ୍ୱଂସରେ ମୋଗଲ ସମ୍ରାଟଙ୍କୁ ସାହାର୍ଯ୍ୟ କଲେ ଇତି ମଧ୍ୟରେ କପଟୀ ଆରଙ୍ଗ ଜେବ ଶିବାଜୀଙ୍କୁ ଓ ତାଙ୍କ ପୁତ୍ର ଶମ୍ୱୂଜୀଙ୍କ ଦିଲ୍ଲିଠାକୁ ନିମନ୍ତ୍ରଣ କରି ନେଇ ସେଠାରେ ତାଙ୍କୁ ଅଳ୍ପ ସଂଖ୍ୟକ ସୈନ୍ୟ ସମାବୃତ ଓ ନିରସ୍ତ୍ର ଦେଖି ଅପମାନିତ କଲେ ଓ ପିତା ପୁତ୍ର ଦୁହିଙ୍କୁ ବନ୍ଦୀ କଲେ ଶିବାଜୀ ଆରଙ୍ଗଜବଙ୍କ ଠାରୁ ବହୁଗୁଣରେ ଧୂର୍ତ୍ତ ଥିଲେ 'ଶଠେ ଶାଠ୍ୟଂ ସମା— ଚରେତ୍' ନୀତି ଆଚରଣ ପୂର୍ବକ କୈଶଳ ଅବଲମ୍ୱନ
ପୂର୍ବକ ଗୋଟିଏ ମିଷ୍ଟାନ୍ନ ଟୋକେଇ ମଧ୍ୟରେ ଆପେ ଲୁଚି ଓ ଅନ୍ୟ ଗୋଟିଏ ମିଷ୍ଟାନ୍ନ ଟୋକେଇରେ ଆପଣା ପୁଅକୁ ଲୁଚାଇ ଦିଲ୍ଲୀର ବହିର୍ଭାଗସ୍ଥ ଗୋଟିଏ ଦେବାଳୟକୁ ଆସି ସେଠାରୁ ଗୋଟିଏ ଘୋଡ଼ାରେ ଆପେ ଚଢ଼ି ଓ ପୁଅଙ୍କୁ ବସାଇ ରାତାରାତି ୫ କ୍ରୋଶ ଦୂରବର୍ତ୍ତୀ ମଥୁରାକୁ ଆସିଲେ ସେଠାରେ ଆପଣା ପୁଅକୁ ଜଣେ ବିଶ୍ୱାସୀ ବ୍ରାହ୍ମଣଙ୍କ ଜିମା ଦେଇ ଆପଣା ମସ୍ତକ ମୁଣ୍ଡନ କରି ସନ୍ନ୍ୟାସୀ ବେଶଧରି ମୋଗଲ ସୈନ୍ୟଙ୍କ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପଦବ୍ରଜରେ ପ୍ରୟାଗ, କାଶୀ, ଗୟା ପାଟଣା, କଟକ ଓ ହାଇଦ୍ରାବାଦ ଦେଇ ୧ ବର୍ଷ ପରେ ଆପଣା ରାଜଧାନୀ ରାୟଗଡରେ ପହଞ୍ଚିଲେ ବିଶ୍ୱାସଘାତକ ଆରଙ୍ଗଜେବଙ୍କ ପ୍ରତି ଶୀବାଜୀ ଅତି କ୍ରୁଦ୍ଧ ହୋଇ ମୋଗଲ ରାଜ୍ୟରେ ଉପହ୍ରଦ ଓ ଲୁଣ୍ଠନ ଆରମ୍ଭ କଲେ ଆରଙ୍ଗଜେବ ଏହାଙ୍କ ଦମନାର୍ଥ ସୈନ୍ୟ ପ୍ରେରଣ କରି ଅକୃତକାର୍ଯ୍ୟ ହୋଇ ଶେଷରେ ୧୬୬୯: ସାଲରେ ଏହାଙ୍କ ସଙ୍ଗେ ସନ୍ଧି ସ୍ଥାପନ କରି ଏହାଙ୍କୁ ରାଜା ଉପାଧି ଦେଲେ ଏହି ସମୟରେ ବିଜାପୁର ଓ ଗୋଲ— କୁଣ୍ଡାର ସୁଲତାନମାନେ ନିଜ ନିଜ ରାଜ୍ୟରେ ଚୌଥ ଶିବାଜୀଙ୍କୁ ଦେଲେ
ଶିବାଜୀ ଅତଃପର ରାଜ୍ୟର ଉନ୍ନତି କଲେ ଅନ୍ୟ ରାଜାମାନଙ୍କ ରାଜ୍ୟରୁ ସୈନ୍ୟମାନେ ଯାହା ଲୁଣ୍ଠନ କରି ଆଣୁଥିଲେ ତାହା ରାଜକୋଷରେ ଅର୍ପିତ ହେଉଥିଲା ଓ ସୈନ୍ୟମାନେ ନିୟମିତରୂପେ ମାସିକ ବେତନ ପାଉଥିଲେ ଶିବାଜୀ ପ୍ରାଚୀନ ହିନ୍ଦୁ ପ୍ରଥା ଅନୁସାରେ ପ୍ରଜାମାନଙ୍କଠାରୁ ନିୟମିତରୂପେ ରାଜସ୍ୱ ଆଦାୟ କରୁଥିଲେ ଏହାଙ୍କ ସଭାରେ ୮ ଜଣ ମନ୍ତ୍ରୀ ଥିଲେ ପ୍ରଧାନ ମନ୍ତ୍ରୀଙ୍କ ଉପାଧି 'ପେଶ୍ୱା'
ତତ୍ପରେ ପୁଣି ମୋଗଲ ବାଦସାହାଙ୍କ ସଙ୍ଗେ ଏହାଙ୍କର ବିବାଦ ହେଲା, କିନ୍ତୁ ଆରଙ୍ଗଜେବ ଏହାଙ୍କୁ ପରାସ୍ତ କରିପାରିଲେ ନାହିଁ ୧୬୭୧: ସାଲରେ ଶିବାଜୀଙ୍କ ପିତା ଶାହାଜୀଙ୍କର ମୃତ୍ୟୁ ହେଲା ତତ୍ ପରେ ଶିବାଜୀ 'ମହାରାଜ' ଉପାଧି ଗ୍ରହଣ କରି ରାୟଗଡ଼ ସିଂହାସନରେ ବସି 'ତୁଳା ପୁରୁଷ ଦାନ' କୃତ ଉଦ୍ଯାପନ କଲେ ତତ୍ପରେ ମୋଗଲସେନା ବିଜାପୁର ନଗର ଅବରୋଧ କରିବାରୁ ବିଜାପୁର ସୁଲତାନ ଶିବାଜୀଙ୍କ ସାହାର୍ଯ୍ୟ ପ୍ରାର୍ଥୀ ହେଲେ ଓ ଶିବାଜୀ ଅବରୋଧକାରୀ ସୈନ୍ୟମାନଙ୍କ ପୃଷ୍ଠ— ଭାଗସ୍ଥ ମୋଗଲରାଜ୍ୟକୁ ଲୁଣ୍ଠନ କରି ଏପରି ଉପଦ୍ରବ ଆରମ୍ଭ କଲେ ଯେ, ମୋଗଲମାନେ ବିଜାପୁର ଅବରୋଧ ପରିତ୍ୟାଗ କଲେ କୃତଜ୍ଞତା ସ୍ୱରୂପ ବିଜାପୁରର ସୁଲତାନ ଶିବାଜୀଙ୍କୁ ତାଞ୍ଜୋରର ସ୍ୱାଧୀନ ରାଜା ବୋଲି ସ୍ୱୀକାର କଲେ
ଶିବାଜୀ ୧୬୮: ସାଲରେ ୫୩: ବର୍ଷ ବୟସରେ ପରଲୋକ ଗମନ କଲେ]