ଶିରା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ରକ୍ତବାହୀ ନାଡୀ; ଧମନୀ
  • ପାଣିର ସ୍ରୋତ ବା ଧାରା
  • ଜାଲପରି ଛନ୍ଦା ହୋଇଥିବା ରେଖାମାନ
  • ପାଣି ଉଠାଇବା ବାଲତି
  • ପୃଥିବୀର ଅନ୍ତଃସ୍ଥଳରେ ଥିବା ଜଳସ୍ରୋତ

ବିଶେଷ୍ୟ (ବୈଦେଶିକ)[ସମ୍ପାଦନା]

  • କାଳୀ; ଲେଖିବା ସ୍ୟାହି
  • ଛାଞ୍ଚୁଣି
  • ପାକିଆ; ଚଡ଼ ବା ଉଁସିଆ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ପତ୍ର, ଫଳ, ଶସ୍ୟାଦି ଉପରେ ଥିବା ସରୁ ଉଚ୍ଚ ରେଖାଶିରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବି—(ଶୃ ଧାତୁ ଗତି କରିବା+ ଅଧିକରଣ ଅ+ଆ; ଯାହା ମଧ୍ୟଦେଇ ରକ୍ତ ଗତି କରେ)

୧. ରକ୍ତବାହୀ ନାଡ଼ୀ; ଧମନୀ —୧. Atery; vein; pulse, blood-vessel (Apte)
୨. ପାଣିର ସ୍ରୋତ ବା ଧାରା (ହିନ୍ଦୀ - ଶ) — ୨. A current of water.
୩. ଜାଲପରି ଛନ୍ଦା ହୋଇଥିବା ରେଖାମାନ (ହିନ୍ଦୀ - ଶ) —୩. Lines inter twined like anet.
୪. ପାଣି ଉଠାଇବା ବାଲତି—
(ହିନ୍ଦୀ - ଶ) —୪. Water bucket.

୫. ପୃଥିବୀର ଅନ୍ତଃ— ସ୍ଥଳରେ ଥିବା ଜଳସ୍ରୋତ (ହିନ୍ଦୀ - ଶ) —୫. Under- ground current of water.
  • (file)

ପ୍ରାଦେଶିକ - —(ଗଞ୍ଜାମ) ବୈଦେଶିକ - (ତେ)—ବି[ସମ୍ପାଦନା]

୧. କାଳୀ; ଲେଖିବା ସ୍ୟାହି —୧. Writing link.

[ଦ୍ରଷ୍ଟବ୍ୟ — ଗଞ୍ଜାମରେ ଓଡ଼ିଆମାନେ କାଳୀକୁ ଶିରା ଓ କାଳୀଘଡ଼ିକୁ ଶିରାବୁଡ଼ୀ କହନ୍ତି]

୨. (ବାଲୋଶ୍ୱର)—ଛାଞ୍ଚୁଣି — ୨. Broomstick.
୩. (ଯାଜପୁର)—ପାନିଆ; ବଡ଼ ବା ଉଁସିଆ —୩. Basket.

ବୈଦେଶିକ - (ଫାରାସୀ - )— ସୀରା=ଗୁ଼ଡ଼ ଓ ଅମ୍ଳରସ ମିଶ୍ରିତ କାଫି; ଭିନେଗାର୍; ତୁଳନା କର ଇଁ. ସିରପ୍; ଫ୍ରେ ସରଁ)[ସମ୍ପାଦନା]

କନ୍ଦରେ ବା ଚିନିରେ ପାଣି ଦେଇ ନିଆଁରେ ଫୁଟାଇଲେ ଯେଉଁ ରସ ପ୍ରସ୍ତୁତ ହୁଏ —Syrup.

[ଦ୍ରଷ୍ଟବ୍ୟ —ନିଆଁ ଉପରେ ବସା ଯାଇଥିବା ଶିରା କ୍ରମଶଃ ଗାଢ଼ ହେଲେ ତାକୁ ହାଣ୍ଡିରୁ ବା କରେଇରୁ ଚଟୁଦ୍ୱାରା ଉପରକୁ ଉଠାଇଲେ ଚଟୁରୁ ପ୍ରଥମେ ୩ 'ତାର' ବା ଧାର ବାଢ଼ତର ହେଲେ ୨ ଧାର ଓ ଗାଢ଼ତମ ହେଲେ ଏକ ଧାର ବୋହି ପଡ଼େ ଏହାକୁ ଯଥାକ୍ରମେ ୩ ତାରୀ ବା ୩ ତା ବନ୍ଦ ଦୋତାରୀ ବା ଦୁଇ ତାର ବନ୍ଦ, ଏକତାରୀ ବା ଏକତାର ବନ୍ଦ ଶିରା ବୋଲାଯାଏ]

ଦେଶଜ - ବି—(ସଂସ୍କୃତ - ଶିରା)[ସମ୍ପାଦନା]

ପତ୍ର, ଫଳ ଶସ୍ୟାଦି ଉପରେ ଥିବା ସରୁ ଉଚ୍ଚ ରେଖା—(ଯଥା— ଜୀରାରୁ ଶିରା କାଢ଼ିବା) —Slender ridges or ribs rrunning on the back of some leaves, fruits andd grains.

[ଦ୍ରଷ୍ଟବ୍ୟ —ଶିରାର ୧ମ ସଂସ୍କୃତ ଅର୍ଥ ସମ୍ୱନ୍ଧେ ଟୀକା—ଶରୀରସ୍ଥଶିରା ୩ ପ୍ରକାର ଯଥା—ବିଶୁଦ୍ଧ ରକ୍ତବାହିନୀ (Artery), ଦୂଷିତରକ୍ତ ବାହିନୀ (Vein) ଓ ରସବାହିନୀ (Lymphatic) ହୃତ୍ ପିଣ୍ଡରୁ ଯେଉଁ ନଳୀ ବାଟେ ରକ୍ତ ବାହାରେ ତାହାକୁ ବିଶୁଦ୍ଧ ରକ୍ତବାହିନୀ ଶିରା ବା ଧମନୀ କହନ୍ତି ଶରୀରର ବିଭିନ୍ନ ସ୍ଥାନରୁ ଆସିଥିବା ଦୂଷିତ ରକ୍ତ ଫୁସଫୁସରେ ପରିଷ୍କୃତ ହୋଇସାରି ହୃତ୍ପିଣ୍ଡକୁ ଯାଏ ହୃତ୍ପିଣ୍ଡରୁ ଏହି ପରିଷ୍କୃତ ରକ୍ତ ଶରୀରର ବିଭିନ୍ନ ଅଂଶକୁ ଧମନୀଦ୍ୱାରା ପ୍ରେରିତ ହୁଏ ଫୁସଫୁସ ବ୍ୟତୀତ ଶରୀରର ବିଭିନ୍ନ ସ୍ଥାନରେ ଥିବା ଧମନୀମାନଙ୍କରେ ଅମ୍ଳଜାନପୂର୍ଣ୍ଣ ବିଶୁଦ୍ଧ ନାଲିଆ ରକ୍ତ ପ୍ରବାହିତ ହୁଏ ଧମନୀର ନଳ ୩ ଗୋଟି ମୋଟା ପ୍ରସ୍ତରେ ପ୍ରସ୍ତୃତ— (୧) ବହଳ ବାହ୍ୟାବରଣ, (୨) ମାଂସପେଶୀ, (୩) ରବର ପରି ସଂଯୋଜକ ତନ୍ତୁ ଧମନୀର ନଳର ଭିତରଟି ଖୁବ୍ ଚିକ୍କଣ ଧମନୀର ନଳଟି ଏହିପରି ୩ଟି ପ୍ରସ୍ତରେ ନିର୍ମିତ ହୋଇଥିବାରୁ ରକ୍ତପ୍ରବାହ ସମୟରେ, ତାହାର କାନ୍ଥି ଯଥାକ୍ରମେ ସଙ୍କୁଚିତ ପ୍ରସାରିତ ହେଉଥାଏ ଏଣୁ ମଣିବନ୍ଧ ଇତ୍ୟାଦି ସ୍ଥାନର ଧମନୀକୁ ହାତରେ ଚିପିବାଦ୍ୱାରା ତାହା ଧୁକ୍ ଧୁକ୍ ହେବା ଜଣାଯାଏ ଓ ତଦ୍ଦ୍ୱାରା ରକ୍ତର ଗତି ଜଣା ପଡ଼େ ମଣିବନ୍ଧସ୍ଥ ଧମନୀକୁ 'ନାଡ଼ା' (pulse) କହନ୍ତି ତେଣୁ ଚିକିତ୍ସକମାନେ ହୃତପିଣ୍ଡର ଅବସ୍ଥା ଜାଣିବାକୁ ରୋଗୀର ମଣିବନ୍ଧସ୍ଥ ଧମନୀକୁ ବା ନାଡ଼ୀକୁ ଆଙ୍ଗୁଠିରେ ଚିପି ପରୀକ୍ଷା କରନ୍ତି

ଶରୀରର ବିଭିନ୍ନ ସ୍ଥାନରୁ ହୃତ୍ପିଣ୍ଡକୁ ଅପରିଷ୍କୃତ ରକ୍ତକୁ ବୋହି ଆଣିବା ଶିରାକୁ ଦୂଷିତରକ୍ତବାହିନୀ ଶିରା (vein) କହନ୍ତି ଏହି ନଳୀର କାନ୍ଥି ଧମନୀର କାନ୍ଥିଠାରୁ ପତଳା ଫୁସଫୁସରେ ପ୍ରବାହିତ ଏ ଶ୍ରେଣୀର ଶିରାମାନଙ୍କରେ ଅଙ୍ଗାରଜାନ୍ ପୂର୍ଣ୍ଣ ଅଶୁଦ୍ଧ ନୀଳ ରକ୍ତ ପ୍ରବାହିତ ହୁଏ ନାହିଁ ମାତ୍ର ଶରୀରର ଅନ୍ୟ ସବୁ ଅଂଶରେ ଥିବା ଶିରା ଗୁଡ଼ିକ ଅଙ୍ଗାରଜାନ୍ ସଂଯୁକ୍ତ ଅବିଶୁଦ୍ଧ ନୀଳରକ୍ତ ବହନ କରନ୍ତି

ରସବାହିନୀ ଶିରା ବା ଲିମ୍ଫାଟିକ୍ (lymphatic) ଶିରା ଗୁଡ଼ିକ ରସ ବହନ କରନ୍ତି ଏବଂ ଶେଷରେ ଏମାନେ ସ୍କନ୍ଧ ନିକଟରେ ଗୋଟିଏ ଦୂଷିତରକ୍ତବାହିନୀ ଶିରାରେ ଯାଇ ମିଳିତ ହୋଇ ଅଛନ୍ତି ନଖ, ଦନ୍ତ, କେଶ ପ୍ରଭୃତିରେ ପୂର୍ବୋକ୍ତ ଦୁଇ ପ୍ରକାର ଶିରା (ଦୂଷିତ ରକ୍ତବାହିନୀ ଶିରା ଓ ରସବାହିନୀ ଶିରା) ନ ଥାଏ ତେଣୁ ନଖ, ଦନ୍ତ ଓ କେଶକୁ କାଟିଲେ ତହିଁରୁ ରକ୍ତ ବାହାରେ ନାହିଁ ଏହି ତିନି ପ୍ରକାର ଶିରା ଶାଖାପ୍ରଶାଖାରେ ବିଭକ୍ତ ହୋଇ ଶରୀରର ସକଳ ତନ୍ତୁରେ ପ୍ରବେଶ କରି ଥାଆନ୍ତି

ସୁଶ୍ରୁତରେ ବର୍ଣ୍ଣିତ ଅଛି ଯେ, ଶରୀରର ଶିରାଗୁଡ଼ିକ ନାଭି ମୂଳରେ ମିଳିତ ହୋଇଅଛି ଓ ଏମାନ ଶରୀରର ସନ୍ଧି ସମୂହର ବନ୍ଧନକାରିଣୀ ଓ ଏହିମାନଙ୍କଦ୍ୱାରା ବାତାଦି ଦୋଷ ଓ ରସାଦି ଧାତୁ ପ୍ରବାହିତ ହୋଇ ଶରୀରରେ ପରିବ୍ୟାପ୍ତ ହୁଏ ଦେହର ମୌଳିକ ଶିରା ୪ ଗୋଟି ଯଥା ===

୧. ବାତବାହିନୀ ଶିରା—୧
୨. ପିତ୍ତବାହିନୀ—୧
୩. ଶ୍ଳେଷବାହିନୀ—୧
୪. ରକ୍ତବାହିନୀ—୧

ଏହି ଶିରାମାନଙ୍କରେ ପ୍ରତ୍ୟେକର ଶାଖା ବା ପ୍ରଶିରା ଅଛି ମନୁଷ୍ୟ ଦେହରେ ଶିରା ଓ ପ୍ରଶିରା ମିଶି ୭ ଶହ ଶିରା ମଧ୍ୟସ୍ଥ ବାତ, ପିତ୍ତ, ଶ୍ଳେଷା ଓ ରକ୍ତ ପ୍ରକୁପିତ ହେଲେ ନାନା ପ୍ରକାର ରୋଗ ଜନ୍ମେ; ମୂଳ ଶିରାର ଶାଖା ବା କୈଶିକ ଶିରାକୁ ପ୍ରଶିରା ବୋଲାଯାଏ ଓ ମେରୁଦଣ୍ଡ଼ୀ ପ୍ରାଣୀମାନଙ୍କ ମେରୁ ଦଣ୍ଡ ମଧ୍ୟରେ ଥିବା ସ୍ନାୟୁ ବା ଶିରାକୁ ବେଁ ଶିରା କହନ୍ତି