Jump to content

ଶିମିଳି ଫୁଲ

ଉଇକିଅଭିଧାନ‌ରୁ

ଶିମିଳି ଫୁଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶାଳ୍ମଳ ଗଛର ନିର୍ଗନ୍ଧ ନାଲି ଫୁଲ —The bright red flower of silk-cotton tree (which has no smell)

[ଦ୍ରଷ୍ଟବ୍ୟ —ଏହା ଦୂରରୁ ରଙ୍ଗ ଟହଟହ ଦେଖାଯାଏ, କିନ୍ତୁ ଗନ୍ଧହୀନ ଥିବାରୁ ଓ ଅଳ୍ପ ଦିନେ ଝଡ଼ି ପଡ଼ିବାରୁ ଅଳ୍ପକାଳ ସ୍ଥାୟୀ ସୌନ୍ଦର୍ଯ୍ୟ ବା ନିର୍ଗୁଣ ସୌନ୍ଦର୍ଯ୍ୟକୁ ଲୋକେ ରଙ୍ଗ ଟହଟହ ଶିମିଳି ଫୁଲ ସଙ୍ଗେ ତୁଳନା କରନ୍ତି,ଯଥା— ରଙ୍ଗ ଟହ ଟହ ଶିମିଳି ଫୁଲ ଏକି ସବୁଦିନେ ରହିବ?— ଢ଼ଗ

ସଂସ୍କୃତରରେ ମଧ୍ୟ ଉଦ୍ଭଟ ଶ୍ଳୋକ ଅଛି— ହଂସାଃ ପଦ୍ମବନାଶୟା ମଧୁଲିହଃ ସୌରଭ୍ୟଲାଭାଶୟା ପାନ୍ଥା ସ୍ୱାଦୁଫଳାଶୟା ବଳିଭୃଜଃ ଗୃଧାଶ୍ଚ ମାଂସଶୟା ଦୂରଦୁନ୍ନତ ପୁଷ୍ପରାଗନିକରୈଃ ନିଃସାର ମେଥ୍ୟୋନ୍ନତୈଃରେରେ ଶାଳ୍ମଳିପାଦପ! ପ୍ରତିଦିନଂ କେ ନତ୍ୱୟା ବଞ୍ଚିତାଃ

ଏଥିର ମର୍ମ—ହେ ଶିମିଳି ଗଛ! ଦୂରରୁ ତୋର ନିଃସାର, ମିଥ୍ୟା ଓ ଉନ୍ନ ପୁଷ୍ପରାଗ ଦେଖି ହଂସ (ପଦ୍ମବନ ବୋଲି ଭାବି), ଭ୍ରମର (ସୌରଭ ଲାଭ ଆଶାରେ) ପଥିକ (ସ୍ୱାଦୁଫଳ ଆଶାରେ), କାକ, ଓ ଗୃଧ୍ରମାନେ (ମାଂସ— ଖଣ୍ଡ ଆଶାରେ ବଞ୍ଚିତ ହେଉଅଛନ୍ତି; ଅତଏବ ତୁ କେତେ ପ୍ରାଣୀଙ୍କୁ ବଞ୍ଚିତ ନ କରୁଛି?

ଯେଉଁମାନେ ବାହାରେ ଭଲ ବୋଲି ଦେଖାଇ ହୁଅନ୍ତି, କିନ୍ତୁ କାର୍ଯ୍ୟରେ ଲୋକଙ୍କୁ ପ୍ରତାରଣା କରନ୍ତି, ସେମାନଙ୍କ ସମ୍ୱନ୍ଧରେ ଏହି ଶ୍ଲୋକଟି ମଧ୍ୟ ଉଦାହରଣରୂପେ କୁହା— ଯାଏ ଏହା ଅପ୍ରସ୍ତୁତ ପ୍ରଶଂସା ନାମକ ଅଳଙ୍କାରର ଉଦାହରଣ]