ଶିଳ
ଦେଖଣା
ଶିଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ଶିଳ୍ ଧାତୁ+ଭାବ. ଅ
[ସମ୍ପାଦନା]- ୧. କ୍ଷେତରେ ପଡିଥାବା ଧାନ୍ୟାକେଣ୍ଡାଦିକୁ ଗୋଟାଇନେବା —୧. The collecting of the grains left strewn in the field after harvesting
[ଦ୍ରଷ୍ଟବ୍ୟ —କଞ୍ଛବୃତ୍ତି ଓ ଶିଳବୃତ୍ତ ମଧ୍ୟରେ ପ୍ରଭେଦ ଅଛି କଟାଳିମାନେ କ୍ଷେତରୁ ଫସଲ କାଟିନେବା ପରେ ଭୂଇଁରେ ଯେଉଁ ଧାନଆଦି ପଡ଼ିଥାଏ ତାହାକୁ ଗୋଟାଇକରି ଜୀବିକାନିର୍ବାହ କରିବାକୁ 'ଉ଼ଞ୍ଛବୃତ୍ତି' ଓ କ୍ଷେତରେ କଟାଳିମାନେ ଧାନ କାଟି ଛାଡ଼ି ଯାଇଥିବା ପରେ ମୂଳଖଣ୍ଟାରେ ଲାଗି ରହିଥିବା ଧାନ୍ୟ ମଞ୍ଜରୀକୁ ବା କେଣ୍ଡାକୁ ସଂଗ୍ରହ କରି ଜୀବିକାନିର୍ବାହ କରିବାର ନାମ "ଶିଳବୃତ୍ତି"]
- ୨. (ନାମ) ପରିପାତ୍ରଙ୍କର ଏକ ପୁତ୍ର (ହିନ୍ଦୀ - ଶ) —୨. Name of a son of Pāripātra.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶିଳା)
[ସମ୍ପାଦନା]- ୧. ଶିଳା ପଟ୍ଟ; ହଳଦି ଆଦି ବାଟିବା ନିମନ୍ତେ ଭୂମିରେ ପଡ଼ିଥିବା ଶିଳାଖଣ୍ଡ — A flat stone slab on which turmeric and other condiments are ground into paste.
[ଦ୍ରଷ୍ଟବ୍ୟ —ଯେଉଁ ଚଟକା ପଥରଖଣ୍ଡ ଭୂମିରେ ପଡ଼ିଥାଏ ତାକୁ ଶିଳ ବୋଲାଯାଏ ଓ ଯେଉଁ ଗୋଲ ଓ ଲମ୍ୱ ଛୋଟ ପଥରଦ୍ୱାରା ଶିଳ ଉପରେ ରଖା ଯାଇଥିବା ପଦାର୍ଥକୁ ବହାଟିବାକୁ ହୁଏ ତାକୁ 'ଶିଳପୁଆ' ବୋଲାଯାଏ]
- ୨. ଭଣାରିମାନେ ଖୁର ଭଣ୍ଡାରିର ଶିଳ — ୨. A whetstone used by barbers.
ଅନୁବାଦ
[ସମ୍ପାଦନା]- ୩. ପଥର —୩. Stone.
[ଉ— ମୋତେ କ୍ରଧରେ ବିଧାଏ ମାଇଲା କିପାଁ ବିଳେ ଶିଳ ଦେଲୁ ବୋଇଲା ରଜାହେବା ଦେଖି ସୁମନ୍ତ୍ର ସହିତ ବାହାର କରିଣ ଦେଲା ବିଶ୍ୱନାଥ—ବିଚିତ୍ର ରାମାୟଣ]
ଅନୁବାଦ
[ସମ୍ପାଦନା]- ୪. ବଣିଆମାନଙ୍କ ଦେକାନରେ ବିକାଯିବା ପାଇଁ ରଖାଯାଇଥିବା ଖଣ୍ଡ ଖଣ୍ଡ ରୂପା; ମୁଣ୍ଡା ରୂପା —୪. Bar of Sliver.
ପ୍ରାଦେଶିକ - (ଗଡ଼ଜାତ)
[ସମ୍ପାଦନା]ଆତୁଣ୍ଡି (ଦେଖ) - Ātuṇḍ of sliver (See).