Jump to content

ଶିବି

ଉଇକିଅଭିଧାନ‌ରୁ

ଶିବି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଶି ଧାତୁ=ତୀକ୍ଷଣ କରିବା+କର୍ତ୍ତୃ ବି)

[ସମ୍ପାଦନା]
୧. ହିଂସ୍ର ଜନ୍ତୁ ୧. Wild animals; beast of prey.
୨. ଭୂର୍ଜ୍ଜପତ୍ର ୨. The bark of birch tree.
୩. ଦେଶ ବିଶେଷ — ୩. Name of a tract of country.
୪. ନୃପତି— ବିଶେଷ; ଉଶୀନର ରାଜାଙ୍କ ପୁତ୍ର ଓ ଯଯାତିଙ୍କ ଦୌହିତ୍ର — ୪. Name of a king who was son of king Uṡinara and famous for his devotion and charity.

[ଦ୍ରଷ୍ଟବ୍ୟ —ଏ ସାତଶୟ ଦୟାଳୁ, ଦାନୀ ଧାର୍ମିକ ଓ ଭକ୍ତ ଥିଲେ ଏକଦା ବ୍ରହ୍ମା ଏହାଙ୍କ ସତ୍ୟ ପାଳନ ପରୀକ୍ଷା କରିବା ପାଇଁ ବ୍ରାହ୍ମଣ ବେଶରେ ଏହାଙ୍କ ନିକଟରେ ପହଞ୍ଚି ଏହାଙ୍କୁ ପୂର୍ବରୁ ସତ୍ୟା କରାଇ ଏହାଙ୍କ ପୁତ୍ରର ମାଂସ ଭୋଜନାର୍ଥ ପ୍ରାର୍ଥନା କଲେ ଏ ଅକୁଣ୍ଠିତ ଚିତ୍ତରେ ସତ୍ୟ ପାଳନ କଲେ ଓ ବ୍ରହ୍ମାଙ୍କ ଅନୁରୋଧରେ ସ୍ୱହସ୍ତରେ ଉକ୍ତ ମାଂସକୁ ପାକ କଲେ ବ୍ରହ୍ମା କହିଲେ ତୁମେ ମୋ ସଙ୍ଗେ ନ ଖାଇଲେ ମୁଁ ଭୋଜନ କରିବି ନାହିଁ ଶିବ ତହିଁରେ ମଧ୍ୟ ରାଜି ହେଲେ ବ୍ରହ୍ମା ଏହା ଦେଖି ବିସ୍ମିତ ହୋଇ ନିଜରୂପ ଧାରଣ କରି ଏହାଙ୍କ ହତ ପୁତ୍ରକୁ ଜୀଆଁଇ ଦେଲେ ସୁବଳଚନ୍ଦ୍ର ବଙ୍ଗଳା ଅଭିଧାନ]

ଥରେ ଦେବତାମାନେ ଏହାଙ୍କୁ ଅନ୍ୟ ଭାବରେ ମଧ୍ୟ ପରୀକ୍ଷା କରିଥିଲେ ଅଗ୍ନି କପୋତରୂପେ ଧାରଣ କଲେ ଓ ଇନ୍ଦ୍ର ଛଞ୍ଚାଣ ରୂପ ଧରି କପୋତକୁ ଗୋଡ଼ାଇଲେ କପୋତ ଯାଇ ଶିବିଙ୍କ କୋଳରେ ପଶିଲା ଓ ଶରଣ ପ୍ରାର୍ଥନା କଲା ତତ୍ପରେ ଛଞ୍ଚାଣଆସି ପହଞ୍ଚି ରାଜାକୁ କହିଲା, ଏ ମୋର ଭକ୍ଷ ଏହାକୁ ଛାଡ଼ିଦିଅ'—ଶିବି ଅନ୍ୟ ମାଂସଦ୍ୱାରା ଛଞ୍ଚାଣକୁ ସନ୍ତୁଷ୍ଟ କରିବାକୁ କହିବାରୁ ଛଞ୍ଚାଣ ରାଜି ହେଲା ନାହିଁ ଶେଷରେ ଏ କପୋତ ପକ୍ଷୀର ଓଜନରେ ଆପଣା ଦେହରୁ ମାଂସ କାଟି ଛ଼ଞ୍ଚାଣକୁ ଦେଲେ ଛଞ୍ଚାଣ ସନ୍ତୁଷ୍ଟ ହେବ ବୋଲି କହିବାରୁ ରାଜା ତୁଳାଦଣ୍ଡ ଅଣାଇ ତରାଜୁର ଏକ ପାଖରେ କପୋତକୁ ରଖି ଅନ୍ୟ ପାଖରେ ଆପଣାର ଦେହରୁ ମାଂସ କାଟିଲେ ପକାଇଲେ; କିନ୍ତୁ ଦୈବମାୟାରୁ କପୋତ ଭାରି ହେଲା ଓ ରାଜାଙ୍କ ଦେହରୁ ଅନେକ ମାଂସ କଟାଯାଇ ତରାଜୁରେ ପକା ଯିବାରେ ତାହା କପୋତର ଓଜନ ସଙ୍ଗେ ସମାନ ହେଲା ନାହିଁ ! ଶେଷରେ ରାଜା ସ୍ୱୟଂ ତରାଜୁରେ ବସିଗଲେ ଏଥିରେ ଛଞ୍ଚାଣ ସନ୍ତୁଷ୍ଟ ହୋଇ କପୋତକୁ ଛାଡ଼ିଦେଲା ଓ ଦୁହେଁ ନିଜ ନିଜର ଚିହ୍ନା ଦେଲେ ସେହି ଦିନ ଠାରୁ ଶିବି ରାଜା ଧର୍ମାତ୍ମାରୂପେ ପ୍ରସିଦ୍ଧ (ହିନ୍ଦୀ - ଶ)]