ଶିବ କାଞ୍ଚି
ଶିବ କାଞ୍ଚି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦାକ୍ଷିଣାତ୍ୟର କାଞ୍ଚି ନଗରର ଏକ ଅଂଶ — A part of the town Kān̄chi or Conjeeveram in the Deccan.
[ଦ୍ରଷ୍ଟବ୍ୟ —କାଞ୍ଚିନଗରୀ ଶିବକାଞ୍ଚି ଓ ବିଷ୍ଣୁକାଞ୍ଚି, ଏପରି ଦୁଇ ଭାଗରେ ବିଭକ୍ତ ଶିବକାଞ୍ଚିରେ ଏକାମ୍ରନାଥ ନାମକ ଶିବଲିଙ୍ଗ ପ୍ରତିଷ୍ଠିତ ଏହି ମନ୍ଦିର ପ୍ରାଙ୍ଗଣରେ ଗୋଟିଏ ଅତି ପ୍ରାଚୀନ ଆମ୍ର ବୃକ୍ଷ ଅଛି ଏହି ବୃକ୍ଷର ଚାରି ଗୋଟି ଶାଖାରେ ଯଥାକ୍ରମେ ମିଷ୍ଟ, କଟୁ, ତିକ୍ତ ଓ ଅମ୍ଳ ରସାତ୍ମକ ଆମ୍ୱ ଫଳି ପ୍ରତିଦିନ ଏକାମ୍ରନାଥଙ୍କୁ ଭୋଗ ଲାଗିବାର ପ୍ରବାଦ ଅଛି ଏହି ମନ୍ଦିର ବେଢ଼ାରେ ଥିବା 'ଗୋପୂରମ୍' ଉଚ୍ଚରେ ୧୮୮: ଫୁଟ ଓ ପ୍ରସ୍ଥରେ ୭୪: ଫୁଟ ଏହି ମନ୍ଦିର ସମ୍ମୁଖରେ ଷୋଡ଼ଶ ସ୍ତମ୍ୱ ମଣ୍ଡପ ଓ ବାମ ପାର୍ଶ୍ୱରେ ସହସ୍ର ସ୍ତମ୍ଭନାମକ ମଣ୍ଡପ ଅଛି ଏକାମ୍ରନାଥଙ୍କ ଚଳନ୍ତି ପ୍ରତିମା ପଞ୍ଚଧାତୁ ନିର୍ମିତ ଓ ଚତୁର୍ଭୁଜ ଫାଲ୍ଗୁନ ମାସରେ ୧ ଦିନ ଏ ମୂର୍ତ୍ତି ନଗର ଭ୍ରମଣ କରନ୍ତି ଓ ଉତ୍ସବର ଶେଷ ଦିନ ଏକାମ୍ରନାଥଙ୍କ ସହିତ ଏକ ମାଇଲ ଦୂରରେ ମନ୍ଦିରସ୍ଥିତା କାମାକ୍ଷା ଦେବୀଙ୍କର ବିବାହ ଉତ୍ସବ କରାଯାଏ ଏକାମ୍ରନାଥଙ୍କ ମୂର୍ତ୍ତି ବାଲୁକା ଓ ମୃତ୍ତିକାନିର୍ମିତ ହେଲେହେଁ ବହୁକାଳ଼ ସ୍ମିଗଧ ପଦାର୍ଥ ଲେପନରେ କୃଷ୍ଣ ପ୍ରସ୍ତରବତ୍ ଦେଖାଯାଆନ୍ତି ଏ ମୂର୍ତ୍ତି ଦାକ୍ଷିଣାତ୍ୟରେ ଶିବଙ୍କର କ୍ଷିତିମୂର୍ତ୍ତି ଅଟନ୍ତି ଗଭର୍ଣ୍ଣମେଣ୍ଟ ଏ ଦେବ ପୂଜା ସକାଶେ ବାର୍ଷିକ ଦୁଇଜହାର ଟଙ୍କା ଦିଅନ୍ତି ମଦନମୋହନ ତୀର୍ଥଦର୍ଶନ]