Jump to content

ଶିରୀଷ

ଉଇକିଅଭିଧାନ‌ରୁ

ଶିରୀଷ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ଶୃ ଧାତୁ=ବିଦୀର୍ଣ୍ଣ ହେବା, ଶୂର୍ଣ୍ଣ ହେବା+କର୍ତ୍ତୃ ଇଷ୍; ଏହା ଅତି ସୁକୁମାର ଥିବାରୁ ଶୀଘ୍ର ଶୀର୍ଣ୍ଣ ହୋଇ— ଯାଏ ବୋଲି ଏହି ନାମ)

[ସମ୍ପାଦନା]

ନାତିବୃହତ୍, ବନ୍ୟ ତରୁ ବିଶେଷ Acacia Lebbek; Albezzia Lebbek.

[ଦ୍ରଷ୍ଟବ୍ୟ —ଏହା କବ୍ୱଲାଦି ବର୍ଗର ବୃକ୍ଷ; ପତ୍ର ଦ୍ୱିଧାପର୍ଣ୍ଣ; ପର୍ଣ୍ଣ ବଡ଼ବଡ଼; ପ୍ରତିବର୍ଷ ପୁରୁଣା ପତ୍ର ଝଡ଼ି ନଆ ପତ୍ର କଅଁଳେ; ଫୁଲ ଧଲା ଓ ସୁଗନ୍ଧ; ଖରାଦିନେ ଫୁଟେ ପୁଷ୍ପର ଚତୁର୍ଦିଗରେ ସରୁ କେଶରମାନ ଲାଗିଥାଏ ଏହି କେଶରମାନ ଅତି ମୃଦୁ ଓ ଶୀଘ୍ର ଝାଉଁଳି ପଡ଼େ ବୋଲି କବିମାନେ ସୁକୁମାରୀ ନାଗରୀ— ମାନଙ୍କ ଅଙ୍ଗକୁ ଏହି ପୁଷ୍ପ ସଙ୍ଗେ କୋମଳତା ବିଷୟରେ ତୁଳନା କରି ଥାଆନ୍ତି ଓ ସୁକୁମାରୀମାନଙ୍କୁ 'ଶିରୀଷ କୋମଳାଙ୍ଗୀ' ବିଶେଷଣରେ ସମ୍ମାନିତ କରନ୍ତି ଏହି ଗଛ ଭାରତର ସର୍ବତ୍ର ଜନ୍ମେ ଏବଂ ଏହି ଗଛରୁ ଏକପ୍ରକାର ଅଠାଳିଆ ରସ ବାହାରେ (କିନ୍ତୁ ତାହା ଶିରୀଷ ଅଠା ନୁହେ)

ବୈଦ୍ୟଶାସ୍ତ୍ର ଅନୁସାରେ ଏହା ମଧୁର—କଷାୟ—ତିକ୍ତରସ, ଈଷଦୁଷ୍ଣବୀର୍ଯ୍ୟ ଓ ଲଘୁପାକ ଓ ଶୋଥ, ବିସର୍ପ, କାସ ବ୍ରଣ ଓ ବିଷନାଶକ ଅଟେ ଏହାର ବୀଜ ଅଞ୍ଜନ ରୂପେ ପ୍ରଯୁକ୍ତ ହେଲେ ଚକ୍ଷୁରୋଗର ଉପକାର କରେ

କଣ୍ଟାଯୁକ୍ତ ଏକପ୍ରକାର ଶିରୀଷଗଛ ଅଛି ଏହାକୁ ଓଡ଼ିଶାରେ ବଡ଼ କଣ୍ଟାକୁସୁମ ବୋଲାଯାଏ ଏହା ସ୍ୱେଦ, ତୁଗ୍ଦୋଷ, ଶୋଥ, ବିଷର୍ପ ଓ ବିଷ ଦୋଷର ଉପକାରକ]