Jump to content

ଶିବ ଦୂତିକା

ଉଇକିଅଭିଧାନ‌ରୁ

ଶିବ ଦୂତିକା

ଉଚ୍ଚାରଣ

[ସମ୍ପାଦନା]

(ଶିବଦୂତୀ—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶିବ—ମହାଦେବ+ଦୂତ=ବାର୍ତ୍ତାବହ +ଈ; ଯେ ମହାଦେବଙ୍କୁ ଚରରୂପେ ପଠାଇଥିଲେ

୧. ଦୂର୍ଗା —୧. Goddess Durgā.

[ଦ୍ରଷ୍ଟବ୍ୟ —ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଦେବୀ ମାହାତ୍ମ୍ୟ ବା ଚଣ୍ଡୀର ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି ଯେ, ଶୁମ୍ଭ ନିଶୁମ୍ଭ ଅସୁରଦ୍ୱୟଙ୍କୁ ବିନାଶ କରିବା ପୂର୍ବରୁ ଦୂର୍ଗାସବୁ ଦେବତା— ମାନଙ୍କର ତେଜ ଗ୍ରହଣପୂର୍ବକ 'ଚଣ୍ଡୀ' ରୂପ ଧାରଣ କରି ଉକ୍ତ ଅସୁରଦ୍ୱୟଙ୍କ ନିକଟକୁ ମହାଦେବଙ୍କଦ୍ୱାରା ପ୍ରଥମେ ସଂବାଦ ପଠାଇଲେ ଯେ, ତୁମ୍ଭେମାନେ ଯେବେ ବଞ୍ଚି ରହି— ବାକୁ ଇଚ୍ଛା କର ତେବେ ଦେବତାମାନଙ୍କ ପ୍ରତି ଅତ୍ୟାଚାର କର ନାଁ ଓ ପାତାଳ ପୁରକୁ ଯାଇ ସେଠାରେ ବାସ କର; ଯେବେ ଏହା ନ କରିବ ତେବେ ତୁମ୍ଭମାନଙ୍କ ମାଂସଦ୍ୱାରା ମୋ ଶିବାଗଣ ତୃପ୍ତିଲାଭ କରିବେ ସ୍ୱୟଂ ଶିବ ଦେବୀଙ୍କ କର୍ତ୍ତୃକ ଦୂତ କର୍ମରେ ନିଯୁକ୍ତ ହୋଇ ଥିବାରୁ ସେହି କାଳରୁ ଦୂର୍ଗାଙ୍କର 'ଶିବ ଦୂତୀ' ନାମ ଖ୍ୟାତ ହେଲା]

୨. ଦୂର୍ଗାଙ୍କର ରୂପାନ୍ତର ଧାରିଣୀ ଯୋଗିନୀ ବିଶେଷ —୨. An incarnation of Durgā.

[ଦ୍ରଷ୍ଟବ୍ୟ —ଅଷ୍ଟଯୋଗିନୀ ମଧ୍ୟରେ ଶିବଦୂତୀ ଶେଷ ଯୋଗିନୀ ଅଷ୍ଟଯୋଗିନୀ, ଯଥା, ବ୍ରାହ୍ମଣୀ, ମାହେଶ୍ୱର, କୌମାରୀ, ବୈଷ୍ଣବୀ, ବାରାହୀ ନାରସିଂହୀ, ଐନ୍ଦ୍ରୀ ଓ ଶିବଦୂତୀ (ବିଶ୍ୱକୋଷ)

୩. କାର୍ତ୍ତିକେୟଙ୍କର ଏକ ମାତୃକାଙ୍କ ନାମ —୩. Name of a Mātṛukā of Kārttikey.