Jump to content

ଶିବେଇ ସାଆନ୍ତରା

ଉଇକିଅଭିଧାନ‌ରୁ

ଶିବେଇ ସାଆନ୍ତରା

ଉଚ୍ଚାରଣ

[ସମ୍ପାଦନା]

[ଶିବା(ବେ)ଇ ସାନ୍ତରା—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୋଣାର୍କ ଦେଉଳ ନିର୍ମାଣ କରିବାରେ ଓଡ଼ିଶାର ରାଜା ଲାଙ୍ଗୁଳା ନରସିଂହଙ୍କଦ୍ୱାରା ନିଯୁକ୍ତ ଜନୈକ ମନ୍ତ୍ରୀ —The name of a minister of the Orissa king Lāṅguḻā Narasiṁha Deb who was entrusted with the supervision of the construction of the Ko&ntod;:ārka temple.

[ଦ୍ରଷ୍ଟବ୍ୟ —ଏହି ଦେଉଳ ନିର୍ମାଣରେ ୧୨: ଶତ (ମତାନ୍ତରେ ୧୨: ହଜାର) ବଢ଼େଇ ବା କାରିଗର ନିଯୁକକ୍ତ ରହିଥିଲେ ଏତେଗୁଡ଼ିଏ କାରିଗର ବହୁକାଳ ଚେଷ୍ଟା କରି ଏ ଦେଉଳଟି ସମାପ୍ତ କରି ପାରିଲେ ନାହିଁ କାରଣ, ଦେଉଳ ତୋଳା ହେବା ସ୍ଥାନ ସମୁଦ୍ରର ଉପକୂଳବର୍ତ୍ତୀ ଥିବାରୁ ସେଠାରେ ଅଥଳ ପାଣି ଥିଲା, ତେଣୁ ଅର୍ଦ୍ଧନିର୍ମିତ ଦେଉଳଟି ନିଆଁ ଦୋଷରୁ ମୁଣ୍ଡି ମରି ପାରିଲା ନାହିଁ କାରିଗରମାନେ କୂଳରୁ ପଥର ନିଆଁ ନ ବସାଇ ଗଣ୍ଡଆଡ଼ୁ ପଥର ବସାଇ ଆଣିବାକୁ ଚେଷ୍ଟା କରିବାରୁ ନିଅଁର ଅସ୍ଥିରତା ଯୋଗୁ ୧୨: ବର୍ଷ ବିତିଗଲା, ତଥାପି ଦେଉଳର ମୁଣ୍ଡି ମରି ପାରିଲା ନାହିଁ (ଏହି ଉପଲକ୍ଷେ ଗୋଟିଏ ପ୍ରବାଦ ଅଛି ଯେ "ଶିବେଇ ସାଆନ୍ତରା ଦେଉଳ ତୋଳେଇବା ନ୍ୟାୟ"—ଅର୍ଥାତ୍ ଦ୍ଦୂଳ— ଆଡ଼ୁ ପଥର ନ ପୋତି ଗଣ୍ଡ ପାଣିଆଡ଼ୁ ପଥରପୋତି ନିଅଁ ବସାଇବାରୂପ ବୃଥା ଚେଷ୍ଟା) ଏହି ବିଳମ୍ୱ ଯୋଗୁଁ ରାଜା ଅତି କ୍ରୁଦ୍ଧ ହେଲେ ଓ ଆଦେଶ ଦେଲେ ଯେ, ଦେଉଳର ନିରୂପିତ ସମୟ ମଧ୍ୟରେ ମୁଣ୍ଡି ମାରି ନ ଥିଲେ ବାରଶହ ବଢ଼େଇଙ୍କର ମୁଣ୍ଡି କାଟ ହେବ ଏହି ଆଦେଶରେ କାରିଗରମାନେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଜୀବନର ଆଶା ପରିତ୍ୟାଗ କରି ବସିଲେ ଇତି ମଧ୍ୟରେ ଉକ୍ତ ଦେଉଳରେ କାମ କରିବାକୁ ଆସିଥିବା କାରିଗରମାନେ ୧୨: ବର୍ଷ ହେଲା ଘରଦ୍ୱାର ଛାଡ଼ି ଆସି କର୍ମସ୍ଥଳରେ ପଡ଼ି ରହିଥିଲେ ତହିଁ ମଧ୍ୟରୁ ଗୋଟିଏ ବଢ଼େଇ ଘରୁ ଆସିବା ସମୟରେ ତାର ସ୍ତ୍ରୀ ଗର୍ଭବତୀ ହୋଇଥିଲା ଓ ଇତିମଧ୍ୟରେ ପୁଅଟିଏ ଜନ୍ମ ହେଲା—ସେ ପୁଅଟିର ନାମ 'ଧର୍ମପଦ' ବା 'ଧରମୁ'

ସେ ପୁଅଟି ୧୨: ବର୍ଷ ବୟଃକ୍ରମ ପିତାର ସଂବାଦ ଜାଣିବା ପାଇଁ ଉତ୍ସୃକ ହୋଇ କର୍ମସ୍ଥଳକୁ ଆସିଲା ଆସିବା ପୂର୍ବ୍ୱରୁ ବାଟରେ ଗୋଟିଏ ବୁଢ଼ୀ ସାଙ୍ଗରେ ଦେଶ ହେବାରୁ ବୁଢ଼ୀ ସେ ପିଲାକୁ 'ଶିବେଇସାଆନ୍ତରା ଦେଉଳ ତୋଳାଇବା ନ୍ୟାୟ' ପ୍ରବଚନ ବୋଲି ଏ ଦେଉଳ କିପରି ମୁଣ୍ଡି ମରିପାରିବ ଏହାର ସୂଚନା କଲା ବାଳକଟି ବୃଦ୍ଧାଠାରୁ ଏ ସୂଚନା ପାଇଁ କର୍ମସ୍ଥଳରେ ଉପସ୍ଥିତ ହୋଇ ବାରଶହ ବଢ଼େଇଙ୍କର ମରଣାପନ୍ନ ଦଶା ଦେଖି ନିଜେ ସେ ଦେଉଳଟିକୁ ମୁଣ୍ଡ ମାରିବାର ଭାର ଗ୍ରହଣ କରି ନିଅଁ ପକାଇବାର ଏପରି କୌଶଳ କରା ଯେ, ନିର୍ଦ୍ଦିଷ୍ଟ କାଳ ମଧ୍ୟରେ ଦେଉଳର ମୁଣ୍ଡି ମରିଗଲା କିନ୍ତୁ ରାଜା ଯଦି ଜାଣିବେ ଯେ, ବାରଶହ ବଢ଼େଇ ଯାହା କରିପାରିଲେ ନାହିଁ, ତାହା ଗୋଟିଏ ବାଳକ ଅକ୍ଳେଶରେ କରିଦେଲା, ତାହା— ହେଲେ ବାରଶହ ବଢ଼େଇଙ୍କର ମୁଣ୍ଡକାଟ କରିବେ, ଏହି ଆଶଙ୍କାରେ ବଢ଼େଇମାନେ ସଭା କରି ଉକ୍ତ ବାଳକର

ପିତାକୁ ପଚାରିଲେ "ତୋର ବାରଶହ ବଢ଼େଇଙ୍କଠେଇଁ ରାଜି? ନାଁ ପୁଅରେ ରାଜି?" ବଢ଼େଇ ଅଗତ୍ୟା ପୁଅର ଆଶା ଛାଡ଼ିଲା ଓ ସମସ୍ତେ ବିଚାର କରି ସେ ବାଳକଟିକୁ ପାଣିକୁ ଫୋପାଡ଼ି ଦେଇ ମାରି ପକାଇଲେ ଓ ଦେଉଳର ମୁଣ୍ଡି ମାରିବାର ବାହାଦୂରୀ ଏ ୧୨: ବଢ଼େଇ ଓ ଶିବେଇ ସାଆନ୍ତରା ନେଲେ 

ଏ କିମ୍ୱଦନ୍ତୀକୁ ସ୍ୱର୍ଗୀୟ ଗୋପବନ୍ଧୁ ଦାସ ତାଙ୍କ 'ଧର୍ମପଦ' ପୁସ୍ତିକାରେ ଛନ୍ଦୋବଦ୍ଧ କରିଅଛନ୍ତି]