Jump to content

ଶିମ୍ୱୀ

ଉଇକିଅଭିଧାନ‌ରୁ

ଶିମ୍ୱୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶମ୍ ଧାତୁ=ଶାନ୍ତ ହେବା+କର୍ତ୍ତୃ. ଲମ୍ୱ; +ଅ;+ଇ+ଈ; ଫଳ ପାଚିଲେ ଯାହା ମରିଯାଏ)

[ସମ୍ପାଦନା]
୧. କୃଷିଜାତ ଲତା ଓ ତହିଁର ଛୁଇଁ —୧. Bean; kidney bean; Dolichos Lablab; Canvavalia Ensiformis.

[ଦ୍ରଷ୍ଟବ୍ୟ —ଏହି ଲତତାର ଛୁଇଁ ଚେପଟା ଓ ବଙ୍କା, ପତ୍ର ତ୍ରିପର୍ଣ୍ଣ; ମଞ୍ଜି ଚେପ୍ଟା ଓ ବଙ୍କା ଏହା ଅନେକ ପ୍ରକାର ଦେଖାଯାଏ; ଯଥା— ଧଳାଶିମ୍ୱ, ରଙ୍ଗ ବା ନାଲି ଶିମ୍ୱ, କଳାଶିମ୍ୱ, ଘିଅଶିମ୍ୱ ଗୋଡ଼ି ଶିମ୍ୱ (ଏଥିର ମଞ୍ଜି ଗୋଡ଼ିପରି ଛୋଟ ଗୋଲ), ତୋଡ଼ା ଶିମ୍ୱ (ଛୁଇଁ ତୋଡ଼ି ମାଛପରି ଲମ୍ୱ ଓ ସରୁ), ଗଣ୍ଠିକେଶର ଶିମ୍ୱ, ପଟା ଶିମ୍ୱ (ଛୁଁଇ ପଟାଳିଆ ବା ଚେପଟା), ଫରାଶ ବିନ, ମହରଡ଼ା ମୋଗଲାଇ ଶିମ୍ୱ ଶ୍ୱେତ ଶିମ୍ୱକୁ ସଂସ୍କୃତରେ ଶିମ୍ୱା ଓ ମୋଗଲରେ ଶିମ୍ୱକୁ ପୁସ୍ତଶିମ୍ୱୀ ବା ପୁସ୍ତକ ଶିମ୍ୱିକା ବୋଲାଯାଏ ବୈଦ୍ୟଶାସ୍ତ୍ର ଅନୁସାରେ ଏହା ମଧୁରରସ, ଶୀତବୀର୍ଯ୍ୟ, ଗୁରୁ ବଳକାରକ, ଦାହ ଓ ଶ୍ଳେଷ୍ମ ବର୍ଦ୍ଧକ, ବାତପିତ୍ତନାଶକ]

୨. ଛୁଇଁ — ୨. Pod; legume (Apte).