Jump to content

ଶିଳା ଜତୁ

ଉଇକିଅଭିଧାନ‌ରୁ

ଶିଳା ଜତୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପାର୍ବତ୍ୟ ତରଳ ଉପଧାତୁ ବିଶେଷ — A medicinal gum got from stone; mummy.

[ଦ୍ରଷ୍ଟବ୍ୟ —କେହି କେହି କହନ୍ତି ଯେ ଗ୍ରୀଷ୍ମ— କାଳରେ ଉତ୍ତପ୍ତ ପାର୍ବତ୍ୟ ଧାତୁ ସମୂହରୁ ନିର୍ଯ୍ୟାସ ପରି ବିନ୍ଧ୍ୟ ଓ ହିମାଳୟର ପଥରମାନଙ୍କରୁ ଏହା ନିଃସୃତ ହୁଏ କେହି କେହି କହନ୍ତି ଯେ, ଏହା ଜାନ୍ତବ ତୈଳ— ବିଶେଷ, କିନ୍ତୁ ଏହାର ଉତ୍ପତ୍ତି ଅଜ୍ଞାତ ଶିଳାଜତୁ ଚାରିପ୍ରକାର ଯଥା—ସୌବର୍ଣ୍ଣ, ରାକତ, ତାମ୍ରକ ଓ ଲୌହକ ପ୍ରଥମ ଦେଖିବାକୁ ଜବା ଫୁଲ ପରି ନାଲି, ଦ୍ୱିତୀୟ ପାଣ୍ଡୁର ବର୍ଣ୍ଣ, ତୃତୀୟ ମୟୂର କଣ୍ଠାଭ ଓ ଚତୁର୍ଥ ଶାଗୁଣା ପକ୍ଷୀ ପରି ଗାଢ଼ କୃଷ୍ଣ— ବର୍ଣ୍ଣ ଏହା କଟ ଓ ଭିକ୍ତ ରସ ବିଶିଷ୍ଟ, ଉଷ୍ଣବୀର୍ଯ୍ୟ, କଟୁ ବିପାକ, ରସାୟନ, ଯୋଗବାହୀ, କଫ, ମୁତ୍ରକୁଛ୍ର, କ୍ଷୟ କାଶ, ଅର୍ଶଃ, ବାତ, ଉନ୍ନାଦ, କୁଷ୍ଠ ପ୍ରଭୃତି ରୋଗ ନିବାରକ ସବୁଠାରୁ କୃଷ୍ଣ ଶିଳାଜକୁ ଉତ୍କୃଷ୍ଟ ଏହା ବୈଦଶାସ୍ତ୍ରୋକ୍ତ ବିଧି ଅନୁସାରେ ଶୋଧନ କରି ଔଷଧରେ ବ୍ୟବହାର କରାଯଆଏ—ହରେକୃଷ୍ଣ ଦବ୍ୟଗୁଣ 'ନଚା ସ୍ତି ରୋଗୋ ଭୁବି ମାନବାନାଂ ଶିଳାକତୁର୍ଯଂ ନ ଜୟେତ୍ ପ୍ରସହ୍ୟ' ଚରକ 'ନଚାସ୍ତିରୋଗୋ ଯଞ୍ଚାପି ନିହନ୍ୟାନ୍ନ ଶିଳାଜତୁ—ସୁଶ୍ରୁତ ଚରକି ଓ ସୁଶ୍ରୁତରେ ଲେଖା ଅଛି ଯେ, ପୃଥିବୀରେ ଏପରି କୌଣସି ରୋଗ ନାହିଁ, ଯାହା ଶିଳାଜତୁଦ୍ୱାରା ଭଲ ନ ହେବ ଅନୁପାନ ବିଶେଷରେ ଏହା ଅଶ୍ମରୀ, ଜୀର୍ଣ୍ଣଜ୍ୱର, ମୂତ୍ର, ସ୍ଥାୟିବିକ ଦୈର୍ବଲ୍ୟ, ଅର୍ଶଃ, ଧାତୁକ୍ଷୟ, ଆମବାତ, ଗଣ୍ଠିବାତ, କୁଷ୍ଠ, ଅଗ୍ନିମାନ୍ଦ୍ୟ, ବାତାଜୀର୍ଣ୍ଣ, ରକ୍ତ ପିତ୍ତ, କାଶ ଯକ୍ଷ୍ମା, କୃମି, ଅପସ୍ମାର, ଗ୍ରହଣୀ, ପକ୍ଷାଘାତ, ପ୍ରଦର, କ୍ଷତ, ପ୍ରସ୍ତୁତି ରୋଗରେ ଉପକାରୀ ଏହା ଗୋଟିଏ ବିଶିଷ୍ଟ ରସାୟନ ଅଟେ ଅଶ୍ମରୀ (ପଥିରୀ; Stone in the bladder.) ରୋଗୀକୁ ଏହା ସେବନ କରାଇ ଦେଖା ଯାଇ ଅଛି ଯେ, ମୁତ୍ରାଶୟରେ ଥିବା ପଥରର ରେଣୁମାନ ପ୍ରସ୍ରାବ ବାଟେ ବାହାରି ପଡ଼େ ଓ ଶେଷକୁ ପଥରର ଆକାର ସାନ ହୋଇ ଗଲେ ତାହା ମୂତ୍ରଦ୍ୱାର ବାଟେ ମଧ୍ୟ ବାହାରି ପଡ଼େ]