ଶିବ ନିର୍ମାଲ୍ୟ
ଦେଖଣା
ଶିବ ନିର୍ମାଲ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍)
[ସମ୍ପାଦନା]- ୧. ମହାଦେବଙ୍କ ଅର୍ପିତ ନୈବେଦ୍ୟ —୧. Offerings made to God Ṡiba.
[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ 'ଶିବ ନିର୍ମାଲ୍ୟ'
ଅଗ୍ରାହ୍ୟ ଅଟେ, ଅର୍ଥାତ୍ ଶିବନୈବେଦ୍ୟକୁ 'ଶୈବ' ଛଡ଼ା ଅନ୍ୟ ହିନ୍ଦୁ ଭୋଜନ କରିବେ ନାହିଁ କିନ୍ତୁ ଧାତୁ ନିର୍ମିତ ଲିଙ୍ଗ , ସ୍ୱୟମ୍ଭୂଲିଙ୍ଗ ଆଦି କେତେକ ଶିବଙ୍କୁ ଅର୍ପିତ ଭୋଗକୁ ସାଧାରଣ ହିନ୍ଦୁଙ୍କର ଭୋଜନ କରିବାର ବିଧି ଅଛି କେହି କେହି ପଣ୍ଡିତ କହନ୍ତି ଯେ, ନୈବେଦ୍ୟ ଦ୍ରବ୍ୟକୁ ମହାଦେବ ଓ ବିଷ୍ଣୁ ଉଭୟଙ୍କ ନାମରେ ଉତ୍ସର୍ଗ କଲେ କିମ୍ୱା ଶିବଙ୍କୁ ନିବେଦିତ ଭୋଗକୁ ବିଷ୍ଣୁଙ୍କୁ ଅର୍ପଣ କଲେ ଉକ୍ତ 'ଶିବ ନିର୍ମାଲ୍ୟ' ସାଧାରଣଙ୍କର ଗ୍ରହଣୀୟ ହୁଏ ଭୃବନେଶ୍ୱର 'ଲିଙ୍ଗରାଜ' ଦେବଙ୍କୁ ବିଷ୍ଣୁ ମନ୍ତ୍ରରେ ନୈବେଦ୍ୟ ସମର୍ପିତ ହୁଏ ଓ ସେ ସ୍ୱୟଙ୍କୁ ଲିଙ୍ଗ ଅଟନ୍ତି ତେଣୁ ଲିଙ୍ଗରାଜଙ୍କ ପ୍ରସାଦ ଶିବ ନିର୍ମାଲ୍ୟ ନୁହେ ବୋଲି କେହି କେହି କହନ୍ତି]
- ୨. (ଲକ୍ଷଣାର୍ଥ)— ଶିବ ନିର୍ମାଲ୍ୟ ପରି ଅଗ୍ରାହ୍ୟ ପଦାର୍ଥ —୨. (figurative) Any article which a man is forbidden to partake of.