Jump to content

ଶିଳା ରସ

ଉଇକିଅଭିଧାନ‌ରୁ

ଶିଳା ରସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶହ୍ଲିକ; ଫାରାସୀ - ସଲାରସ)

[ସମ୍ପାଦନା]

ବିଦେଶାଗତ ଗନ୍ଧ ଦ୍ରବ୍ୟ ବିଶେଷ; ଶିହ୍ଲକ —Liquid amber; liquid; storax; benzoin

[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ବୃକ୍ଷ ନର୍ଯ୍ୟାସ ଓ ମତାନ୍ତରରେ ଖନିଜ ଦ୍ରବ୍ୟ; କେହି କେହି ଏହାକୁ ଲୋଚନା [Oibanum] ବୋଲି କହନ୍ତି ଏହା କୁଟମଧୁର ରସ; ଉଷ୍ଣବୀର୍ଯ୍ୟ, ସ୍ନିଗ୍ଧ, କାନ୍ତିବର୍ଦ୍ଧକ, ପୁଷ୍ଟିବାଚକ, ଶୁତ୍ରଜନକ, କଣ୍ଠପରିଷ୍କାରକ ଓ ଜ୍ୱର, ଦାହ, ଘର୍ମ, କୁଷ୍ଠ ଓ ଗ୍ରହଦୋନାଶକ ଏହା ମହୁ ସହିତ ଭାବିତ ହେଲେ ଶୁଦ୍ଧ ହୁଏ

ଏହା ଆସମ, ବ୍ରହ୍ମଦେଶ, ଯବଦ୍ୱୀପ ପ୍ରଭୃତିର ବୃକ୍ଷ ବିଶେଷ [Altinga Excelsia]ର ସୁଗନ୍ଧ ତେଲବତ୍ ନର୍ଯ୍ୟାସ

Burmese storax; ପ୍ରକୃତ ଶିଳାରସ ତୁରଷ୍କ ଦେଶରୁ ଆସେ Liquid storax or liquid amber. ବ୍ରହ୍ମଦେଶରେ ଏହାର ନାମ ନନ—ତ—ୟୋକ; ଯହ ଦ୍ୱୀପରେ ନାମ ରସମାଳା; ଏ ବୃକ୍ଷ ୬ ଠାରୁ ୧ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ; ଏହାର ପତ୍ର ୪ ଇଞ୍ଚ ଲମ୍ୱା, ଗୋଲ, ଶାଖା ମୂଳରେ ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ ଫଳ ଗୋଲାକାର ଓ ବୀଜାଧିକ]